ଅନୁଭୂତି

ନିତ୍ୟଲିପିରେ ନିହିତ ସୀକର ଓ ରୌଦ୍ର

Dr Anita Panda

ବହୁ କ୍ଷେତ୍ରରେ ଜୀବନକୁ ଏକ ନୌକା ସହିତ ତୁଳନା କରାଯାଇଥାଏ । ମୃତ୍ୟୁ ସଦୃଶ, କଥାଟି ସମ୍ପୂର୍ଣ୍ଣ ଭାବେ ସତ୍ୟ ।

ନିତ୍ୟଲିପିରେ ନିହିତ ସୀକର ଓ ରୌଦ୍ର

ବହୁ କ୍ଷେତ୍ରରେ ଜୀବନକୁ ଏକ ନୌକା ସହିତ ତୁଳନା କରାଯାଇଥାଏ । ମୃତ୍ୟୁ ସଦୃଶ, କଥାଟି ସମ୍ପୂର୍ଣ୍ଣ ଭାବେ ସତ୍ୟ । ତା’ର ଉଦାହରଣ ହେଲା ନାଉରୀଆଟି ଯେତେ କୁଶଳୀ ହୋଇଥିଲେ ମଧ୍ୟ ବିନା ଜଳରେ ନାଆଟିକୁ ଚଳାଇବା କେବଳ ଅସମ୍ଭବ ନୁହେଁ, ତାହା ମଧ୍ୟ ଭାବନା ବାହାରେ । ଯେମିତି ଶରୀର ବିନା ଜୀବନ ।

ଉପରୋକ୍ତ ବିଷୟ ବସ୍ତୁକୁ ନେଇ ଗଢ଼ି ଉଠିଛି “ନିତ୍ୟଲିପିରେ ନିହିତ ସୀକର ଓ ରୌଦ୍ର ।”

“ପଞ୍ଚ ଦେବତା” କହିଲେ ପାଞ୍ଚ ମୁଖ୍ୟ ଦେବତା “ପଞ୍ଚତତ୍ତ୍ୱ” ପାଞ୍ଚଟି ମୌଳିକ ଉପାଦାନ, “ପଞ୍ଚେନ୍ଦ୍ରୀୟ” ମଣିଷର ପାଞ୍ଚଟି ଅପରିହାର୍ଯ୍ୟ ଅଙ୍ଗ, “ପଞ୍ଚକର୍ମ” ପାଞ୍ଚପ୍ରକାର ପଦ୍ଧତି, “ପଞ୍ଚ ପଲ୍ଲବ” ପାଞ୍ଚଟି ବୃକ୍ଷ ଏବଂ “ପଞ୍ଚସଖା” କହିଲେ ଓଡ଼ିଶାର ପାଞ୍ଚଜଣ ବରପୁତ୍ରଙ୍କୁ ସୂଚିତ କରିଥାଏ ।

କିପରି ଅପରର ହାନି ନ କରି ମଣିଷକୁ ପଞ୍ଚକର୍ମ ଦ୍ୱାରା ଜୀବନ ପଥରେ ପ୍ରଗତି କରିବାକୁ ହୁଏ ଆଜିର ପୁସ୍ତକ ତା’ ଉପରେ ଆଲୋକପାତ. . . କରିଛି । ସେଗୁଡ଼ିକ ହେଲା : ଏକାଗ୍ରତା, ଧୈର୍ଯ୍ୟ, ଅଧ୍ୟବସାୟ, ଶିକ୍ଷା ଏବଂ ସର୍ବୋପରି “ଦୁଃଖେଷ୍ୱନୁଦ୍‌ବିଗ୍ନମନାଃ ସୁଖେଷ୍ୱବିଗତ ସ୍ପ୍ରୁହଃ, ବୀତରାଗ ଭୟକ୍ରୋଧଃ ସ୍ଥିତଧୀର୍ମୁନିରୁଚ୍ୟତେ”,

ଏଇ ବିଷୟ ବସ୍ତୁ ଗୁଡ଼ିକୁ ପାଠକ ପାଠିକା ମାନଙ୍କ ସାମ୍ନାକୁ ଆଣିବା ପଛରେ ଯାହାର ଏକାଗ୍ରତ ଥିଲା ସେ ହେଲେ ଡା. ରୂପଲିନ୍ ।

