ଗଳ୍ପ

ଅଦ୍ୱିତୀୟା

Dr Ajit Kumar Tripathy's odia story Adwitiyaa

ଘରେ ଶାଶୁ ଶ୍ୱଶୁରଙ୍କ ଆଗରେ ଜିନ୍ ପ୍ୟାଣ୍ଟ୍ ଓ ଗଞ୍ଜି ପିନ୍ଧି କଲା ଚଲାବୁଲା । ହାତରୁ କାଢ଼ିଦେଲା ପାଣି କାଚ । ବିକାଶ ସଙ୍ଗେ ସବୁବେଳେ ଦିନରାତି କବାଟ କିଳି ବସି ରହିଲା ଘରେ ।

ଅଦ୍ୱିତୀୟା

କଲେଜ୍‌ରୁ ଫେରୁ ଫେରୁ ଆଜି ହୋଇଯାଇଛି ଘଣ୍ଟାଏ ଡେରି । ବିକାଶକୁ ଜଣାନଥିଲା ଏଇ ଛୋଟ କାମଟା ସରୁସରୁ ଲାଗିବ କଲେଜ୍‌‌‌ ଅଫିସ୍‌ରେ ପୂରା ଗୋଟିଏ ଘଣ୍ଟା । ଏଇ ସରିବ ଏଇ ହୋଇଯିବ କହି କହି ତାକୁ ଡେରି କରାଇଦେଲା ସିନିୟର୍ ଆସିଷ୍ଟାଣ୍ଡ ପାତ୍ର । ଦି’ଟା ବିସ୍କୁଟ୍, କପେ ଚା’ ସିନା ଦେଲା କିନ୍ତୁ ସେ କ’ଣ ବୁଝିବ ଏଇ ଅନିଚ୍ଛାକୃତ ବିଳମ୍ୱଟି ପାଇଁ ବିକାଶର ଘରଣୀ ବିଥିକା ସୃଷ୍ଟି କରିବ କେଡ଼େ ମହାଭାରତ ! ଏ କଥା ବିକାଶ କାହାକୁ କହିବ ବା କେମିତି ? ଅଜାଗା ଘା’ ଦେଖି ହୁଏ ନାହିଁ କି ଦେଖାଇ ହୁଏନାହିଁ । ସକାଳେ ଆଜି କଲେଜ୍‌‌‌ ଆସିଲା ପୂର୍ବରୁ ଲାଗିଥିଲା ଗୋଟାଏ ଘମାଘୋଟ କଳି ବିଥିକା ସାଙ୍ଗରେ । ବିଷୟଟି ନଥିଲା ବିଶେଷ ଗୁରୁତ୍ୱପୂର୍ଣ୍ଣ । ଛୋଟ ଟି.ଭି. ବଦଳାଇ ଗୋଟିଏ ବଡ଼ ଟି.ଭି. ତୁରନ୍ତ କିଣାଯାଉ ଏବଂ ଅଧିକ ଚ୍ୟାନେଲ୍ ଥିବା ଗୋଟିଏ ଅପରେଟର୍ଠାରୁ କନେକ୍ସନ୍ ଅଣାଯାଉ । ପଡୁ ପଛେ ମାସକୁ ଦୁଇଶହ ଟଙ୍କା ଅଧିକା ।

ବିକାଶର ପ୍ରସ୍ତାବ ଥିଲା ଏଥିପାଇଁ ଆଉ ଚାରିମାସର ଅପେକ୍ଷା । ଏରିଅର୍ ଟଙ୍କା କଲେଜ୍‌‌‌ରୁ ମିଳିଲେ ଏକାଥରେ କିଣିଦେବା । ଇନଷ୍ଟଲ୍‌ମେଣ୍ଟ୍‌ରେ ଟି.ଭି. କିଣିଲେ ଗୁଡ଼ାଏ ଅଧିକ ଟଙ୍କା ସୁଧ ବାବଦକୁ ଗଣିବାକୁ ପଡ଼ିବ ।

