ଗଳ୍ପ

ପ୍ରତିଯୋଗିତା

Gaurahari das's odia story Pratijogitaa

ଏଭଳି ଅପମାନଜନକ ପ୍ରଶ୍ନ ତାଙ୍କୁ କିଛି ବର୍ଷ ତଳେ କେହି ପଚାରିଥିଲେ ସେ ତତ୍‌କ୍ଷଣାତ୍ ତାକୁ ସସ୍‌ପେଣ୍ଡ୍‌ କରିଥାଆନ୍ତେ । ତିନିଦିନ ଭିତରେ ଗୋଟେ ଇନ୍‌କ୍ଵାରି କମିଟି ବସେଇଥାନ୍ତେ ଓ ଏକୋଇଶ ଦିନ ଭିତରେ ଲୋକଟା ବିରୋଧରେ ଚାର୍ଜସିଟ୍ ପ୍ରସ୍ତୁତ କରେଇ ତାକୁ ଚିରଦିନ ପାଇଁ ଚାକିରୀରୁ ଡିସ୍‌ମିସ୍ କରିଦେଇଥାଆନ୍ତେ ।

ପ୍ରତିଯୋଗିତା

ବିଡ଼ାନାସୀର ବାଇଗଣ ବିକାଳି ବୁଢ଼ାଟି ଏତେବେଳକୁ ନଈବନ୍ଧ ପାରି ହୋଇ ଯିବଣି । ମାତ୍ର ସେ ପଚାରି ଯାଇଥିବା ପ୍ରଶ୍ନଟି ଏବେ ବି ସେଇଠି ଛିଡା ହୋଇ ବୀରେନ୍ଦ୍ର ମୋହନଙ୍କୁ ପାହାର ପରେ ପାହାର ପିଟି ଚାଲିଛି । ଉପରକୁ ଜଣାପଡୁ ନଥିଲେ ମଧ୍ୟ ଭିତରେ ଭିତରେ ସେ ସେହି ଆଘାତରେ ଲହୁଲୁହାଣ ହୋଇଯାଉଛନ୍ତି । ପୁଣି ଚନ୍ତା କରୁଛନ୍ତି, ନିଜକୁ କଟକ ସହରର ପୁରୁଣା ସାହିଲୋକ ବୋଲି ଦାବି କରୁଥିବା ବୁଢ଼ା ଲୋକଟି ଯଦି ତାଙ୍କ ସମ୍ପର୍କରେ ସାଧାରଣ କଥା କେତୋଟି ଜାଣିନାହିଁ, ତାହାହେଲେ ଦୂର ଦୂରାନ୍ତର ଲୋକେ କ’ଣ ଜାଣିଥିବେ ?

କି ପ୍ରଚଣ୍ଡ ମୂଢ଼ତା ! କେତେ ସୀମାବଦ୍ଧ ବୁଢ଼ା ଲୋକଟିର ଦୁନିଆଁ । – ବିରେନ୍ଦ୍ର ମୋହନ ଏ କଥା ଚିନ୍ତା କରି ଆଶ୍ଚର୍ଯ୍ୟ ହୋଉଥିଲେ । ସେ ଯେତିକି ଯେତିକି ଚିନ୍ତା କରୁଥିଲେ, ତାଙ୍କ ବିସ୍ମୟର ଆୟତନ ସେତିକି ସେତିକି ବଢୁଥିଲା । ଭାବୁଥିଲେ- ତାଙ୍କ ବିଷୟରେ କିଛି ନ ଜାଣି ଏ ଲୋକଟି ଏତେବର୍ଷ ବଞ୍ଚିଛି କେମିତି ? ସିଏ ଯେ ଓଡ଼ିଶାର ସାଧାରଣଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ- ଏତକ ନିରକ୍ଷର ବୁଢ଼ାଟି ହେଜିପାରିଲା ନାହିଁ ।

