ପ୍ରବନ୍ଧ

ସାଂସାରିକ ସୁଖର ନିୟମ

Dr Gauranga Samantaray's odia prose Sansaarika Sukhara Niyama

ଅଭିଜ୍ଞ ଓ ଜ୍ଞାନୀ ଲୋକଙ୍କ ସହିତ ସମ୍ପର୍କ ରଖ । ସେମାନଙ୍କ ପାଖକୁ ଯାଇ ପ୍ରଣାମ କରି ଉପଦେଶ ଗ୍ରହଣ କର ।

ସାଂସାରିକ ସୁଖର ନିୟମ

-: ପୂର୍ବରୁ :-

(୧୧) Make Hobby :

ତୁମକୁ ଭଲ ଲାଗୁଥିବା କାର୍ଯ୍ୟରେ ନିଜକୁ ନିୟୋଜିତ କର । ବଗିଚାରେ ବିଭିନ୍ନ ପ୍ରକାରର ଫୁଲଫଳ ଗଛ ଲଗାଅ । ଫୁଲ ଫଳ ଚାରା ଲଗାଇବାଠାରୁ ଆରମ୍ଭ କରି ଫୁଲ ଫଳ ଫଳିବା ପର୍ଯ୍ୟନ୍ତ ଗଛର ଯତ୍ନ ନିଅ । ଯେଉଁ ଛୋଟ ଛୋଟ ଚାରା ଲଗାଇଥିଲ, ତାହା ଦିନେ ଫୁଲ ଫଳରେ ସୁଶୋଭିତ ହେବ, ଏହି ସୃଜନାତ୍ମକ ପ୍ରଚେଷ୍ଟା ତୁମକୁ ଆନନ୍ଦରେ ଭରି ଦେବ ।

ନିଜ ପାଇଁ ଗୋଟିଏ Library କର, ଯେଉଁଥିରେ ପୁରାଣ ଶାସ୍ତ୍ର, ସତ୍ ସାହିତ୍ୟ ଇତ୍ୟାଦି ଭଲ ଭଲ ବହି ରଖ । ଭଲ ଭଲ ଧର୍ମଗ୍ରନ୍ଥ, ମହାଭାରତ, ରାମାୟଣ, ଗୀତା, ଉପନିଷଦ ଇତ୍ୟାଦି ପଢ଼ । ଓଡ଼ିଆ, ହିନ୍ଦୀ, ବଙ୍ଗଳା ଓ ଇଂରାଜୀ ଭାଷା ଭଲ ଭାବରେ ଜାଣିବାକୁ ଚେଷ୍ଟା କର । ବିଭିନ୍ନ ଭାଷାର ଭଲ ଭଲ ପୁସ୍ତକ ପଢ଼ି ନିଜର ଜ୍ଞାନକୁ ପରିପୃଷ୍ଟ କର ।

(୧୨) Make the best use of wealth (ଧନର ସତ୍ ବ୍ୟବହାର କର) :

ତୁମ ପାଖରେ ଥିବା ଧନର ସଦ୍ ବ୍ୟବହାର କର । ଅନ୍ୟମାନଙ୍କ ପାଇଁ ତଥା ସମାଜ ପାଇଁ କିଛି ଖର୍ଚ୍ଚ କର । ଗରିବ ତଥା ଅସହାୟ ପିଲାମାନଙ୍କୁ ସାହାଯ୍ୟ କର । ଏଥିରେ ତୁମେ ପ୍ରକୃତ ଆନନ୍ଦ ପାଇପାରିବ । କାରଣ ଦେବାରେ ଯେଉଁ ଆନନ୍ଦ, ନେବାରେ ତାହା ନ ଥାଏ ।

(୧୩) Maintain love & affection in the family & relatives (ପରିବାର ଓ ଜ୍ଞାତି କୁଟୁମ୍ୱ ମଧ୍ୟରେ ସ୍ନେହ ଶ୍ରଦ୍ଧା ରଖ) :

ପରିବାର ମଧ୍ୟରେ ପିତାମାତା, ପୁଅ-ଝିଅ, ନାତି-ନାତୁଣୀଙ୍କ ପ୍ରତି ସ୍ନେହ ସୌହାର୍ଦ୍ଦ୍ୟ ରଖ । ଜ୍ୱାଇଁ ଓ ନିଜ ଶ୍ୱଶୁର ଘର ସହିତ ଉତ୍ତମ ସମ୍ପର୍କ ରଖ । ନିଜ ନାତି ନାତୁଣୀ ସହ ଆନନ୍ଦରେ ସମୟ କଟାଅ ।