ବିଷୟ ବସ୍ତୁର ପ୍ରାଧାନ୍ୟ

ଛୋଟ ମୋର ନାଆଟି :-

ଆପଣମାନେ ନିଶ୍ଚୟ ମୋ କଥାରେ ଏକମତ ହେବେ ଯେ ଅକ୍ଷୂର୍ଣ୍ଣ ନାଆଟିଏ ତିଆରି କରିବାକୁ ହେଲେ ବହୁଜଣ ଅବଗାହୀ ନାଗରିକ ନାଗରିକାଙ୍କର ପ୍ରୟାସ ଆବଶ୍ୟକ ହୋଇଥାଏ । ପ୍ରଥମ ହେଲା କେଉଁ ପ୍ରକାର ଗଛର କାଠ ନାଆ ଗଢ଼ିବା ପାଇଁ ଉପଯୋଗୀ । ଗଛଟିକୁ କାଟି କାଠକୁ ନେଇ ଆସିଲେ ଯେ ଯଥେଷ୍ଟ ତାହା ନୁହେଁ, କାଠ ଗୁଡ଼ିକ କେତେ ଶୁଖିବା ଦରକାର ତାହା କେବଳ ଅନୁଭବି ମାନେ ହିଁ କହିପାରିବେ ନିପୁଣ ବଢ଼େଇଟିକୁ ଆମେ ଡାକି ଆଣିଲେ, ଯାହାର ହାତର କଳା ଅନୁପମ । କେବଳ ସେତିକି ହେଲେ ତ କାମ ଚଳିବିନି । ନାଆଟିର ଲମ୍ୱା, ଚଉଡ଼ା ଉଚ୍ଚତାର ଭାଗମାପ ଉପରେ ମଧ୍ୟ ଖୁବ୍ ଜ୍ଞାନ ଥିବା ଉଚିତ୍ ।

ଜଳର ସନ୍ଧାନ :-

ଆଖି ଆଗରେ ଆମର ରଖାଯାଇଛି ଖୁବ୍ ସୁନ୍ଦର ଅକ୍ଷୂର୍ଣ୍ଣ ନାଆଟି ସାତତାଳ ପାଣି ଭିତରୁ ଖୋଜି ଆଣିଛୁ ଏକ ସୁଦକ୍ଷ ନାଉରୀଆ । ହେଲେ ନାଆଟି ଚାଲିବ କେମିତି ? ସେଥିପାଇଁ ଆବଶ୍ୟକ ପ୍ରଚୁର ଜଳ ନାଆଟିକୁ ନାଆରୀଆ ସହ ନେଇ ବିସ୍ତୃତ ଦରିଆ ଗର୍ଭରେ ଛାଡ଼ି ଦେଇ ଆସିବୁ ନା କୃତ୍ରିମ ଉପାୟରେ ଅର୍ଥାତ୍ ନିଜ ପରିଶ୍ରମରେ ବିସ୍ତୃତ ଜଳର ବ୍ୟବସ୍ଥା କରିବୁ ??

ଲାଳିତ୍ୟ ଓ ଦୁର୍ବୋଧ୍ୟ ପଥ :-

ଆପଣମାନଙ୍କ ମଧ୍ୟରୁ ପ୍ରାୟ ଶତକଡ଼ା ପଞ୍ଚାନବେ ପ୍ରତିଶତ ସମୁଦ୍ର ମଧ୍ୟରେ ପ୍ରବେଶ କରିବାର ଅନୁଭବ ଥାଇପାରେ । ତେବେ ଆପଣମାନେ ସେଇ ବାଲିର ଦୁର୍ବୋଧ୍ୟତା ନିଶ୍ଚିତ ଭାବେ ଉପବଲ୍ଧି କରିଥିବେ । ସେଇ ଜଳ ମିଶ୍ରିତ ବାଲୁକା ଯାହା ଭିତରେ ପାଦ ପଶିଗଲେ ବାହାର କରିବା କେମିତି କଷ୍ଟକର ହୋଇଥାଏ । ଉପରେ ଢେଉ ପଦ ବନ୍ଧନ. . . ସେଇ ସମୟର ମନୋଭାବନାକୁ କେବେ ବିଶ୍ଳେଷଣ କରିବା ପ୍ରଚେଷ୍ଟା କରିଛନ୍ତି ?