ମନୋମାଳିନ୍ୟର କୌଣସି ସମାଧାନ ହେଲା ପୂର୍ବରୁ ବିକାଶ ରାଗିଯାଇ ନ ଖାଇ ଚାଲିଆସିଥିଲା କଲେଜ୍‌‌‌ । କଲେଜ୍‌‌‌ କ୍ୟାଣ୍ଟିନ୍‌ରେ ଆଜି ଯାହିତାହି ଜଳଖିଆ ଖାଇ ଚଳାଇ ନେଇଛି ସେ ।

ଟ୍ରାଫିକ୍ ଜାମ୍ ପାଇଁ ଆଉ ପନ୍ଦର ମିନିଟ୍ ଡେରି ମିଶିଗଲା ପୂର୍ବ ଡେରି ସାଙ୍ଗରେ । ଘରେ ପହଞ୍ଚି ବିକାଶ ଦେଖେ ତ ସାମନା କବାଟରେ ପଡ଼ିଛି ବଡ଼ ତାଲାଟିଏ । ତେବେ ବିଥିକା ଗଲା କୁଆଡ଼େ । ଘଣ୍ଟାଏ ଡେରି ତ ଏତେ ଗର୍ହିତ ଅପରାଧ ନୁହେଁ ଯେଉଁଥିରେ ଜଣେ କାର୍ଯ୍ୟବ୍ୟସ୍ତ ଅଧ୍ୟାପକର ପତ୍ନୀ ହୋଇଯିବ ଗୃହତ୍ୟାଗୀ ।

ଡୁପ୍ଲିକେଟ୍ ଚାବିରେ ତାଲା ଖୋଲି ଘରେ ପଶିଲା ବିକାଶ । ପ୍ରଥମେ ଖୋଜିଲା ଶୋଫା ଉପର, ତକିଆ ଆଉ ବେଡ୍‌ସିଟ୍‌ ତଳ, ଡ୍ରେସିଂ ଟେବୁଲ୍ ମିରର୍ ପାଖ ଇତ୍ୟାଦି, କାଳେ ବିଥିକା ଛାଡ଼ିଯାଇଥିବା କିଛି ଚିଠି ।

ଘରର ସାମାନ ଦେଖି ଚିଠି ଖୋଜୁଖୋଜୁ ଜାଣିପାରିଲା ବିକାଶ । ନିଜର ଛୋଟ ସୁଟ୍‌କେଶ୍‌ ସଜାଡ଼ି ନେଇଯାଇଛି ବିଥିକା ଓ ସାଙ୍ଗରେ ନେଇଯାଇଛି ପୁଅ ଅନିକୁ ବିକାଶ ବୁଝିପାରିଲା ଏ ନୁହଁ ସାମାନ୍ୟ କଳି ତକରାଳ । ହୁଏତ ରୀତିମତ ଯୁଦ୍ଧଘୋଷଣା । ଗୋଟେ ପଟେ ବିଥିକା, ତା’ ସାଙ୍ଗରେ ଦୁଇବର୍ଷର ପୁଅ ଅନି ଆଉ ଅନ୍ୟପଟେ ଏକୁଟିଆ ବିକାଶ । ଇଏତ ଅନେକ ଦିନ ଅଲଗା ରହିବାର ପ୍ରସ୍ତୁତି ।

ଟେଲିଫୋନ୍ ଆସିବ ଆସିବ ଅପେକ୍ଷା କରି ଅଧଘଣ୍ଟାଏ ଗଲା । ସହରରେ ବିଥିକାର ଯେତେଯେତେ ସାଙ୍ଗସାଥୀ ଥିଲେ ସମସ୍ତଙ୍କ ଘରକୁ ବିକାଶ ଲଗାଇଲା ଫୋନ୍ । ସବୁଠାରୁ ସମାନ ଉତ୍ତର- ବିଥିକା କିମ୍ୱା ତା’ ପୁଅ କେହି ଆସିନାହାନ୍ତି । କିଛି ଖବର ମଧ୍ୟ ନାହିଁ । ତା’ପରେ ବିକାଶ ଫୋନ୍ କଲା ନିଜ ସାଙ୍ଗସାଥୀମାନଙ୍କ ଘରକୁ । କୌଣସିଠାରୁ କିଛି ସନ୍ଧାନ ନାହିଁ । ଯେଉଁମାନଙ୍କ ଘରକୁ ତା’ର ସମସ୍ତଙ୍କ ଯିବାଆସିବା ଥିଲା ସେଠାରୁ ମଧ୍ୟ ମିଳିଲା ଠିକ୍ ଏକା ଉତ୍ତର- ବିଥିକା ବା ତା’ ପୁଅ କେହି ଆସିନାହାନ୍ତି ।