କ୍ରୋଧ ଏବଂ ଅପମାନରେ ବୀରେନ୍ଦ୍ର ମୋହନ ଫାଟି ପଡ଼ିବେ ପରା । ଏଭଳି ଅପମାନଜନକ ପ୍ରଶ୍ନ ତାଙ୍କୁ କିଛି ବର୍ଷ ତଳେ କେହି ପଚାରିଥିଲେ ସେ ତତ୍‌କ୍ଷଣାତ୍ ତାକୁ ସସ୍‌ପେଣ୍ଡ୍‌ କରିଥାଆନ୍ତେ । ତିନିଦିନ ଭିତରେ ଗୋଟେ ଇନ୍‌କ୍ଵାରି କମିଟି ବସେଇଥାନ୍ତେ ଓ ଏକୋଇଶ ଦିନ ଭିତରେ ଲୋକଟା ବିରୋଧରେ ଚାର୍ଜସିଟ୍ ପ୍ରସ୍ତୁତ କରେଇ ତାକୁ ଚିରଦିନ ପାଇଁ ଚାକିରୀରୁ ଡିସ୍‌ମିସ୍ କରିଦେଇଥାଆନ୍ତେ । ତଳିତଳାନ୍ତ କରିଦେଇଥାଆନ୍ତେ ଲୋକଟାକୁ । ତେଣିକି ସିଏ ଟ୍ରିବୁନାଲ୍ ଯାଉ କି ହାଇକୋର୍ଟ, ସେଥିରେ କିଛି ଫରକ୍ ପଡ଼ିନଥାନ୍ତା ।

ବୀରେନ୍ଦ୍ର ମୋହନ ବଡ଼ପାଟିରେ ତାଙ୍କ ସହକାରୀକୁ ଡାକ ପକେଇଲେ, ମଦନ ଛାତ ଉପରେ ଗୋଟେ ଚଉକି ପକା । ମଦନ ବାମପଟ ଫୁଲ ବଗିଚାରେ ପାଣି ଦେଉଥିଲା । ବୀରେନ୍ଦ୍ର ମୋହନଙ୍କ ପାଟି ଶୁଣି, ତା’ ହାତରୁ ପାଣି ପାଇପ୍‌ଟା ଖସି ପଡ଼ିଲା । ସେ ଦଉଡ଼ି ଆସି ବୀରେନ୍ଦ୍ର ମୋହନଙ୍କ ଆଗରେ ମୁଣ୍ଡ ନୁଆଁଇ ଠିଆ ହେଲା ଏବଂ ତାଙ୍କ କ୍ରୋଧର କାରଣ ଜାଣିବା ଲାଗି ଚେଷ୍ଟା କଲା । ମାତ୍ର ସେତେବେଳକୁ ବୀରେନ୍ଦ୍ର ମୋହନ ଚଉକି ଉପରୁ ଉଠିପଡ଼ିଥିଲେ । ଇସାରାରେ କହିଦେଲେ, “ଏ ଖବର କାଗଜଗୁଡ଼ାକ ଭିତରକୁ ନେଇଯାଆ ।”

ମଦନ ତଥାପି ବୁଝିପାରୁନଥିଲା । ହଠାତ୍ ସାହେବ ଏତେ ରାଗିଗଲେ କାହିଁକି ? ବାଇଗଣ ବିକାଳି ବୁଢ଼ା ତ ତା’ ସାହେବଙ୍କୁ କିଛି କହିନଥିବ ।