ଅଦୃଶ୍ୟ ପଙ୍କ :-

ରୌଦ୍ରର ତାପରେ ନଦୀ ହେଉ ବା ପୁଷ୍କରିଣୀ, ଜଳର ମାତ୍ରାହ୍ରାସ ହୋଇ ଯାଇଥାଏ । ମାତ୍ର ବର୍ଷାର ପ୍ରାରମ୍ଭେ ପୁଣି ସେଗୁଡ଼ିକ ପୁନଗର୍ଭା ହୋଇ ଉଠିଥାଏ । ସେତେବେଳେ ନାଉରିଆଟି ଅଦୃଶ୍ୟ ପଙ୍କ ବିଷୟରେ ଅଣୁ ମାତ୍ରେ ଚିନ୍ତା ବି କରି ନଥାଏ କାହିଁକି ନା ତା’ ନାଆଟି ସରନ୍ୟଯିବେ ଲଳିତା ପାଇଁ ପ୍ରଚୁର ଜଳ ରହିଛି ।

ପଙ୍କରୁ ପଙ୍କଜ :-

ବହୁ ସମୟରେ ଆମେ କହିଥାଉ, ଏ ନଦୀ ପୋଖରୀମାନଙ୍କରେ ପଙ୍କର ମାତ୍ରା ଅଧିକ ଥିବାରୁ ପାଣି ଗୋଳିଆ ମନେ ହୁଏ । ଯଦି ତାହା ନ ଥାନ୍ତା ପାଣି ନିଶ୍ଚିତ ଭାବେ ସ୍ୱଚ୍ଛ ଦେଖା ଯାଆନ୍ତା । କଥାଟା ଅନେକ ପରିମାଣରେ ସତ ହୋଇଥିଲେ ମଧ୍ୟ ଆମେ ଭୁଲି ଯାଇ ଥାଉ “ପଙ୍କରୁ ଜାତ ପଙ୍କଜ” ପଙ୍କ ନ ଥିଲେ ପଙ୍କଜ ଆସିବ କେଉଁଠୁ ? ତେଣୁ ଆରୋପ ଲଗାଇବା ପୂର୍ବରୁ ଏଇ ବିଷୟ ବସ୍ତୁଟିକୁ ଭଲ ଭାବେ ଚିନ୍ତା କରିନେବା ଉଚିତ୍ ।

ପଙ୍କର ଗଜ୍ଞରାଜ :-

ନିଜ ବିଷୟ ବାସନାରେ ଡୁବି ରହି ବହୁ ସମୟରେ ଆମେ ସେଇ ଅଦୃଷ୍ଟ ଶକ୍ତିଟିକୁ ପାଶୋରି ଦେଇଥାଉ । ହୁଏ ତ ସେଇ ଶକ୍ତିର ସ୍ମରଣ “ଅବଶ୍ୟମ୍ଭାବୀ” ଏହା ସୂଚିତ କରିବା ପାଇଁ ଆମ ଚଲାପଥରେ ବହୁ ବାଧା ବିଘ୍ନ, ତଥା ବିପଦ ଆସିଥାଏ । ତାହାକୁ ସମ୍ପୂର୍ଣ୍ଣ ରୂପେ ହୃଦୟଙ୍ଗମ କରି ପାରିଲେ “ଦୁଃଖ” ଆମକୁ ସ୍ପର୍ଶ କରିପାରିବନି ।

ମନ୍ଥର ସ୍ରୋତ :-

ସ୍ରୋତସ୍ୱିନୀରୁ ଜଳର ଭାଗ ବହୁ ପରିମାଣରେ ହ୍ରାସ ହୋଇ ପାଇଥାଏ । ତେଣୁ ସ୍ରୋତର ଗଡ଼ି ମନ୍ଥର ହେବା ସ୍ୱାଭାବିକ୍ “ଦୁଃଖେଷ୍ୱନୁଦ୍‌ବିଗ୍ନମନାଃ ସୁଖେଷ୍ୱବିଗତ ସ୍ପ୍ରୁହଃ ।”

ତେଣୁ ଏଇ ପର୍ଯ୍ୟାୟଟିକୁ ଆଦରି ନେବା ବୁଦ୍ଧିମାନର ଲକ୍ଷଣ ।

ପ୍ରେରଣା

“ଆପଣଙ୍କୁ ଧନ୍ୟବାଦ୍ ଜଣାଇବାକୁ ଫୋନ୍ କରିଥିଲି ମାମ୍”, କହିଲେ ଡା. ରୂପଲିନ୍ ।

“ବୁଝିପାରିଲିନି, ସେମିତି କିଛି ତ ମୁଁ ତୁମ ହିତରେ କରିନି. . . ତେବେ ଧନ୍ୟବାଦ୍‌ର କାରଣଟା ଜଣାଇବ !” ଉତ୍କଣ୍ଠାର ସହ ପଚାରିଲି ।