ବିକାଶର ଦୁଇ ଭଉଣୀ ବିନୀତା ଆଉ ବିମୁଗ୍ଧାଙ୍କ ସଙ୍ଗେ ତ ବିଥିକା ଅନେକ ଦିନୁ କାଟି ଦେଇଥିଲା ସମସ୍ତ ସମ୍ପର୍କ । ତେଣୁ ତାଙ୍କ ଘରକୁ ଫୋନ୍ କରିବାକୁ ଆବଶ୍ୟକତା ମଣିଲା ନାହିଁ ବିକାଶ । ସେମାନଙ୍କୁ ତ ଏବେ ବିକାଶର ମୁହଁ ନାହିଁ ଦେଖାଇବାକୁ ।

ତା’ପରେ ପାଳି ଆସିଲା ବିଥିକା ଓ ବିକାଶଙ୍କ ସମ୍ପର୍କୀୟ ବନ୍ଧୁକୁଟୁମ୍ୱମାନଙ୍କ ଘର- ଯେଉଁମାନଙ୍କ ଘରକୁ ବିଥିକା ବେଳେବେଳେ ଯାଏ ବୁଲିବାକୁ- ସମସ୍ତଙ୍କୁ ପଚାରିଲା ବିକାଶ ଗୋଟିଏ ପରେ ଗୋଟିଏ ।

ବିଥିକା ନାହିଁ କେଉଁଠି ବି ? ଘଣ୍ଟାକୁ ଅନାଇଲା ବିକାଶ । ରାତି ସାଢ଼େଆଠଟା । ଏଇଟା ତ ଜୟପୁର ଯିବା ବସ୍ ସମୟ । ବିଥିକା ପୁଅକୁ ନେଇ ବାପଘର ଚାଲିଯିବାକୁ ଯଦି ଭାବିଥାଏ, ତେବେ ବୁଝାଇ ଶୁଝାଇ ନେଇ ଆସିହେବ । ଅବିଳମ୍ୱେ ଘରୁ ବାହାରି ମୋଟର ସାଇକେଲ୍‌ରେ ଷ୍ଟାର୍ଟ ଦେଲା ବିକାଶ ।

ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରେ ଜୟପୁର, ସୁନାବେଡ଼ା, ନବରଙ୍ଗପୁର, ଉମରକୋଟ, କୋରାପୁଟ ଯିବା ପାଇଁ ବସ୍ ସବୁ ଛିଡ଼ା ହୋଇଛନ୍ତି । ଅଧଘଣ୍ଟାଏ ପନ୍ଦର ମିନିଟ୍ ଲେଖାଏଁ ଛାଡ଼ି ପ୍ରସ୍ଥାନ କରିବେ ସେମାନେ । ସବୁ ବସ୍‌ରେ ଖୋଜିଆସିଲା ବିକାଶ । ବିଥିକା କେଉଁଠି ନାହିଁ ! ତେବେ ତରବର ହୋଇ ଘରକୁ ଫେରିଯିବାର ବି କିଛି ମାନେ ହୁଏନା । ତେଣୁ ଗୋଟିଏ ଗୋଟିଏ ସବୁ ବସ୍ ଛାଡ଼ିବା ପାଇଁ ଅପେକ୍ଷା କଲା ବିକାଶ ।