ଚଇତ୍ରର ଅପରାହ୍ନ ଗଡ଼ିଯାଇଥିଲା । କିନ୍ତୁ ଅନ୍ଧାର ଆସିନଥିଲା । ବହୁଦିନ ପରେ ପ୍ରଥମ ଥର ଲାଗି ଆଜି ବୀରେନ୍ଦ୍ର ମୋହନ ତାଙ୍କ ଘର ସାମ୍ନା ଲନ୍‌ରେ ଆସି ବସିଥିଲେ । ପ୍ରଥମେ ମଦନ ତା’ ସାହେବଙ୍କର ଲନ୍‌ରେ ବସିବା ପ୍ରସ୍ତାବଟିକୁ ବିଶ୍ୱାସ କରି ପାରିନଥିଲା । ତା’ର କାରଣ ସାହେବ ସବୁବେଳେ ଘର ଭିତରେ ରହିବା ଲାଗି ପସନ୍ଦ କରୁଥିଲେ । ସେଇ ଘର ଭିତରେ ତାଙ୍କର ଲେଖାପଢ଼ା ଏବଂ ଖିଆପିଆ । କେଉଁଠିକି ଯିବାର ଥିଲେ, ଡ୍ରାଇଭର୍ ଆଣି ପୋର୍ଟିକୋରେ ଗାଡ଼ି ଲଗାଏ । ସାହେବ ସିଧା ଘର ଭିତରୁ ବାହାରନ୍ତି, ଡ୍ରାଇଭର୍ ଗାଡ଼ିର ଦୁଆର ଖୋଲି ଦେବା କ୍ଷଣି ସେ ତା’ ଭିତରେ ପଶିଯାଆନ୍ତି । ଏପଟ ସେପଟ କୁଆଡ଼କୁ ଚାହାଁନ୍ତି ନାହିଁ । ସେଥିପାଇଁ ଆଜି ଯେତେବେଳେ ସାହେବ ତାକୁ ଡାକି ନିର୍ଦ୍ଦେଶ ଦେଲେ ଯେ, ଲନ୍‌ରେ ଚଉକି ପକାଅ, ସେତେବେଳେ ମଦନ ଆଶ୍ଚର୍ଯ୍ୟ ହୋଇଥିଲା । ଏଇ କିଛି ସମୟ ତଳେ ବାଇଗଣ ବିକାଳି ବୁଢ଼ାଟି ଘରର ଗେଟ୍ ସାମ୍ନାରେ ଆସି ଛିଡ଼ା ହୋଇଥିଲା । ମଝିରେ ମଝିରେ ମଦନ ତା’ ପାଖରୁ ବାଇଗଣ କିଣିଥାଏ ଓ ସେଇ ଆଳରେ କିଛି ସମୟ ଗପସପ କରିଥାଏ । ବୁଢ଼ାଟିର ଘର ବିଡ଼ନାସୀ ସେପଟେ । ପ୍ରାୟ ଦିନେ ଛାଡ଼ି ଦିନେ ଏଇ ସମୟକୁ ସେ ତୁଳସୀପୁର ଆସେ । ଆଜି ମଦନ ତା’ ସାଙ୍ଗେ କଥାଭାଷା ହୋଇଥାଆନ୍ତା । ମାତ୍ର ସାହେବ ବସିଥିବାରୁ ସେତକ ହୋଇ ପାରିଲା ନାହିଁ । ସେ ଇସାରାରେ ବୁଢ଼ାଟିକୁ ସେଠୁ ଚାଲିଯିବା ପାଇଁ କହିଥାଆନ୍ତା । କିନ୍ତୁ ଅନେଇ ଦେଖିଲାବେଳକୁ ସାହେବ ସେ ବାଇଗଣ ବିକାଳିକୁ ଡାକି ତା’ ସହ କଥାବାର୍ତ୍ତା କଲେଣି । ମଦନ ସେ ଦୃଶ୍ୟ ଦେଖି ଆକାଶରୁ ସତେ କି ଖସି ପଡ଼ିଥିଲା । ତା’ର ଆଶଙ୍କା ହୋଇଥିଲା, କୋଉଠି କିଛି ଗୋଟେ ଅସୁବିଧା ହୋଇଯାଇଛି । ତାହା ନ ହେଲେ, ସାହେବ ତାଙ୍କ ଡ୍ରଇଂରୁମ୍‌ରେ ଚା’ ନ ପିଇ ବାହାର ଲନ୍‌କୁ ଆସିଥାଆନ୍ତେ କାହିଁକି ? ପୁଣି ଏ ବିଡ଼ାନାସୀର ବାଇଗଣ ବିକାଳି ସାଙ୍ଗରେ ତାଙ୍କର ବା କି କଥାବାର୍ତ୍ତା ?