(୧୪) Have sound sleep (ସୁନିଦ୍ରା ଯାଅ) :

ଭୋଜନ ଭଳି ସୁନିଦ୍ରା ମଧ୍ୟ ସ୍ୱାସ୍ଥ୍ୟ ଓ ମନପାଇଁ ଆବଶ୍ୟକ । ଭଲ ନିଦ ନ ହେଲେ ସ୍ୱାସ୍ଥ୍ୟହାନି ଘଟିବ । ମନ ଓ ଶରୀର ଉପରେ ଏହାର କୁପ୍ରଭାବ ପଡ଼ିବ । ଶୋଇବା ସମୟରେ ଚିନ୍ତା, ଶୋକ, ଈର୍ଷା, କ୍ରୋଧ କରନାହିଁ । ବାମ କଡ଼ ମାଡ଼ି ଶୁଅ । ସୁଖ ନିଦ୍ରାପାଇଁ ଶୟନସ୍ଥାନର ସ୍ୱଚ୍ଛତା, ମୁକ୍ତ ବାୟୁ ଚଳାଚଳ ଆବଶ୍ୟକ । ମଶାରୀ ଟାଣି ଶୁଅ । ଦିନ ତମାମ କଠିନ ପରିଶ୍ରମ ଓ ଧାଁ ଦୌଡ଼ ଜନିତ ଉତ୍ପନ୍ନ କ୍ଳାନ୍ତି ଓ ଅବସନ୍ନ ପରେ ନିଦ ଟନିକ୍ ଭଳି କାମ କରେ । ସକାଳୁ ପୁଣି ଶରୀରକୁ ସତେଜ କରି ଦିନ ତମାମ ସଂଘର୍ଷ କରିବା ପାଇଁ ବଳ ଦିଏ । ଏଣୁ ନିଦ ମନ-ମସ୍ତିଷ୍କ ଏବଂ ଶରୀରକୁ Recharge କରୁଥିବା ଶକ୍ତିର କାମକରେ । ବିଳମ୍ୱିତ ରାତ୍ରି ପର୍ଯ୍ୟନ୍ତ ପାର୍ଟିରେ ଯୋଗ ଦେବା, ଅର୍ଦ୍ଧରାତ୍ର ପର୍ଯ୍ୟନ୍ତ ସଂଗୀତ, ଟିଭି ଦେଖିବାର ଅଭ୍ୟାସ, ବିଳମ୍ୱ ରାତି ପର୍ଯ୍ୟନ୍ତ ସିନେମା ଦେଖିବା ଓ ସକାଳୁ ଉଠି ଠିକ୍ ସମୟରେ ବ୍ୟବସାୟ ଅନ୍ୟାନ୍ୟ କାମ କରିବା ଓ ଠିକ୍ ସମୟରେ ଅଫିସ୍ ଯିବା ହେତୁ ସୁନିଦ୍ରା ବ୍ୟାହତ ହେବାରେ ଲାଗିଛି । ଫଳରେ ଦିନରେ କାର୍ଯ୍ୟ ମଝିରେ ଅନିଦ୍ରା ଲାଗିବା, ମୁଣ୍ଡ ଭାରି ଲାଗିବା ଓ କ୍ଳାନ୍ତି ଅନୁଭବ କରିବା ନିତି ଦିନିଆ ଅଭ୍ୟାସରେ ପରିଣତ ହୋଇଗଲାଣି । ଯଦି ଏହା କିଛି ମାସ କିମ୍ୱା କିଛି ବର୍ଷ ଲାଗି ରହେ, ତା’ହେଲେ ଏହା ଶରୀର, ହୃଦୟ ଓ ମସ୍ତିଷ୍କ ଉପରେ କୁପ୍ରଭାବ ପକାଇଥାଏ ଫଳରେ ବିଭିନ୍ନ ରକମ ରୋଗ ଦୁର୍ବଳତା ଓ ଦୁର୍ଘଟଣା ହୋଇପାରେ । ଏହାଦ୍ୱାରା ନିୟମିତ କ୍ଳାନ୍ତି ଓ ଦୁର୍ବଳ ଅନୁଭବ କରିବା ଓ ଚିଡ଼ିଚିଡ଼ା ହୋଇଯିବା ଦେଖାଯାଏ । କିଛି ବର୍ଷ ପରେ ହୃଦ୍ରୋଗ, ଉଚ୍ଚରକ୍ତଚାପ ଓ ମଧୁମେହ ଇତ୍ୟାଦି ରୋଗ ମଧ୍ୟ ହୋଇପାରେ । ଏହା ଜଣେ ବ୍ୟକ୍ତିର କାର୍ଯ୍ୟ ଦକ୍ଷତା ମଧ୍ୟ କମାଇ ଦିଏ, ତେଣୁ ସାଧାରଣତଃ ରାତି ୧୦ଟା ବେଳକୁ ଶୋଇବାକୁ ଯାଅ । ଶୋଇବାର ୨/୩ ଘଣ୍ଟା ଆଗରୁ ରାତ୍ରି ଭୋଜନ ଶେଷ କର ।

