ବ୍ୟଙ୍ଗକବିତା

ଓଳିଆରୁ ପଡ଼ି ଗଜା

Manasa Ranjan Subudhi's odia satire poem Oliaaru Padi Gajaa

ନାନାବାୟା ଗୀତ ହେଲା ଅଜଣା
ଜହ୍ନ ମାମୁଁ ହାତେ ଖସି ପଡ଼େନା
ଜନି ଜନି ଗାଇ ଗୀତ ପଢ଼ିଲେ
କାର୍ଟୁନ୍ ଟିଭିରୁ କଥା ଶିଖିଲେ ।।

ଓଳିଆରୁ ପଡ଼ି ଗଜା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଓଳିଆରୁ ପଡ଼ି ହୋଇଲେ ଗଜା
କଥାରୁ ଲାଗନ୍ତି ବାପର ଅଜା
ନୂଆ ଜମାନାର ହୋଇ ନମୁନା
ଦର୍ପଣ ଦେଖାନ୍ତି କହି ପୁରୁଣା ।।

ନାନାବାୟା ଗୀତ ହେଲା ଅଜଣା
ଜହ୍ନ ମାମୁଁ ହାତେ ଖସି ପଡ଼େନା
ଜନି ଜନି ଗାଇ ଗୀତ ପଢ଼ିଲେ
କାର୍ଟୁନ୍ ଟିଭିରୁ କଥା ଶିଖିଲେ ।।

ଚାଟଶାଳି ପାଠ ଗୁରୁଙ୍କ ବେତ
ଦୂରୁ କରୁଥିଲେ ଯେ ଦଣ୍ଡବତ
ଏବେ ଜୋତା ମୋଜା ପିନ୍ଧି ଗାଡ଼ିରେ
ପାଠ ପଢ଼ି ଯା’ନ୍ତି ବାବୁ ବେଶରେ ।।

ସିଲଟ ଖଡ଼ିକୁ ଦେଇ ଫୋପାଡ଼ି
ଗଣେଷଙ୍କ ମୂଷା ଆଣିଲେ ଭିଡ଼ି
କମ୍ପ୍ୟୁଟର ସାଥେ ତାହାକୁ ଯୋଡ଼ି
ଟିପ ଟିପି ଟିପି ଯାଆନ୍ତି ମାଡ଼ି ।।

ବାଲିଘର ତୋଳା ବୋହୁ ବୋହୁକା
ଖେଳ ନଜାଣଇ ପିଲା ଆଜିକା
ଭିଡିଓ ଗେମ୍ ର ଗୁଢ଼ ପ୍ରହେଳିକା
ଅତିକ୍ରମ କରେ ଅନାୟାସେ ଜିତିକା ।।

ରଂକ ହେଉଥିଲେ ପିଠା ପଣାକୁ
ଉଖୁଡ଼ା ନଡ଼ିଆ ଚୁଡ଼ା ମୁଆଁକୁ
ଏବେ ଖା’ନ୍ତି ଚଟପଟା ପ୍ୟାକେଟ
ଚକଲେଟ୍ ସାଥେ କେକ୍ ବିସ୍କୁଟ ।।

ମାଆ ପଛେ ପଛେ କାନି ସହିତେ
ଛାଡ଼ୁଥିଲେ ରଡ଼ି ପାଖ ଛାଡ଼ନ୍ତେ
ଏବେ ବାଇବାଇ କରି ହରଷ ଚିତ୍ତେ
ମେଲାଣି ମାଗନ୍ତି ଘରୁ ପାଦ କାଢ଼ନ୍ତେ ।।

ଅବୋଧ ହସରେ ଚପଳ ଆଖିରେ
ଦେଖି ନିରୀହତା ନଗଣ ହେୟରେ
କୁନି ହାତେ ରଚେ ବଡ଼ ଭିଆଣ
ଛୋଟ ସାପ ତା’ର ବିଷଟି ଟାଣ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top