“ମୋ ପଠାଇଥିବା ପ୍ରଶ୍ନ ଗୁଡ଼ିକର ଉତ୍ତର ଆପଣ ଏତେ ପ୍ରାଞ୍ଜଳ ଭାବେ ବୁଝାଇ ଲେଖିଛନ୍ତି ଯେ ମୋ ପାଇଁ ଆଉ କିଛି ସଂଶୋଧନ କିମ୍ୱା ଦୂରୀକରଣ କରିବାକୁ ନଥିଲା । ପୁରା ସାକ୍ଷାତ୍‌କାର୍‌ଟି କେତୋଟି ପତ୍ରିକାରେ ଛପିଛି । ସମ୍ପୂର୍ଣ୍ଣ ଲେଖାଟି ଆପଣଙ୍କ ପାଖକୁ ସେଲ୍ କରି ଦେଇଛି । ନିକଟରେ ଏହା ବହି ରୂପେ ପ୍ରକାଶ ପାଇବ ।”

“ଅର୍ଥାତ୍ ମୋର ତୁମକୁ ଧନ୍ୟବାଦ୍ ଦେବା କଥା ନାଁ”, “ତାହା ଆପଣ ଡିଜର୍ଭ କରନ୍ତି । ହଁ, ଆଉ ଗୋଟିଏ କଥା- କେତେଦିନ ତଳେ ଆପଣଙ୍କୁ କିଛି ହୋମ ୱାର୍କ ଦେଇଥିଲି । ଭୁଲି ଯାଇ ନାହାନ୍ତି ତ ।” “ତା’ର ସଠିକ୍ ଉତ୍ତର ତ ମୁଁ ତୁମକୁ ସେଇଦିନ ଦେଇଥିଲି । ଅବଶ୍ୟ ପରେ ୟା’ ଉପରେ ବହୁ ଚିନ୍ତା କରି କିଛି ଏକ ସିଦ୍ଧାନ୍ତରେ ଉପନୀତ ହୋଇଛି ।”

“ଅର୍ଥାତ୍ ଆପଣ ଆତ୍ମଲିପି ଲେଖିବା କେଉଁ ଭାଷାରେ ? ଇଂରାଜୀ ନା ଓଡ଼ିଆ ? ଇଂରାଜୀରେ ଲେଖିଲେ ମତେ ସଂଶୋଧନ କରିବାର ମଉକା ଦେବେ । ସତ କହିବାକୁ ଗଲେ ଆପଣଙ୍କର ଆତ୍ମଲିପି ଅଗଣିତ ଯୁବଗୋଷ୍ଠୀମାନଙ୍କର ପଥ ପ୍ରଦର୍ଶନ ହେବ । ଆପଣଙ୍କ ଲେଖାମାନଙ୍କର ନାମ ଖୁବ୍ ଚିର୍ତ୍ତାକର୍ଷକ ହୁଏ, ୟାର ନାମ କ’ଣ ରଖିଛନ୍ତି ?” ଉଲ୍ଲାସିତ ସହ କହିଲେ ଡା. ରୂପଲିନ୍ ।

“ନିଡ଼ଲିପିର ସ୍ମର”

“ଅର୍ଥାତ୍ ଡାଏରୀ ବିଷୟରେ ?”

“ନାଁ ଡାଏରୀ ବିଷୟରେ ନୁହେଁ । ଡାଏରୀରେ କିଛିଟା ଉଲ୍ଲେଖିତ ଘଟଣାବଳୀ ଯାହା ମୁଁ ଛଅବର୍ଷ ଦିନୁ ଲେଖି ଆସୁଛି । ତୁମେ ତ ମୋର ଖୁବ୍ ବଡ଼ାଇ କରି ବିଭିନ୍ନ ପତ୍ରିକାରେ ଛାପି ସାରିଛ । ମୁଁ ସେଇ ବିଷୟ ଗୁଡ଼ିକୁ ସ୍ପଷ୍ଟ କରାଇ ଦେବାକୁ ଚାହୁଁଛି ଯେଉଁଥିରୁ ମତେ ବହୁ ଶିକ୍ଷା ଆହରଣ କରିବାର ସୌଭାଗ୍ୟ ମିଳିଛି ଆଉ ମଧ୍ୟ ଏମିତି କିଛି ଘଟଣା ଯାହା ମୁଁ ଯେ କୌଣସି କାରଣରୁ ହେଉ ପ୍ରତିବାଦ କରିପାରି ନଥିଲି କିମ୍ୱା ସାମୟିକ ସହାନୁଭୂତି ଲାଭ ପରି ପରେ ପରେ ଅଟ୍ଟହାସ୍ୟ ହେବା ଭୟରେ ପ୍ରକାଶ କରି ପାରି ନଥିଲି ସେଇ ଘଟଣାବଳୀ ଗୁଡ଼ିକୁ ଡାଏରୀରେ ଉଲ୍ଲେଖ କରି ମୁଁ ମୋର ମାନସିକ ଚାପକୁ ଲାଘବ କରି ପାରିଥିଲି । ମୁଁ ଅନୁଭବ କଲି ଜୀବନ ସଂଘର୍ଷ ପଥରେ ଏମିତି କେତେଟା ଅପ୍ରୀତିକର ଘଟଣା ମଣିଷକୁ ଆଗେଇବାରେ ନିଶ୍ଚୟ ସାହାଯ୍ୟ କରେ ଯାହା ମୋ ଜୀବନରେ ଘଟି ଯାଇଛି । ଅବଶ୍ୟ ସେଥିପାଇଁ ଆବଶ୍ୟକ ଧୈର୍ଯ୍ୟ ଆଉ ନିଷ୍ଠା । ତା’ଛଡ଼ା ଚିର ଉଲ୍ଲାସିତ ରହୁଥିବା ମଣିଷଟିର ଭିତରେ କେଉଁ ଧରଣର ଅନ୍ତର୍ଗାଥା ଲୁଚି ରହିଛି ତାହା ସ୍ପଷ୍ଟ କରିବ ସୀକର ରୋଦ୍ର ସଂହିତ ନିତ୍ୟଲିପି ।”