  • ଶୋଇବା ପୂର୍ବରୁ ହାତ, ଗୋଡ଼, ମୁହଁ ଧୋଇ ତଉଲିଆରେ ପୋଛିବ ।
  • ଗଦି, ନରମ ବିଛଣା ବ୍ୟବହାର କରନାହିଁ ।
  • ଚିତ୍ ହୋଇ, ପେଟେଇ ଡାହାଣ କଡ଼ ମାଡ଼ି ଶୋଇବ ନାହିଁ ।
  • ଶୋଇଲାବେଳେ ଶାନ୍ତ ପ୍ରଶାନ୍ତ ମନରେ ଭଗବତ୍ ସ୍ମରଣ ପୂର୍ବକ ଶୋଇଯାଅ ।

(୧୫) Read the epics (ଧର୍ମଗ୍ରନ୍ଥ ପଢ଼) :

ଗୀତା, ଭାଗବତ, ମହାଭାରତ, ରାମାୟଣ, ଉପନିଷଦ, ପୁରାଣ ଇତ୍ୟାଦି ଧର୍ମଶାସ୍ତ୍ର ପଢ଼ । ମହାପୁରୁଷମାନଙ୍କର ଜୀବନୀ ପଢ଼ । ସେଥିରୁ ସେମାନଙ୍କର ତ୍ୟାଗ, ପରୋପକାର, ସତ୍ୟନିଷ୍ଠତା, କ୍ଷମାଶୀଳତା, ଉଦାରତା, ସଦାଚାର ଇତ୍ୟାଦି ସଦ୍‌ଗୁଣ ଶିକ୍ଷାକରି ନିଜେ ମଧ୍ୟ କାର୍ଯ୍ୟରେ ଲଗାଅ ।

(୧୬) Keep relation with the wise & experienced persons :

ଅଭିଜ୍ଞ ଓ ଜ୍ଞାନୀ ଲୋକଙ୍କ ସହିତ ସମ୍ପର୍କ ରଖ । ସେମାନଙ୍କ ପାଖକୁ ଯାଇ ପ୍ରଣାମ କରି ଉପଦେଶ ଗ୍ରହଣ କର । ସେମାନଙ୍କ ଅନୁଭୂତିରୁ ତୁମେ ଶିକ୍ଷା ଲାଭ କର ।

(୧୭) Always have good thoughts :

ନିଜର ବିଚାରକୁ ଶୁଦ୍ଧ କର । କାରଣ ମନ୍ଦ ବିଚାର ମନରେ ମନ୍ଦ ଭାବର ପ୍ରଭାବ ପକାଏ, ଫଳରେ କାର୍ଯ୍ୟ ମଧ୍ୟ ମନ୍ଦ ହୁଏ । ତେଣୁ ସର୍ବଦା ମନରେ ଶୁଦ୍ଧ ଓ ପବିତ୍ର ବିଚାର କର । ମନ ଓ ବୁଦ୍ଧିକୁ ନିର୍ମଳ କର ।

(୧୮) Be up & doing :

ସଦା ସର୍ବଦା କର୍ମଠ ରୁହ । ଅଳସୁଆ ହୁଅ ନାହିଁ । ଦୀର୍ଘସୂତ୍ରୀ ହୁଅନାହିଁ । ବର୍ତ୍ତମାନପାଇଁ କାମ କରି ଚାଲ ।

(୧୯) Render social service (ସମାଜ ସେବା କର) :