ରାତି ସାଢ଼େ ଦଶଟା ଟ୍ରେନ୍‌କୁ ଦେଖିବା ପାଇଁ ବିକାଶ ଗଲା ରେଲୱେ ଷ୍ଟେସନ୍‌କୁ । ଭୁବନେଶ୍ୱର-ବିଶାଖାପାଟଣା ଯିବା ଟ୍ରେନ୍‌ରେ ଯାଇ ବିଜୟନଗରମ୍ ଷ୍ଟେସନ୍‌ରେ ଓହ୍ଲାଇ ଜୟପୁର ବସ୍‌ରେ ଯାଇପାରେ ବିଥିକା । ଗାଡ଼ି ଆସି ଲାଗିଯାଇଥିଲା ପ୍ଲାଟଫର୍ମ୍‌ରେ । ସବୁତକ ଥ୍ରୀ ଟାୟାର୍ ସ୍ଲିପର୍ କୋଚ୍ ଆଉ ଜେନେରାଲ୍ କୋଚ୍ ଦେଖିସାରିଲା ବିକାଶ । ଏ.ସି. କୋଚ୍‌ଗୁଡ଼ିକ ମଧ୍ୟ ଥରେ ବୁଲିଆସିଲା । ବିଥିକା କେଉଁଠି ବି ନାହିଁ !

ମା’ ତ ଗଲା- ସାଙ୍ଗରେ ଦୁଇବର୍ଷର ଛୋଟ ପିଲାଟାକୁ ନେଇଗଲା କେମିତି ? ବାଟରେ ଯଦି କେଉଁଠି କ’ଣ ହୋଇଯାଏ ? ବିକାଶର ବଂଶ ପ୍ରଦୀପଟି ଲିଭିଯିବ । ହତାଶ ହୋଇ ବିକାଶ ଫେରିଲା ଘରକୁ ।

ବିକାଶର ବାପା ବୋଉଙ୍କ ସଙ୍ଗେ ବିଥିକାର ଯେଉଁ ସମ୍ପର୍କ ସେଥିରେ ସେ କେବେହେଲେ ସେଠାରୁ ନିଜଆଡୁ ଯାଇଥିବ ଏ ଆଶଙ୍କା ମୂଳରୁ ନ ଥିଲା ବିକାଶର । ବାପା ବୋଉଙ୍କୁ ତେଣୁ ଗାଁକୁ ଫୋନ୍ କରି ବ୍ୟସ୍ତ କରିବାକୁ ଚାହିଁଲା ନାହିଁ ବିକାଶ । ଅକାରଣେ ସେମାନେ ବାଡ଼େଇକୁଟି ହେବେ ସିନା, କିଛି ଫାଇଦା ନାହିଁ । ଏ ବୟସରେ ତାଙ୍କୁ ଅଧିକା ଟେନ୍ସନ୍ ଦେବା ମୂର୍ଖତା ।

ବୋହୂର ବ୍ୟବହାରରେ ତ କିଛି ଦିନ ହେଲା ବୋଉ ଅଧାପାଗଳୀ ହୋଇଯାଇଛି, ଆଉ ବାପା ପ୍ରାୟ ମୂକ ପାଲଟିଯାଇଛନ୍ତି ।

ବିକାଶ ତ ପ୍ରେମ କରି ବିବାହ କରିଥିଲା ବିଥିକାକୁ । ସେତେବେଳେ ଶୁଣିନଥିଲା ବାପାବୋଉଙ୍କର କୌଣସି କଥା । ଏବେ କେଉଁ ମୁହଁରେ ସେ ବାପାଙ୍କୁ କହିବ ବିଥିକା ଭଲ ଝିଅ ବା ଭଲ ମା’ ନୁହେଁ !

ଷ୍ଟେସନ୍‌ରୁ ଫେରି ବିକାଶ ଶୋଇ ଶୋଇ ଭାବୁଛି । ପ୍ରେମ ନ କରି ସେ ଯଦି ବାପା ବୋଉଙ୍କ ଦ୍ୱାରା ଠିକ୍ କରାଯାଇଥିବା ଝିଅଟିଏ ବାହା ହୋଇଥାନ୍ତା, ତେବେ କ’ଣ ସେ ଝିଅ ଏପରି ନ ହୋଇଥାନ୍ତା ବୋଲି କିଏ କହିପାରିବ ?