“ସେଇମିତି କିଛି ବ୍ୟକ୍ତ କରିବା ପାଇଁ ମୁଁ ବାରମ୍ୱାର ଅନୁରୋଧ କରିଥିଲି ମାମ୍ ଯାହା ପ୍ରକାଶ କରିବାକୁ ଆପଣ କୁଣ୍ଠାବୋଧ କରିଥିଲେ । ବାତ୍ୟା ମଧ୍ୟରେ ଡୁବି ରହି କେମିତି ନିଜକୁ ପ୍ରସ୍ଫୁଟିତ କରିଥିଲେ ତାହା ବ୍ୟାଖ୍ୟା ତ ନିଶ୍ଚିତ ଭାବେ ହୋଇ ସାରିଛି, ମାତ୍ର ଲହରୀର ବିପରୀତ ଦିଗକୁ ଗତି କରି ପ୍ରଗତି କରିବାର ବିଧି ହେବ ସମାଜ ପାଇଁ ମହାମନ୍ତ୍ର, ମୁଁ ଲେଖାର ପ୍ରତୀକ୍ଷା କରିବି ।”

xxxxxx

୧୫/୦୬/୨୦୧୩ ଆଜି ଦିନଟି ମୋ ପାଇଁ ଖୁବ୍ ମହତ୍ତ୍ୱପୂର୍ଣ୍ଣ ପଚାଶ ବର୍ଷରୁ ଉର୍ଦ୍ଧ୍ଵ ଏଇ ଦିନଟିରେ ମୁଁ ଆରମ୍ଭ କରିଥିଲି ମୋର ପ୍ରଥମ ସାହିତ୍ୟ ଲେଖା, ଡା. ରୂପଲିନ୍ ପାଇଁ ଲେଖା ଆରମ୍ଭ କରିବାର ପ୍ରୟାସ କଲି । ଆଖି ସାମ୍ନାରେ ଅଠାବନ ଟି ଡାଏରୀ, ପୃଷ୍ଠା ଗୁଡ଼ିକ ଅକ୍ଷୁର୍ଣ୍ଣ ରହିଥିଲେ ମଧ୍ୟ ରଙ୍ଗ ବଦଳି ଯାଇଛି । ଅକ୍ଷର ଗୁଡ଼ା ଛାପା ଛାପା ହୋଇଗଲାଣି । ସାଗର ମଧ୍ୟରୁ କ’ଣ ବାଛିବି କ’ଣ ଛାଡ଼ିବି ବହୁ ଦୁଃଖଦାୟକ । ତାରିଖ କେତେଟା ମନେ ଥିଲା । ଖୋଲିଲି. . . ସତ୍ୟ ହେଲେ ମଧ୍ୟ ଏହା ସେଇ ମଣିଷଟି ମନରେ ବ୍ୟାଘାତ ସୃଷ୍ଟି କରିପାରେ । ସମାଜ ଆଗରେ ତାକୁ ଅପମାନିତ ହେବା ସ୍ୱାଭାବିକ୍, ଧର୍ମ ସଙ୍କଟରେ ପଡ଼ିଗଲି ।