ନିଜ ପାଇଁ ତ ସବୁବେଳେ କାର୍ଯ୍ୟ କରୁଛ, ସମାଜ ପାଇଁ କିଛି ସେବା କର । ସମାଜରେ ଥିବା ଦୀନ ଦୁଃଖୀ, ଅସହାୟ, ଅନ୍ଧ, ରୋଗୀମାନଙ୍କ ପାଇଁ ସେବା କର । ତୁମ ପାଖକୁ କିଛି ଆର୍ଥିକ ସାହାଯ୍ୟ ପାଇଁ ଆସିଥିବା ବ୍ୟକ୍ତିକୁ ନିରାଶ କରନାହିଁ । ଯଦି ଅର୍ଥ ସାର୍ଯ୍ୟ କରି ପାରୁ ନାହଁ, ମିଠା କଥା କହି ସମବେଦନା ଜଣାଅ । ଦୀନ ଦୁଃଖୀଙ୍କ ପ୍ରତି ଦୟାଦ୍ର୍ର ହୁଅ ।

(୨୦) Work heart & soul (ମନ ପ୍ରାଣ ଦେଇ କାର୍ଯ୍ୟକର) :

ଯେ କୌଣସି କାର୍ଯ୍ୟ କର, ତାହାକୁ ନିଖୁଣ ଭାବରେ ମନ ଯୋଗ ପୂର୍ବକ କର । ଉପର ଠାଉରିଆ ଭାବରେ କରନାହିଁ । ଏପରି ମନପ୍ରାଣ ଦେଇ କର, ଯେପରି କାର୍ଯ୍ୟ ପୂର୍ଣ୍ଣତାରେ ତୁମକୁ ପୂର୍ଣ୍ଣାନନ୍ଦ ମିଳିବ । କୌଣସି କାର୍ଯ୍ୟକୁ ଛୋଟ ମନେ କରନାହିଁ । ଆଗ୍ରହର ସହିତ ନିଷ୍ଠାର ସହିତ କର । ଛୋଟ କାର୍ଯ୍ୟଟି ମଧ୍ୟ ସୁନ୍ଦର, ସରସ ଓ ଆକର୍ଷଣୀୟ ହୋଇ ପାରିବ । ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କର ସାରଥୀ ହେବା ଭଳି ଛୋଟ କାର୍ଯ୍ୟଟିକୁ ଅତି ନିଖୁଣ ଓ ସୁଚାରୁରୂପେ ସମ୍ପାଦନ କରିଥିଲେ ।

(୨୧) Avoid luxurious life :

ବିଳାସପୂର୍ଣ୍ଣ¤ ଜୀବନ ତ୍ୟାଗ କର । କର୍ମ ତତ୍ପର ହୁଅ । ବିଳାସ ବ୍ୟସନ ସୁଖ ଭଳି ଲାଗେ । କିନ୍ତୁ ପ୍ରକୃତରେ ତା’ ଦୁଃଖକୁ ଡାକି ଆଣେ । ବିଳାସ ବ୍ୟସନରେ ଜୀବନ ବିତାଉଥିବା ଲୋକ କେବେ ହେଲେ ପ୍ରକୃତ ସୁଖ ଭୋଗ କରେ ନାହିଁ ।

(୨୨) Be worshiper of nature :

ପ୍ରାକୃତିକ ସୌନ୍ଦର୍ଯ୍ୟର ପୂଜାରୀ ହୁଅ । ନଈର କୁଳୁକୁଳୁ ନାଦ, ସମୁଦ୍ରର ଉତ୍ତାଳ ତରଙ୍ଗମାଳା ପକ୍ଷୀମାନଙ୍କର ସୁମଧୁର କାକଳୀ, ମୃଦୁମନ୍ଦ ସମୀରଣ, ପୂର୍ଣ୍ଣମୀର ସୌମ୍ୟତା, ଅନନ୍ତ ଆକାଶର ନୀଳିମା, ମଧ୍ୟରାତ୍ରର ଗମ୍ଭୀର ନିରବତା, ଝଙ୍କାରୀର ଝିଁ ଝିଁ ଶବ୍ଦ, କୋଇଲିର କୁହୁକୁହୁ ତାନ, ଅମାବାସ୍ୟାର ନିସ୍ତବ୍ଧତା ମନରେ ସ୍ୱତଃ ଆନନ୍ଦ ଭରିଦିଏ । ପ୍ରକୃତି କୋଳରେ କିଛି ସମୟ ନିଜକୁ ହଜାଇ ଦିଅ । ଚିଡ଼ିଆଖାନାକୁ ଯାଅ, ସେଠି ସିଂହ, ବ୍ୟାଘ୍ର, ଭାଲୁ, ହାତୀ, ହରିଣ, ଠେକୁଆ, ସାପ, କୁମ୍ଭୀର, ବିଭିନ୍ନ ପ୍ରକାର ପଶୁପକ୍ଷୀମାନଙ୍କୁ ଦେଖି ଆନନ୍ଦ ହୁଅ ।