ପାଚେରୀ କଡ଼ ଚମ୍ପାଗଛ ମୂଳରେ ଶୁଖିଲାପତ୍ର ଗୁଡ଼ାଏ ଜମି ଯାଇଥିଲା ଓ ଗୋଲାପ ଗଛ ଗୁଡ଼ାକର ଅଣ୍ଡିରା ଡାଳ କେତେଟା ବଢ଼ିଯାଇଥିଲା । ମଦନ ସେତକ ଏବେ କାଟିବ ନା କାଲି ସକାଳକୁ କାଟିବ ଏମିତି ଭାବୁଥିଲା ବେଳେ ସାହେବଙ୍କ ଚିତ୍କାର ଗେଟ୍ ଆଉଟ୍ ବୋଲି ତା’ କାନରେ ଶୁଭିଥିଲା । ସେ ଦଉଡ଼ି ଆସିଥିଲା ସାହେବଙ୍କ ପାଖକୁ । ସେତେବେଳକୁ ଅବଶ୍ୟ ବାଇଗଣ ବିକାଳି ବୁଢ଼ାଟି ଛାନିଆଁରେ ତା’ ସାଇକେଲ୍ ଠେଲି ଠେଲି ସେଠୁ ପଳେଇଗଲାଣି ।

ବୀରେନ୍ଦ୍ର ମୋହନ ବଡ଼ ବଡ଼ ପାହୁଣ୍ଡ ପକେଇ ଶିଡ଼ି ଆଡ଼କୁ ଯାଇଥିଲେ । ମନ ଭିତରୁ ସେଇ ଅମାର୍ଜିତ ବାଇଗଣ ବିକାଳିର ଅଜ୍ଞତାଭରା ପ୍ରଶ୍ନ ଯୋଡ଼ିକ ଆଦୌ ଯାଉ ନଥିଲା । ସେ ଦୀର୍ଘଦିନ ଧରି ଏ ରାଜ୍ୟର ଚିଫ୍ ସେକ୍ରେଟେରୀ ଥିଲେ । ତାଙ୍କ ଆଙ୍ଗୁଳି ଅଗରେ ଏ ରାଜ୍ୟ ନାଚୁଥିଲା । ଆଜି ବି ରାଜ୍ୟ ସଚିବାଳୟରେ ପାରିବାପଣିଆ ଏବଂ ଦକ୍ଷତାର ଉଦାହରଣ ଭାବେ ତାଙ୍କରି ନାଁ ନିଆଯାଏ । ପରସ୍ପର ବିରୋଧୀ ରାଜନୈତିକ ଦଳ କ୍ଷମତାରେ ଥିବା ବେଳେ ସେ ଚିଫ୍ ସେକ୍ରେଟେରୀ ପଦରେ ରହିବା ଯେମିତି ତାତ୍ପର୍ଯ୍ୟପୂର୍ଣ୍ଣ, ଚାକିରୀ ସରିବା ପରେ ପୁଣି ଚାରି ଥର ଏକ୍ସଟେନ୍‌ସନ୍ ପାଇବା ମଧ୍ୟ ସେମିତି ଉଦାହରଣସ୍ଥାନୀୟ ।

ଏସବୁ କଥା ଭାବିଲେ ବୀରେନ୍ଦ୍ର ମୋହନଙ୍କ ଛାତି ଗର୍ବରେ ଫୁଲି ଉଠେ । ସେସବୁ ଦିନରେ ତାଙ୍କର ସହକର୍ମୀମାନଙ୍କ ମନରେ କି ଈର୍ଷା । ଅଭିଯୋଗ ଉଠିଥିଲା- ବୀରେନ୍ଦ୍ର ମୋହନଙ୍କୁ ଏକ୍ସଟେନ୍‌ସନ୍ ଦିଆଯିବା ଯୋଗୁଁ ସେମାନଙ୍କର ପଦୋନ୍ନତି ରାସ୍ତା ବନ୍ଦ ହୋଇଯାଇଥିଲା । ମାତ୍ର ତହିଁରେ ବୀରେନ୍ଦ୍ର ମୋହନଙ୍କର ବା ଦୋଷ କ’ଣ ଥିଲା ? କ୍ଷମତା କାହାକୁ ଭଲ ନ ଲାଗେ । ଏହାର ଆକର୍ଷଣ ନିକଟରେ ସୁନ୍ଦରୀ ନାରୀ ଏବଂ ନିଶା ପ୍ରଦାୟକ ପାନୀୟର ଆକର୍ଷଣ ତ ତୁଚ୍ଛ !