୧୦/୦୭/୨୦୧୩ ଆଜି ଶ୍ରୀଜଗନ୍ନାଥ ପ୍ରଭୁଙ୍କର ରଥଯାତ୍ରା । ସବୁଦିନ ଭଳି ସକାଳ ପାଞ୍ଚଟାରେ ନିଦ ଭାଙ୍ଗିଗଲା । ନିତ୍ୟକର୍ମ ସାରି ଚାହା କପ୍‌ଟା ଧରି ମୋର ନିତିଦିନିଆ ଲେଖା ଲେଖି କରିବା ସ୍ଥାନରେ ବସିଲି । ଏଇ ଜାଗାଟି ମୋର ସବୁ ଠାରୁ ପ୍ରିୟ । ଏଇଠି ବସି ଶହ ଶହ ବୈଜ୍ଞାନିକ ଲେଖା ଲେଖି ପ୍ରକାଶ କରିବାର ସୌଭାଗ୍ୟ ଲାଭ କରିପାରିଛି ।” “ଡା. ନମ୍ରତା, ମୋର ଏକ ପ୍ରିୟ ଛାତ୍ରୀର ଦିନକର ମନ୍ତ୍ରବ୍ୟ, ମୋର ଏଇ ଲେଖାଟିକୁ ବାରମ୍ୱାର ସମ୍ପାଦକମାନେ ପ୍ରତ୍ୟାଖ୍ୟାନ କରି ଦେଉଛନ୍ତି ମାମ୍, ଡା. ବାଜପେୟୀ ୟାକୁ ଆହୁରି ମାର୍ଜିତ କରିବାକୁ ଆଦେଶ ଦେଇଛନ୍ତି । ଆପଣ ଯଦି ଥରେ ୟାକୁ ଆପଣଙ୍କର ବଡ୍ରିଶ ସିଂହାସନ ଉପରେ ବସି କିଛିଟା ଆଲୋକପାତ କରନ୍ତେ ଏହା ନିଶ୍ଚିତ ଭାବେ ଛପି ଯାନ୍ତା ।”

ଆଜି ବୁଧବାର. . . ବାପାଙ୍କର ଗୋଟିଏ ଉପଦେଶ ମୋ କାନରେ ଗୁଞ୍ଜି ଉଠୁଛି । ମଙ୍ଗଳ ରାତି, ବୁଧ ପାହାନ୍ତି. . . ହଁ ଆଜି ନିଶ୍ଚିନ୍ତ ଭାବେ ଡା. ରୂପଲିନ୍‌ର କାମ ଆରମ୍ଭ କରିବି । କିଛି ନ ଲେଖିଥିଲେ ମଧ୍ୟ କେଉଁ ଘଟଣାଗୁଡ଼ିକୁ ବ୍ୟାଖ୍ୟା କରିବି, ନାଲି କଲମରେ ଗାର ଦେଲି ।

୦୪/୦୨/୨୦୧୪ ଆଜି ଆମ ସଂସ୍ଥାର ନୂଆ କରି ଗଢ଼ି ଉଠିଥିବା ହେଡ୍ କ୍ୱାଟର୍ସର ଉଦ୍ଘାଟନ ହେଲା । ଏଥିପାଇଁ ଆମେ କୌଣସି ପଲିଟିସିଆନ୍‌ଙ୍କୁ ଆମନ୍ତ୍ରିତ କରି ନଥିଲୁ । ସଂସ୍ଥାର ବିଭିନ୍ନ ସମୟର ସଭାପତିମାନଙ୍କ କର କମଳରେ ଏହା ଉଦ୍ଘାଟନ ହୋଇଥିଲା । କୌଣସି କାର୍ଯ୍ୟର ଆରମ୍ଭ ହୁଏ ଆଦି ପୂଜିତ ଗଣନାଥଙ୍କୁ ସ୍ମରଣ କରି । ଶ୍ଳୋକଟି ଶେଷ କରି ଆଖି ଖୋଲି ଦେଖିଲି ଦୂରରେ ଛିଡ଼ା ହୋଇଛି ଡା. ରୂପଲିନ୍ ।

“ହେଡ୍ କ୍ୱାଟର୍ସ ପାଇଁ ବହୁ ବହୁ ଅଭିନନ୍ଦନ ମାମ୍ ।” ପରେ ପରେ ବହୁ ଗୁଡ଼ିଏ କଣ୍ଠସ୍ୱର ୧୭ ଜାନୁୟାରୀ ୨୦୧୩ ସଭାପତି ବକ୍ତବ୍ୟ ଅନୁସାରେ ନଅମାସରେ ନରମାଲ୍ ଶିଶୁ ଜନ୍ମ ନେଇଛି ।

