ଝାଇଁ ଝାଇଁ ତତଲା ଖରା,
ଖେଳୁଛି ଝାଞ୍ଜି , ଜଳୁଛି ଧରା ।
ଗମ୍ ଗମ୍ ଝାଳ ଦେହରୁ ବହେ,
ପଖାଳ ପଖାଳ ଓଡ଼ିଆ ମନ କହେ ।
ମହ ମହ ବାସ୍ନାରେ ପେଟ ପୁରିଯାଏ
କଂସାଏ ଖାଇ ନିଦରେ ଘୁରାଏ ।
ଓଡିଶାବାସୀଙ୍କ ଅତି ପ୍ରିୟ ଖାଦ୍ୟ,
ଦେଖିଦେଲେ ଥରେ ପେଟ କରେ ବାଦ୍ୟ ।
ପିଲା ଠୁଁ ବୁଢା, ଗାଁ ଠାରୁ ସହର,
ପଖାଳ ଲାଳସା ନ ଛୁଟେ କାହାର ।
ପାଣି ଭାତ ଯେ ଗର୍ବ ଗୌରବ ଆମର
ପରିଚୟ ସାଜିଛି ବିଶ୍ୱ ଦରବାରେ ଓଡ଼ିଆ ଜାତିର ।
