କବିତା

ନୂଆ ଭୂଆସୁଣୀ

Ritindra Panda's odia poem Nooaa Bhuasuni

ପିନ୍ଧିଥିଲା ନୀଳ ଶାଢି, ଥିଲା ନାଲି ତା ଓଢଣୀ
ଦେଇଥିଲା କେଉଁ ତନ୍ତୀ ତାକୁ ବୁଣି

କାହା ଘରମଣି ସେ କାହାର ଘରଣୀ
ନବା ପାଇଁ ଗାଁ କୂଅରୁ ପାଣି
କଳସୀକୁ କାଖେ ଧରି, ଗାଁ ଦାଣ୍ଡେ ଆସୁଥିଲା
” ନୂଆ ଭୂଆସୁଣୀ”
ପିନ୍ଧିଥିଲା ନୀଳ ଶାଢି, ଥିଲା ନାଲି ତା ଓଢଣୀ
ଦେଇଥିଲା କେଉଁ ତନ୍ତୀ ତାକୁ ବୁଣି
ଛାଡିଥିଲା ତାର କାରିଗରୀ କାମ ପୁଣି
ମଥାରେ ଖୋସିଥିଲା ମଥା ଚୂଡ଼ାମଣି
ମନ୍ଥର ଗତିରେ ତା’ର ପାଉଁଜିର ରୁଣୁ ଝୁଣୁ ହେଉଥିଲା ଗଣି
ସାଙ୍ଗ ରେ ତା ଆସିଥିଲା ନଣନ୍ଦ ଭୂତୁଣୀ
ଗାଁ କୂଅ ପାଖେ ଥିଲେ କେତେ ପିଚାଶୁଣୀ
ମେଦିନୀ ଉପରକୁ ତାକୁ ନେଲେ କରି କେତେ ସରାଗେ ବରଣି
କେତେ ଆଡ଼ୁ କେଉଁ କଥା ଦେଲେ ତା ଆଗେ ଭୁଣି

ଲାଗୁ ଥିଲା ଖାଇଯିବେ ତାକୁ ସବୁ ଝୁଣି
କେତେ କଥା ପଚାରନ୍ତି ତାକୁ ବିରି ପରି ଫେଣି
ନ କହି ସେ ହସୁଥଲା ସବୁ ଜାଣିଶୁଣି
ପଛ ପଟୁ ତା ଓଢଣୀ କିଏ ଦେଲା ଟାଣି
କିଏ କହୁଥାଏ ବୋହୁ ଖନି ନା କାଲୁଣୀ
ନୟନରେ ଦେଉଥାଏ ସେ ତୀର୍ଯକ ଚାହାଣୀ
କିଛି ନ କହି ବି ଥିଲା ମଧୁର ତା ବାଣୀ
କେତେ ତାକୁ ଦେଇଥିଲେ ନିଜରରେ ଖୁଣି
ଏଇ କାଳେ ଡାକ ଦେଲା ତା ଶାଶୁ ବୁଢୀ ଅସୁରୁଣୀ
ପାଣି ନେଇ ଫେରିଗଲା ‘ନୂଆ ଭୂଆସୁଣୀ’
ମଗୁଶୀର ନ ହୋଇ ବି ଗାଁ ଦାଣ୍ଡେ ବିଜେ ଥିଲେ
ବିଷ୍ଣୁ ପାଟରାଣୀ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top