ବିକାଶର ଆଖି ଆଗରେ ଝଲସି ଉଠନ୍ତି ଆଉ ତିନୋଟି ପତିପତ୍ନୀ । ତା’ର ଡାକ୍ତର ସାଙ୍ଗ ସୁବିମଳ, ପତ୍ନୀ ସ୍ମିତା- ପୂରାପୂରି ଆୟୋଜିତ ବାହାଘର ତାଙ୍କର । ପ୍ରଥମ ମାସରୁ ଆରମ୍ଭ ହୋଇଯାଇଥିଲା ବାଡ଼ିଆପିଟା, ରାମ୍ପୁଡ଼ା କାମୁଡ଼ା । ଉଭୟ ପଟର ବାପମା’ଙ୍କ ଆଡୁ ନଥିଲା କୌଣସି ହସ୍ତକ୍ଷେପ । କାହିଁକି କେଜାଣି ଆଦୌ ପଡ଼ିଲାନାହିଁ ସେମାନଙ୍କ ମଧ୍ୟରେ । ବାହାରକୁ କିଛି କଥା ଗଲାନାହିଁ, କିନ୍ତୁ ଚାରିମାସ ପରେ ତାଙ୍କର ଛାଡ଼ପତ୍ର ଦିଆନିଆ ହୋଇଗଲା । ଦୁଇ ପକ୍ଷ ତୁରନ୍ତ ରାଜି ହୋଇଗଲେ । ବର୍ଷେ ଭିତରେ ଦୁହେଁ ହୋଇଗଲେ ଅନ୍ୟଆଡ଼େ ବାହା । କେହି କାହାରିକୁ କିଛି କାରଣ କହିଲେ ନାହିଁ । ତେଣୁ ମିଳିଲା ନାହିଁ ବନ୍ଧୁବାନ୍ଧବ ବା ସାଙ୍ଗସାଥୀଙ୍କୁ ମସାଲାଦାର ଗପ କରିବାକୁ ତଥ୍ୟ ବା ସୂଚନା ।

ସାଙ୍ଗ ଓ.ଏ.ଏସ୍. ଅଫିସର୍ ଶ୍ୟାମଳେନ୍ଦୁ ମଧ୍ୟ ବାହା ହୋଇଥିଲା ବାପାମା’ଙ୍କର ବାଧ୍ୟ ପୁତ୍ର ଭଳି ଏକ ଆୟୋଜିତ ବିବାହରେ । ବାହାଘର ଆଠମାସ ଯାଇଛି କି ନାହିଁ ପତ୍ନୀ ସୁକନ୍ୟାର ପ୍ରେମିକ ଅରିନ୍ଦମ ଫେରିଆସିଲା ଆମେରିକାରୁ । ତା’ପରେ ଘରେ ଲାଗିଲା ଯେତେକ ଗୋଳମାଳ । ସୁକନ୍ୟା ନିର୍ଭୀକ ହୋଇ ଘୋଷଣା କଲା ସେ ଆଉ ଆଦୌ ରହିପାରିବନାହିଁ ପତି ଶ୍ୟାମଳେନ୍ଦୁ ସଙ୍ଗେ । ତା’ ଇଚ୍ଛା ବିରୁଦ୍ଧରେ କରାଯାଇଛି ତାକୁ ଜବରଦସ୍ତ ବାହା । ସେ ଅରିନ୍ଦମର ପିଲାଦିନୁ ପ୍ରେମିକା । ଦୁହେଁ ଆମେରିକା ଚାଲିଯିବେ ବାହା ହୋଇ । ତାକୁ କେହି ବାଧା ଦେଇ ପାରିବେ ନାହିଁ ଅରିନ୍ଦମ ସାଙ୍ଗେ ଅବାଧ ମିଳାମିଶା ନ କରିବା ପାଇଁ । ବିଚରା ଶ୍ୟାମଳେନ୍ଦୁ ଚୁପ୍‌ଚାପ୍ ସବୁ ସହିଗଲା ଆଉ ରାଜି ହୋଇଗଲା ଛାଡ଼ପତ୍ର ପାଇଁ । ସେ ତ ଜାଣିଥିଲା ଏ ବିଷୟରେ ଯାହା ସବୁ ଆଇନ୍ କହୁଛି । ଶ୍ୟାମଳେନ୍ଦୁର ବି କେତେ ଦୁର୍ଦ୍ଦାନ୍ତ ସାଙ୍ଗ ଥିଲେ ସରକାରୀ ଚାକିରୀ ବାହାରେ । ଇଚ୍ଛା କରିଥିଲେ ସୁକନ୍ୟାକୁ ବାଡ଼େଇ ତା’ ଗୋଡ଼ ଛୋଟା କରିଦେଇଥାନ୍ତେ । ଛାଡ଼ିଯାଇଥାନ୍ତା ତା’ର ଆମେରିକା ଫେରନ୍ତା ଟୋକା ସଙ୍ଗେ ପ୍ରେମ । କିନ୍ତୁ ପୋଡ଼ିଗଲା ତିଅଣରେ କି ସୁଆଦ ଭାବି ସେ ମଧ୍ୟ ଛାଡ଼ପତ୍ର ଦେଇ ଅଲଗା ହୋଇଗଲା ବର୍ଷେ ଭିତରେ । ସ୍ତ୍ରୀ ବିଷୟରେ ଅରୁଚିକର ମନ୍ତବ୍ୟ ଓ ଟାହିଟାପରା ଶୁଣିବାରୁ ରକ୍ଷା ପାଇଗଲା ଶ୍ୟାମଳେନ୍ଦୁ ।

