ସେଇ ମୂର୍ଚ୍ଛନା ର ତାଳେ ତାଳେ
ମୁ ନାଚୁଥିବି ତୁମ ବଂଶୀ ସୁରେ
ତୁମ ବଂଶୀ ଧ୍ୱନି ଯେବେ କାନେ ପଡ଼େ
ମୁ ଆସୁଥିବି ଥାଏ ଯେତେ ଦୁରେ
ନାହିଁ ଲଜ୍ଜା ନାହିଁ ଲୋ ସରମ
ହେଉ ନିନ୍ଦା ହେଉ ଯେତେ ଅପମାନ ।
ନିର୍ଲଜ ଘୁଙ୍ଗୁର ମୋର ନାଚେ ଚୁପିଚୁପି
ମନ ମୋର ଚାହୁଁଚି ତଥାପି
ସବୁ ଜନମେ, ସବୁ ଯୁଗେ
ତୁମେ କୃଷ୍ଣ, ତୁମେ କୃଷ୍ଣ
ମୁଁ ତୁମର ରାଧା ହେବି ।।।
ବସନ୍ତ ବଣରେ ଆଜି
ଏକା ଏକା ଘୁରିବୁଲେ
ତୁମପାଇଁ ମାଲ ଗୁଚ୍ଛେ
ତୁମ ନାମେ ଗଳାରେ ପିନ୍ଧେ
ଦୁନିଆଁ କହୁଛି ଆଜି
“ଆଲୋ ତୁ ହେଲୁ କି ବାଇ”
ସେମାନେ କାହୁଁ ଜାଣିବେ
ରାଧା ଯେ କାହ୍ନୁର ଛାଇ
କହିଲେ କହୁ ଦୁନିଆ ମତେ ପାପୀ
ମନ ମୋର ଚାହୁଁଚି ତଥାପି
ସବୁ ଜନମେ , ସବୁ ଯୁଗେ
ତୁମେ କୃଷ୍ଣ, ତୁମେ କୃଷ୍ଣ
ମୁଁ ତୁମର ରାଧା ହେବି ।।।
ଶୟନେ, ସପନେ ଅବା ଜାଗରଣେ
ଦୃଶ୍ୟମାନ ପୁଣି ଅନ୍ତର୍ଧ୍ୟାନେ
ହୃଦୟର ସେଇ ସୁପ୍ତ କୋଣେ
ଯୁଗେଯୁଗେ ପୁଣି ପ୍ରତିକ୍ଷଣେ
ତୁମ ରଙ୍ଗେ ରଙ୍ଗାଇଛି ଏ ଜୀବନ
କୃଷ୍ଣମୟ ହୋଇଛି ମୋଁ ତନୁ ମନ
ଜାଣିଛି ମୁଁ ତୁମର କି ହୋଇପାରିବି
ମନ ମୋର ଚାହୁଁଛି ତଥାପି
ସବୁ ଜନମେ , ସବୁ ଯୁଗେ
ତୁମେ କୃଷ୍ଣ, ତୁମେ କୃଷ୍ଣ
ମୁଁ ତୁମର ରାଧା ହେବି ।।।