ଛାତ ଉପରକୁ ଯାଇଥିବା ଶିଡ଼ିରେ ଉଠୁ ଉଠୁ ଠାଏ ଝୁଣ୍ଟି ପଡ଼ିଲେ ବୀରେନ୍ଦ୍ର ମୋହନ । ଅନେକ ଦିନ ହେଲା ଏଠିକି ଆସି ନଥିଲେ । ଏକାଥରକେ ତିନି ମହଲା ଶିଡ଼ି ଚଢ଼ିଆସିଥିବାରୁ ତାଙ୍କୁ ଧଇଁସଇଁ ଲାଗୁଥିଲା । ଉପରେ ପହଞ୍ଚି ସେ କମରରେ ଦୁଇ ହାତ ଦେଇ ଠିଆହେଲେ ଟିକିଏ । କାଠଯୋଡ଼ି ନଈ ଆଡୁ ଚଇତାଳି ବୋହୁଥିଲା । ଅନେକ ଦିନ ପରେ ଏୟାରକଣ୍ଡିସନର୍ ଯନ୍ତ୍ରର କୃତ୍ରିମ ଶୀତଳତା ଛାଡ଼ି ସେ ପ୍ରକୃତିର ସ୍ପର୍ଶ ପାଇଥିଲେ ।

ଦଶ ହଜାର ବର୍ଗଫୁଟର ଏଇ କୋଠାର ଚାରିପଟେ ପ୍ରକାଣ୍ଡ ବଗିଚା । ପଛପଟେ ଶାଗୁଆନ୍, ଆମ୍ୱ, ଜାମୁକୋଳି ଓ ପଣସ ଗଛ । ସାମ୍ନା ପାଚିରି କଡ଼ରେ ଦେବଦାରୁର ଧାଡ଼ି । ଗୋଟିଏ ପଟ ପାଚିରି କଡ଼େ ଧାଡ଼ି ଧାଡ଼ି ହୋଇ ନଡ଼ିଆ ଗଛ । ତା’ ସେପଟକୁ ଜାତି ଜାତିର ଆମ୍ୱଗଛ । ସେଗୁଡ଼ିକ ବାଙ୍ଗରା କିନ୍ତୁ ପ୍ରଚୁର ଫଳ ଫଳାନ୍ତି । ତଳ ଉପର ହୋଇ ଅଠରଟି ଶୟନ କକ୍ଷ । ଘର ଅଗଣାରେ ଗୋଲାକୃତି ଲନ୍ । ଭିତର ବାରନ୍ଦାରେ ପୋର୍ସେଲିନ୍ ତିଆରି ଚିତ୍ରିତ ଭାସ୍ । ମଝିରେ ପଥର ମୂର୍ତ୍ତି । କାନ୍ଥରେ ଦାମୀ ପେଣ୍ଟିଂସ, ଘରଗୁଡ଼ାକରେ ଗ୍ରାନାଇଟ୍ ଚଟାଣ । ଡ୍ରଇଂ ରମ୍‌କୁ ଲାଗି ତାଙ୍କର ବ୍ୟକ୍ତିଗତ ବାର୍ । ଏଇ ଘରଟାର ଚଟାଣରେ ସୁନେଲି ଓ ମୟୂର ନୀଳ ରଙ୍ଗର କାର୍ପେଟ୍ । ମଥା ଉପରେ ଦୁଇଟି ପ୍ରକାଣ୍ଡ ସାଣ୍ଡେଲିୟର୍ । କାନ୍ଥକୁ ଲାଗି କାଚ ଆଲମିରା ଏବଂ ତହିଁରେ ପ୍ରସିଦ୍ଧ ଲେଖକଙ୍କ ଇଂରାଜୀ ବହି । ଆଉ ଗୋଟିଏ ପଟକୁ କେବଳ କପ୍, ମେଡ଼ାଲ୍, ପ୍ରଶସ୍ତିପତ୍ର ଏବଂ ପଦକ- ଏସବୁ ବୀରେନ୍ଦ୍ର ମୋହନଙ୍କର, କେତୋଟି ତାଙ୍କ ପୁଅର । କେବଳ ଓଡ଼ିଶାରେ ତାଙ୍କର ଏଭଳି ଚାରିଟି କୋଠା । ଭୁବନେଶ୍ୱରର ଘରଟି ପୁଅ ନାମରେ, ଅନ୍ୟ ଯୋଡ଼ିକ ବେନାମୀ । ତେବେ ନିଜର କୌଣସି ଘରେ ବୀରେନ୍ଦ୍ର ମୋହନ ବେଶି ସମୟ ବିତେଇ ନାହାନ୍ତି । ଜୀବନର ସତୁରି ବର୍ଷ ପର୍ଯ୍ୟନ୍ତ ସେ ଭିନ୍ନ ସରକାରୀ ବଙ୍ଗଳା କିମ୍ୱା କମ୍ପାନୀ ବଂଲୋରେ ରହିଛନ୍ତି । ଅନ୍ୟ କୋଠା ପରି କଟକର ଏଇ ଘରଟାକୁ ମଧ୍ୟ ସେ ଗୋଟେ ମଲ୍ଟି ନ୍ୟାସ୍‌ନାଲ୍ କମ୍ପାନୀକୁ ଭଡ଼ାରେ ଦେଇଥିଲେ ।