ସାଙ୍ଗ ଦେବାଶିଷ କଥାଟି କିନ୍ତୁ ନଥିଲା ଏତେ ସରଳ । ତା’ ବାପା ଥିଲେ କୋଟିପତି । ସବୁଆଡୁ ଯୋଗ୍ୟ ପାତ୍ର ଥିଲା ସିଏ । ବହୁ ଦେଖା ଶୁଣା ବୁଝାବୁଝି କରିବା ପରେ ବାହାଘର ଠିକ୍ ହୋଇଗଲା । କନ୍ୟାର ନାମ ଥିଲା ସୌଭାଗିନୀ । ପ୍ରାୟ ସାତଟି ପ୍ରସ୍ତାବକୁ ପରୀକ୍ଷା ନିରୀକ୍ଷା କରି, ଝିଅ ଦେଖି, ବାପମା’ଙ୍କ ବିଷୟରେ, କନ୍ୟାର ଭାଇଭଉଣୀ ବିଷୟରେ ନାନା ଅନୁସନ୍ଧାନ କଲାପରେ ଓ ଏକାଧିକ କନ୍ୟା ଦେଖା ପରେ ମଧ୍ୟ ଠିକ୍ ହୋଇଥିଲା ବାହାଘର । ଦେବାଶିଷ ବାପାମା’ଙ୍କର କନ୍ୟା ଦେଖି ହୋଇଥିଲା ସହରରେ ଆଲୋଚନାର ବିଷୟବସ୍ତୁ । କାହା ମୁଣ୍ଡରେ ହାତୀ ସୁନାକଳସ ଢାଳିବ ଯେ ସେ ଗୋଟିଏ ପୁଅର ବୋହୂ ହୋଇ ଆସି ଅମାପମାପ ସମ୍ପତ୍ତିର ମାଲିକାଣୀ ହେବ । ତା’ ସାଙ୍ଗକୁ ଏତେ ଭଦ୍ର ପରିବାରରେ ବୋହୂ ହେବ, ଏତେ ସୁଧାର, ସୁଶୀଳ ଓ ସୌମ୍ୟକାନ୍ତ ବର ପାଇବ ।

