କହିଲେ କହିବ କହୁଛି
କହିବିନି ବୋଲି ଯେତେ ଭାବୁଛି
ମନଟାକି ମୋର ସମ୍ଭାଳି ରହୁଛି
ନକହି ନକହି କହି ଦେଉଛି ।
ବାହାଘର ଆଗୁ ସାଥେ ରହିବାକୁ
ନୂଆ ନିୟମ କାଳେ ହେଇଛି
ଏକଥା ଶୁଣି ସାରିଲା ପରେ
ଟୋକାଟୋକି ମନ ଦେଉଁଛି ।
ଲୁଚାଛପା ପ୍ରେମ କାହିଁକି କରିବେ
ଏକଥା ମନରେ ତାଙ୍କ ଆସୁଛି
ବାହାଘର ଆଗୁ ହନିମୁନ ପାଇଁ
ମନରେ ଆଶା ସିଏ ବାନ୍ଧୁଛି ।
କହିଲେ କହିବ…
କେବେ ଯଦି କାର କା ସାଥିରେ
ମନ ଥରେ ମିଶି ଯାଉଛି
ଘର ପରିବାର ସବୁ ଡର ଛାଡି
ସାଥିରେ ତାହାର ସେ ରହୁଛି ।
ହୋଟେଲ ପାର୍କ କାହିଁକି ଯିବେ
ସେ କଥା ମନରେ ସେ ଭାବୁଛି
ଗୋଟେ ବଖରାରେ ଦୁହେଁ ରହିଗଲେ
ତାର କି ଅବା ଲୋଡା ପଡୁଛି ।
କହିଲେ କହିବ…
ବାହାଘର ଆଗୁ ମନ ମିଶୁଥିଲା
ଏବେ ଦେହ ବି ମିଶି ଯାଉଛି
ଏମିତି ନିୟମ ହୋଇଗଲା ପରେ
କାହାକୁ ଆଉ କିଏ ସେ ଡରୁଛି ।
ବାହାଘର ଆଗୁ ମା ହୋଇଗଲେ
ଖରାପ ବୋଲି କିଏ କହୁଛି
ବାହା ବେଦୀରେ ଛୁଆ ଧରି ବସିଲେ
କିସ ଅସୁବିଧା ଅବା ହେଉଛି ।
କହିଲେ କହିବ…
ପାଠ ପଢ଼ା ନାଁରେ ଗାଁ ଛାଡି
ପୁଅତ ହଷ୍ଟେଲରେ ରହୁଛି
ଝିଅ ସାଙ୍ଗଟିଏ କରି ସାରି ପରା
ଗୋଟିଏ ରୁମ୍ରେ ସେ ରହୁଛି ।
ବାହାଘର ପଇସା ବଞ୍ଚେଇ
ବିନା ବାହାଘରେ ସିଏ ପରା
ବାହାଘର ଆଗରୁ ସିଏତ
ହନିମୁନ୍ ପରା ସାରି ଦେଉଛି ।
କହିଲେ କହିବ…