ଘରଟାର ସଦର ଫାଟକ ଦୁଇପଟେ ଛଅଫୁଟ ଲମ୍ୱା ଓ ଚାରିଫୁଟ ଓସାରର ଏକ ବିଶାଳ କଳା ଗ୍ରାନାଇଟ୍ ପଥର । ତା’ ଦେହରେ ସେ ସୁନାରଙ୍ଗ ଅକ୍ଷରରେ ଲେଖେଇଛନ୍ତି ନିଜର ନାମ ଫଳକ- ବୀରେନ୍ଦ୍ର ମୋହନ ମହାପାତ୍ର, ଆଇ.ଏ.ଏସ୍. । ତାହାର ଅକ୍ଷର ଗୁଡ଼ିକ ଏତେ ବଡ଼ ବଡ଼ ଯେ କାଠଯୋଡ଼ି ପୋଲ ଉପରୁ ତଳକୁ ଗଡ଼ିଲା କ୍ଷଣି ଆଗେ ସେଇ ଫଳକ ଉପରେ ଲୋକଙ୍କର ନଜର ପଡ଼େ । ଏହା ସତ୍ତ୍ୱେ ବାଇଗଣ ବିକାଳି ଲୋକଟି କ’ଣ କୌଣସି ଦିନ ଜାଣିବାର ଚେଷ୍ଟା କରିନାହିଁ ଯେ, ଏହି ପ୍ରକାଣ୍ଡ କୋଠାଟି କାହାର ? ଥଟ୍ଟା କରିବା ଭଳି ପଚାରୁଥିଲା, ଏଇଟା କ’ଣ ଆପଣଙ୍କ ଘର ? ବୀରେନ୍ଦ୍ର ମୋହନଙ୍କ ନାକପୁଡ଼ା ଦିଇଟା ରାଗରେ ପୁଣି ଫୁଲି ଉଠିଲା । ମନକୁ ମନ ସେ ବୁଢ଼ା ଉଦ୍ଦେଶ୍ୟରେ କହିଲେ- “ଏଇଟା ମୋ ଘର ନୁହେଁ ତ କ’ଣ ତୋ ବୋପା ଘର ? ଇଡ଼ିୟଟ୍ ! ”

ମଦନ ବେତ ତିଆରି ଆରାମ ଚଉକିଟା ପକେଇଦେଇ ଚାଲିଯାଇଥିଲା । ବୀରେନ୍ଦ୍ର ମୋହନ ଦେହ ଅଜାଡ଼ି ବସିପଡ଼ିଲେ । ମନକୁ ମନ ଭାବିଲେ, ଲୋକଟା ପଚାରିଥିବା ପ୍ରଶ୍ନର ଅସଲ ଉଦ୍ଦେଶ୍ୟ କ’ଣ ହୋଇପାରେ ?