ଆଶ୍ଚର୍ଯ୍ୟ ! ବାହାଘରର ତିନିମାସ ଯାଇନି ବୋହୂ ଦିନେ ଘରଛାଡ଼ି ଚାଲିଗଲା ବାପଘରକୁ । ବୋହୂର ନିର୍ଭୀକ ଅଭିଯୋଗ ଥିଲା ଯେ ବାପା, ମା’ ଓ ପୁଅ ତିନିଜଣ ମିଶି ତା’ ଉପରେ ଅକଥନୀୟ ଅତ୍ୟାଚାର କଲେ ପ୍ରଥମ ଦିନରୁ । ସେହି ଦିନଠାରୁ କୁଆଡ଼େ ପ୍ରତି ଦିନ ଅଧିକରୁ ଅଧିକ ଯୌତୁକ ଦାବି ହୁଏ ଓ ତା’ପରେ ଚାଲେ ବିଧା, ଗୋଇଠା, ଚାବୁକ୍ ମାଡ଼ । ବୋହୂ ସଙ୍ଗେ ସମ୍ପୂର୍ଣ୍ଣ ହାତ ମିଳାଇଲେ ତା’ ବାପା, ମା’ ଓ ପରିବାରର ଅନ୍ୟ ସମସ୍ତେ । ଅତ୍ୟାଚାର ବିଷୟରେ ପ୍ରଚାର ପାଇଁ କେତେ କେନ୍ଦ୍ର ଖୋଲିଗଲା ତା’ର ସୀମା ନାହିଁ । ବଜାର ହାଟରେ ପରିବାରର ନାଁ ପଡ଼ିଲା । ଦେବାଶିଷର ବାପମା’ ଆଦୌ ଆଶଙ୍କା କରିନଥିଲେ ଏପରି ମିଥ୍ୟା ଅପବାଦ କରାଯାଇପାରେ । ଅତ୍ୟାଚାର ତ ଅସମ୍ଭବ, ବୋହୂକୁ ଦିନେ ବି କଡ଼ା କଥା କହିନଥିଲେ ସେମାନେ ।

ତିନିବର୍ଷ ସିନା ଯୌତୁକ ଅତ୍ୟାଚାର ମକଦ୍ଦମା ଚାଲିଲା, କିନ୍ତୁ ଶେଷରେ ଦେବାଶିଷଙ୍କ ବାପାଙ୍କୁ ହେଲା ହାର ମାନିବାକୁ । ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ମୂଲ୍ୟାୟନ କରାଇ ଚାରି ଭାଗ କରି ଏକ ଭାଗର ମୂଲ୍ୟ ଯାହା ହେଲା ତାକୁ ଦିଆଗଲା ବୋହୂକୁ । ଦେବାଶିଷ କହୁଥିଲା ତା’ ପରିବାରର ଏକ ଚତୁର୍ଥାଂଶ ସମ୍ପତ୍ତିର ମୂଲ୍ୟ ଥିଲା ଦୁଇକୋଟି ଟଙ୍କାରୁ କିଛି ଅଧିକ । ଏ ଟଙ୍କା ଦେଲା ପରେ ଯାଇ ଛାଡ଼ପତ୍ର କଥା ଚୂଡ଼ାନ୍ତ ହେଲା । ଘର ଛାଡ଼ି ବୋହୂ ସିନା ତିନି ମାସରେ ଚାଲିଯାଇଥିଲା, କିନ୍ତୁ ନିଜେ ବାପ ଘରେ ରହି ଦେବାଶିଷ ଓ ତାଙ୍କ ପରିବାରକୁ ମକଦ୍ଦମାର ତିନି ବର୍ଷଯାକ ଏମିତି ହଇରାଣ କଲା ଯେ ଯଦି ସେମାନେ ରାଜି ହୋଇ ସମ୍ପତ୍ତି ଭାଗ କରି ମକଦ୍ଦମା ତୁଟାଇ ନଥାନ୍ତି, ଜୀବନଯାକ ପାଇଁ ଦେବାଶିଷ ଆଉ ବାହା ହୋଇପାରିନଥାନ୍ତା ।