(୨୩) A thing of beauty is a joy for ever :

ସୁନ୍ଦର ତୃପ୍ତିର ଅବସାଦ ନାହିଁ ।
ଯେତେ ଦେଖୁଥିଲେ ନୂଆ ଦିଶୁଥାଇ ।।

ଜୀବନରେ ଘଟିଥିବା କିଛି ସୁଖଦ କିମ୍ୱା ଦୁଃଖଦ ସ୍ମୃତିକୁ ଉଜ୍ଜୀବିତ କର, ଯାହା କି ତୁମର କ୍ଳାନ୍ତ, ଅବସନ୍ନ, ଚିନ୍ତାଗ୍ରସ୍ତ କିମ୍ୱା ନୀରୋଳା ସମୟରେ ମନରେ ଅଫୁରନ୍ତ ଆନନ୍ଦ ଭରିଦେବ ।

(୨୪) Have faith in God (ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖ) :

ଭଗବାନଙ୍କ ଉପରେ ଆସ୍ଥା ସ୍ଥାପନ କର । ଏକାନ୍ତରେ ଜଗତ୍ପତି ଭଗବାନଙ୍କର ସ୍ମରଣ କର ଓ ଶରଣାପନ୍ନ ହୁଅ । ପ୍ରତିଦିନ ଭକ୍ତିର ସହିତ ପୂଜାର୍ଚ୍ଚନା, ସ୍ତୁତିବନ୍ଦନା ଓ ସ୍ମରଣ କରି ଚାଲ । ଆଧ୍ୟାତ୍ମିକ ଶକ୍ତି ଜାଗ୍ରତ କର । ଗୀତା, ଭାଗବତ, ରାମାୟଣ, ମହାଭାରତ ଇତ୍ୟାଦି ପଠନ କରି ଶିକ୍ଷଣୀୟ ବସ୍ତୁ ଗ୍ରହଣ କରି । ଅନ୍ୟମାନଙ୍କୁ ମାର୍ଗ ଦର୍ଶନ ଦିଅ । ସେଥିରୁ ପ୍ରକୃତ ଆନନ୍ଦ ପାଇପାରିବ ।

(୨୫) Do your duty (କର୍ତ୍ତବ୍ୟ କର) :

ବର୍ତ୍ତମାନ ପାଇଁ ବଞ୍ଚିବାକୁ ଶିଖ । କର୍ତ୍ତବ୍ୟ କର୍ମ କର । ସନ୍ତୁଳିତ ଓ ସଂଯମିତ ଜୀବନ ଜୀଇଁବାକୁ ଶିଖ । ଚରିତ୍ରବାନ୍ ହୁଅ । ସବୁଥିରୁ ଆନନ୍ଦ ଲାଭ କର । ଆତ୍ମ ନିରୀକ୍ଷଣ କର । ନିଜ ଉପରେ ନିଜେ ସନ୍ତୁଷ୍ଟ ରୁହ । ଶାନ୍ତି ପାଇବା ପାଇଁ କାମନା, ସ୍ପôହା ଓ ଅହଙ୍କାର ତ୍ୟାଗ କର । ନିଜ ଭିତରେ ଥିବା ଦୋଷ ତୃଟିଗୁଡ଼ିକ ସୁଧାରିବାକୁ ଚେଷ୍ଟାକର ।

(୨୬) Have positive thoughts : (ସକରାତ୍ମକ ଭାବନା ରଖ)

ସକାରାତ୍ମକ ବିଚାର କର । ଦୟା, ସହନଶୀଳତା, ସେବା, ପରୋପକାର, କ୍ଷମା, ଅକ୍ରୋଧ, ଉଦାରତା, ନିେର୍ଲାଭତା, ସତ୍ୟବାଦୀତା ଇତ୍ୟାଦି ଗୁଣ ଗ୍ରହଣ କର । ନିଜ ବିଚାରକୁ ଶୁଦ୍ଧ କର । ତୁମର ବିଚାର ଯେପରି ହେବ, ତୁମେ ସେହିପରି ହେବ । ତୁମେ ଯଦି ନିଜକୁ ଦୀନ, ହୀନ, କୃପଣ, ଅଯୋଗ୍ୟ ବୋଲି ବିଚାର କରିବ, ତୁମେ ସେହିଭଳି ହୋଇଯିବ । ତୁମେ ଯଦି ନିଜକୁ ଭୀରୁ, କାପୁରୁଷ, ଅଶାନ୍ତ ବିଚାର କରିବ, ତୁମେ ସେପରି ହେବ । ଫଳରେ ତୁମେ ସୁଖଶାନ୍ତି ପାଇ ପାରିବ ନାହିଁ । ତେଣୁ ତୁମକୁ ନୈରାଶ୍ୟ ତ୍ୟାଗ କରିବାକୁ ପଡ଼ିବ । ନିଜକୁ ସମ୍ପୂର୍ଣ୍ଣ ସୁଖୀ ସୁସ୍ଥ ଓ ଶାନ୍ତ ବିଚାର କର ।