ଅଳ୍ପ ହସି କହିଲେ, “ନାଁ ତାହା ଠିକ୍ ନୁହେଁ, ପୋଷ୍ଟ ମ୍ୟାଚ୍ୟୋର ଏବଂ ପ୍ରୋଲଙ୍ଗଡ୍ ଲେବର” ଜୋର୍‌ରେ ହସି ଉଠିଥିଲେ ସମସ୍ତେ ।

ଆଗ୍ରାରେ ଆମ ସଂସାର ଆଗାମୀ ବାର୍ଷିକ ଉତ୍ସବ କାଲିଠାରୁ ଚାରିଦିନ ଧରି ପାଳନ ହେବ । ବିନା ସମୟ ନଷ୍ଟ କରି ଗାଡ଼ିରେ ବସିଲୁ । ଗାଡ଼ିରେ ବସୁ ବସୁ ଶୁଣି ପାରୁଥିଲି, “ଆଗାମୀ ଏଜେଣ୍ଡା ନିତ୍ୟାଲିପିର ସ୍ମର ମାମ୍. . . ।”

ବହୁ ବର୍ଷ ପରେ ପୁଣି ଥରେ ସାହିତ୍ୟ ଜଗତକୁ ଅବତରଣ କରିବା ପରେ ଦୃଢ଼ କରିଥିଲି, ଯେତେ ଶୀଘ୍ର ଲେଖାଗୁଡ଼ିକୁ ପ୍ରକାଶ କରିବି । ଈଶ୍ୱରଙ୍କ କୃପାରୁ ଆଜି ଚତୁର୍ଥ ବହିଟି ପ୍ରେସକୁ ଦେଲି । ବର୍ତ୍ତମାନ ମୁଁ ଡା. ରୂପଲିନ୍‌ର ଏଜେଣ୍ଡା ପୁରା କରିବାରେ ଅଗ୍ରସର ହେବି ।

୧୯/୦୬/୧୪ ଆଜି ଗୁରୁବାର ନନା କହନ୍ତି, ବିଦ୍ୟାରମ୍ଭେ ଗୁରୁଶ୍ରେଷ୍ଠ ଧଡ୍ କରି ଖସି ଯାଇଥିଲି, ୧୮ ଜୁନ୍ ୧୯୬୦ ମସିହାକୁ ସେଦିନ ମଧ୍ୟ ଗୁରୁବାର ଥିଲା । ଭଦ୍ରକ ହାଇସ୍କୁଲ୍‌ରେ ମୁଁ ସ୍କୁଲ୍‌ରେ ଭର୍ତ୍ତୀ ହେବା ପାଇଁ ପରୀକ୍ଷା ଦେଇଥିଲି । ସେଇ ଦିନଟି ତ ମୋ ଜୀବନରେ ପରିବର୍ତ୍ତନ ଆଣି ଦେଇଛି ।

“ବିଦ୍ୟା ଦଦାତି ବିନୟମ୍
ବିନୟ ଦଦାତି ପାତ୍ରତାମ୍
ପାତ୍ରତ୍‌ତ୍ତା ଧନମାପ୍ନୋତି
ଧନତ୍ ଧର୍ମ୍ମନ ତୋ ସୁଖମ୍”

ତା’ ଛଡ଼ା. . .

“ନା ଚୋର ହରିୟାମ୍
ନା ଚ ରାଜ ହରିୟାମ୍
ନା ଭ୍ରାତୁ ରାଜ୍ୟମ,
ନା ଚ ରାଜ ଭରକମନ୍
ଭ୍ୟୟେ କୃତେ ବର୍ଦ୍ଧତ
ଏବ ନିତ୍ୟମ୍
ବିଦ୍ୟା ଧନମ୍
ସର୍ବ ଧନେ ପ୍ରଧାନମ୍”

ଆହୁରି ମଧ୍ୟ ଶିଖାଇ ଥିଲେ

“ଆଲସସ୍ୟ କୁତୋ ବିଦ୍ୟା
ଅବିଦ୍ୟସ୍ୟ କୁତୋ ଧନମ୍
ଅଧନସ୍ୟ କୁତୋ ମିତ୍ରମ୍
ଅମିତ୍ରସ୍ୟ କୁତୋ ସୁଖମ୍”

ଡାଏରୀ ବାକ୍ସଟି ଖୋଲି ବସି ନିଜକୁ ନିଜେ ଟିକିଏ ହସି ଦେଲି । ପୁଅ କହେ “ଏଇଟା ମା’ଙ୍କର ପାଣ୍ଡୋରା ବକ୍ସ ଖୋଲିଗଲେ ସମସ୍ତଙ୍କର ଗୋଇ ଖୋଲିଯିବ ।”