ଏବେ ଶୁଣାଯାଉଛି ସୌଭାଗିନୀର ଗୋଟିଏ ପ୍ରେମିକ ଥିଲା ଯାହା ସାଙ୍ଗରେ ତା’ର ଆସନ୍ତା ବର୍ଷ ହେବ ବାହାଘର । ପ୍ରଥମ ବାହାଘର ମାଧ୍ୟମରେ ଦ୍ୱିତୀୟ ବାହାଘର ପାଇଁ ପର୍ଯ୍ୟାପ୍ତ ଅର୍ଥ ଏକାଠି କରିବା ଏବଂ ଝିଅର ବେକାର ପ୍ରେମିକକୁ ବେପାରରେ ଥଇଥାନ କରିବା ପାଇଁ ଅର୍ଥ ଯୋଗାଡ଼ କରିବା ପାଇଁ ହଠାତ୍ ଏ ଥିଲା ଗୋଟିଏ ସୁନ୍ଦର ଉପାୟ । ଏଥିପାଇଁ ଯଦି ଦେବାଶିଷର ଭଦ୍ରଲୋକ ପରିବାର ବକରା ଭଳି ମିଳିଯିବେ ଏହାଠାରୁ ଆଉ ସୌଭାଗ୍ୟର ବିଷୟ କ’ଣ ହେଇପାରେ ?

ତା’ପରେ ନିଜ କଥା ଭାବିଲା ବିକାଶ । ତା’ର ତ ଥିଲା ପ୍ରେମ ବିବାହ । ବାହା ପୂର୍ବରୁ ବିଥିକା ସହ ଦୁଇ ବର୍ଷ ମିଳାମିଶା । ବାହା ହୋଇ ଘରକୁ ଆସିବାର ପ୍ରଥମ ଦିନରୁ ବିଥିକା ଥିଲା ଏକ ଅଲଗା କିସମର ବୋହୂ । ପ୍ରଥମ ଦିନରୁ ସୁନ୍ଥାରେ ସିନ୍ଦୂର ପିନ୍ଧିଲା ନାହିଁ ସେ । ବିକାଶର ବୋଉ ଥରେ ଦୁଇ ଥର ଏ କଥାଟି ତାକୁ କହିଲାରୁ ଶୁଣାଇ ଦେଲା ତାକୁ କଡ଼ାକଡ଼ା । ନା ପିନ୍ଧିଲା ଗୋଡ଼ ଆଙ୍ଗୁଠିରେ ମୁଦି ।

ଘରେ ଶାଶୁ ଶ୍ୱଶୁରଙ୍କ ଆଗରେ ଜିନ୍ ପ୍ୟାଣ୍ଟ୍ ଓ ଗଞ୍ଜି ପିନ୍ଧି କଲା ଚଲାବୁଲା । ହାତରୁ କାଢ଼ିଦେଲା ପାଣି କାଚ । ବିକାଶ ସଙ୍ଗେ ସବୁବେଳେ ଦିନରାତି କବାଟ କିଳି ବସି ରହିଲା ଘରେ । ବିକାଶ ସଙ୍ଗେ ଜିଦ୍ ଲଗାଇ କରାଇନେଲା ତା’ର ବଦଳି । ହୋମ୍ ଟାଉନ୍‌ରୁ ଅନ୍ୟ ଏକ ଦୂର ସହରକୁ ଯେପରିକି ଶାଶୁ ଶ୍ୱଶୁରଙ୍କ ଘରୁ ଦୂରକୁ ପଳାଇହେବ । ବିକାଶର ଯେତେବେଳେ ଏଲ୍.ଆଇ.ସି.ରେ ରୁରାଲ୍ ବ୍ରାଞ୍ଚରେ ପୋଷ୍ଟିଂ ଆସିଲା ସେତେବେଳେ ତାକୁ ବାଧ୍ୟ କଲା ଏଲ୍.ଆଇ.ସି.ରୁ ଇସ୍ତଫା ଦେଇ ମହାନଗରୀର ଏ ଘରୋଇ କଲେଜରେ ଅଧ୍ୟାପକ ଚାକିରୀରେ ଯୋଗ ଦେବା ପାଇଁ ।

ତା’ପରେ

ଲୋକପ୍ରିୟ ଲେଖା

To Top