(୨୭) Cut your coat according to your cloth :

ଆୟ ଦେଖି ବ୍ୟୟ କର । ଆଡ଼ମ୍ୱରପୂର୍ଣ୍ଣ ହୁଅ ନାହିଁ ।

ନିଜର ଆବଶ୍ୟକତା ଯଥା ସମ୍ଭବ କମ୍ କର ।

(୨୮) Practice the following good qualities to enjoy happiness :

ସୁଖୀ ହେବା ପାଇଁ ନିମ୍ନଲିଖିତ ଗୁଣ ଆୟତ୍ତରେ ରଖ ।

(୧) ଧର୍ମରେ ରୁହ ।
(୨) ସଦାଚାର କର ।
(୩) ସତ୍ଉପାୟରେ ଧନ ଅର୍ଜନ କର ।
(୪) ନିଃସର୍ତ୍ତରେ କ୍ଷମା ପ୍ରଦାନ କର ।
(୫) ନିଃସ୍ୱାର୍ଥ ଭାବରେ ପରୋପକାର କର ।
(୬) ଈର୍ଷାନ୍ୱିତ ହୁଅ ନାହିଁ ।
(୭) ନିର୍ବଳ ଉପରେ ବଳ ପ୍ରଦର୍ଶନ କରନାହିଁ ।
(୮) ସତ୍ସଙ୍ଗଦ୍ୱାରା ସଂଯମ, ସତ୍ୟ, ଅକ୍ରୋଧ, ଦୟା, କ୍ଷମା ଇତ୍ୟାଦି ଉପରେ ଦୃଢ଼ ରହିବାକୁ ପ୍ରେରଣା ମିଳେ ।
(୯) ସମାଜ ପାଇଁ ଯେକୌଣସି କାର୍ଯ୍ୟକୁ ସେବା ଭାବରେ ଗ୍ରହଣ କର ।
(୧୦) ସାଧୁସନ୍ଥ, ମହାପୁରୁଷମାନଙ୍କର ପଦାଙ୍କ ଅନୁସରଣ କର ।

(୨୯) Serve the patients :

ରୋଗୀର ସେବା କର । ତାକୁ ସାହାଯ୍ୟ ଓ ସହାନୁଭୂତି ଦିଅ । ଅନ୍ଧକୁ ବାଟ କଢ଼ାଅ ।

ଛୋଟା, କେମ୍ପା, କୁଜା, ବିକଳାଙ୍ଗ ବ୍ୟକ୍ତିଙ୍କୁ ସହାନୁଭୂତି ଦିଅ ।

(୩୦) Check up your health regularly :

ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନିଅ । ବିଶେଷ କରି ଉଚ୍ଚ ରକ୍ତଚାପ, ମେଦବହୁଳତା, ମଧୁମେହ, ହୃଦ୍ରୋଗ, ବୃକକ୍ ଓ ଯକୃତ୍ ରୋଗ, ଅମ୍ଳ ପେପ୍ଟିକ ରୋଗ ଡାକ୍ତରଙ୍କ ଦ୍ୱାରା ପରୀକ୍ଷା କରାଇ ନିଅ । ଯଦି କିଛି ରୋଗ ପରୀକ୍ଷା ଦ୍ୱାରା ଜଣାପଡ଼େ, ନିୟମିତ ଔଷଧ ସେବନ କର ଓ ମଝିରେ ମଝିରେ ଡାକ୍ତରଙ୍କ ପରାମର୍ଶ କର । ସୁଖୀ ରହିବା ପାଇଁ ବୟସାନୁପାତରେ ସ୍ୱାସ୍ଥ୍ୟକୁ ଜଗ ।

ତା’ପରେ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top