ୟା ଭିତରେ ଡାଏରୀର ସଂଖ୍ୟା ଷାଠିଏ ହୋଇଯାଇଛି । ଲାଲ୍ ଗାର ଦିଆ ଯାଇଥିବା ହୃଦୟସ୍ପର୍ଶୀ ଘଟଣାବଳୀକୁ ଖୋଲି ଲେଖା ଆରମ୍ଭ କରି ।

ଲେଖା ପ୍ରାୟତ୍ତ ଶେଷ ହୋଇଯାଇଛି । ବର୍ତ୍ତମାନ ୟାକୁ ନ୍ୟାୟ ସଙ୍ଗତ ଭାବରେ ସଂଶୋଧନ କରିବାକୁ ହେବ ।

“ନିତ୍ୟଲିପିରେ ନିହିତ ସୀକର ରୌଦ୍ର”, ବହୁ ସ୍ଥଳରେ ଜୀବନକୁ ନଉକା ସହିତ ତୁଳନା କରାଯାଇଥାଏ । ଏହା ମଧ୍ୟ ମୃତ୍ୟୁ ସଦୃଶ ସତ୍ୟ ଯେ ନାଉରୀଆଟି ଯେତେ କୁଶଳୀ ହୋଇଥିଲେ ମଧ୍ୟ ବିନା ଜଳରେ ନାଆଟିକୁ ଚଳାଇ ପାରେନା । ସେଇ ବିଷୟଟିକୁ ମଧ୍ୟ ଏଠାରେ ଫୁଟାଇ ଦିଆଯାଇଛି । “ଛୋଟ ମୋର ନାଆଟି”, “ନାଆ ଚଳାଇବାକୁ ଜଳର ସନ୍ଧାନ” ଜଳ ରହିଲେ ପଙ୍କ ଅବଶ୍ୟାମ୍ଭବୀ । ସୁରୁଖୁରିରେ ନାଆଟିର ଗତି ରହିବା ପାଇଁ ପଙ୍କଠାରୁ ସ୍ଥିର ଜଳର ଉଚ୍ଚତା ଖୁବ୍ ବେଶୀ ଆବଶ୍ୟକ “ଅଦୃଶ୍ୟ ପଙ୍କ” । ସେଇ ପଙ୍କରୁ ପୁଣି ଜାତ ହୋଇଥାଏ “ପଙ୍କରୁ ପଙ୍କଜ” । ଈଶ୍ୱରଙ୍କୁ ନ ଭୁଲି ମନେ ପକାଇବାକୁ ହେଲେ “ପଙ୍କରେ ଗଜରାଜ” । ପରିଶେଷେ ଆମକୁ ଗୋଟିଏ ସ୍ତରକୁ ଆସିବାକୁ ହୋଇଥାଏ ଦୁଃଖେଷ୍ୱନୁଦ୍‌ବିଗ୍ନମନାଃ ସୁଖେଷ୍ୱବିଗତ ସ୍ପ୍ରୁହଃ. . . ।

ୟାକୁ ପଢ଼ି ଡା. ରୂପଲିନ୍ କହିବ ଏହା ହେଉଛି ଆତ୍ମଲିପି. . . ମାତ୍ର ଭୁଲ୍. . . ଆତ୍ମା ତ ଶରୀରରେ ଏବେ ବି ରାଜୁତି କରୁଛି । ତେବେ ଆତ୍ମାଲିପି ଶେଷ ହେଲା କେମିତି ? ଆହୁରି କେତେଦିନ ରାଜୁତି କରିବ ତା’ ମଧ୍ୟ ଆମେ ଜାଣୁନା, କେତେ ବିଚିତ୍ର । ଏକାନ୍ତ ନିଜର ଆତ୍ମା ହେଲେ ମଧ୍ୟ ତା’ ବିଷୟରେ ଆମେ ଅନ୍ଧ, ଅର୍ଥାତ୍ “ମୁଁ” “ମୋର” ଶବ୍ଦ ଗୁଡ଼ିକର କିଛି ବି ଯଥାର୍ଥତା ନାହିଁ । ସବୁର ଅଧିକାରୀ ସେଇ ନିରାକାର ବ୍ରହ୍ମପୁରୁଷ, ଯାହାଙ୍କୁ କେହି ଥରେ ମଧ୍ୟ ସ୍ୱଚକ୍ଷୁରେ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତ କରିପାରିନି । ତାଙ୍କରି ରଚିତ, ଏବଂ ସୃଜ୍ଜିତ ପୃଥିବୀ ରଙ୍ଗମଞ୍ଚରେ ଆମେ ସବୁ ଏକ ଏକ ନାଟ୍ୟକାର ମାତ୍ର ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top