ନିଜ ବିଷୟରେ ସାମାନ୍ୟ ସଚେତନ ହେଲେ ସେ । ବୁଢ଼ାଟି କ’ଣ ଟିଭି ଦେଖେନାହିଁ ? ଖବରକାଗଜ ପଢେ଼ନାହିଁ ? ସଭାସମିତିକୁ ଯାଏ ନାହିଁ ? ତାହାହେଲେ ତାଙ୍କୁ ଚିହ୍ନି ପାରିଲା ନାହିଁ କିପରି ? ଚିଫ୍ ସେକ୍ରେଟେରୀରୁ ଅବସର ନେବା ପରେ ମାନବିକ ଅଧିକାର କମିଶନର୍ ଅଧ୍ୟକ୍ଷ ହେଲେ । ସେଠୁ ଯାଇ କୁଳପତି ହେଲେ ନୂଆ ଖୋଲିଥିବା ବିଶ୍ୱବିଦ୍ୟାଳୟରେ, ତା’ପରେ ବନ୍ଦର ସଂସ୍ଥାର ସିଇଓ ହେଲେ । ସେ ସମୟ ଭିତରେ ହାଲ୍‌କୋ ସମେତ ସାତଟି ବଡ଼ ବଡ଼ କମ୍ପାନୀର ମଧ୍ୟ ସେ ସଦସ୍ୟ ଥିଲେ । ଅଥଚ ଲୋକଟିର ଦ୍ୱିତୀୟ ପ୍ରଶ୍ନ ଥିଲା, ଆପଣ କ’ଣ କରନ୍ତି ?

ମୁଣ୍ଡର ବାଳ ସାଉଁଳେଇଲେ ବୀରେନ୍ଦ୍ର ମୋହନ । ହେୟାର୍ଡାଇ ଯୋଗୁଁ ଏକସ୍ତରୀ ବର୍ଷରେ ମଧ୍ୟ ତରୁଣଙ୍କ ପରି ତାଙ୍କ ମୁଣ୍ଡବାଳ ଚିକ୍କଣ କଳା । ମଝିରେ କିଛି ବାଳ ଉପୁଡ଼ି ଯାଇଥିଲା, ସେ ସରକାରୀ ଟୁର୍ ପକେଇ ଲଣ୍ଡନ ଯାଇଥିଲେ ଓ କେଶ ପୁନଃରୋପଣ କରେଇଥିଲେ । ଦୁଇଟି ଦାନ୍ତ ପଡ଼ିଯାଇଥିଲା, ସେ ଜାଗାରେ ନୂଆ ଦାନ୍ତ ଲଗେଇଛନ୍ତି । ନିକଟରୁ ଦେଖୁଥିବା ଲୋକ ମଧ୍ୟ ତାଙ୍କର ଛାମୁ ଦାନ୍ତ ଅସଲି କି ନକଲି ଜାଣିପାରନ୍ତି ନାହିଁ ।

ମନେ ମନେ ବୀରେନ୍ଦ୍ର ମୋହନ ଚିନ୍ତା କରୁଥିଲେ, ଜୀବନରେ କୌଣସି ପ୍ରତିଯୋଗିତାରେ ସେ କେବେ ବି ହାରିନାହାନ୍ତି । ତାଙ୍କ ରକ୍ତରେ ବେଗଗାମୀ ଅଶ୍ୱର ସ୍ପର୍ଦ୍ଧା । ସେ ସ୍ପର୍ଦ୍ଧା ତାଙ୍କୁ ସବୁବେଳେ ଆଗକୁ ନେଇଛି । ତାଙ୍କ ରାସ୍ତାରେ ଯିଏ ପ୍ରତିବନ୍ଧକ ସାଜିଛି ସିଏ ଗଛ, ପଥର, ପୁରୁଷ, ନାରୀ, ଆଇନ୍-ନିୟମ, ରୀତି-ପରମ୍ପରା, ଯାଗା ହେଉନା କାହିଁକି ବୀରେନ୍ଦ୍ର ମୋହନ ସେମାନଙ୍କୁ ହଟେଇ ଦେଇଛନ୍ତି । ତାଙ୍କ ବୁଦ୍ଧି, ଛଳ ଓ କୌଶଳ ପାଖରେ ସମସ୍ତେ ପରାଜୟ ସ୍ୱୀକାର କରିଛନ୍ତି । ପଛକୁ ଫେରି ଚାହିଁନାହାନ୍ତି କେବେ ।

ତା’ପରେ

ଲୋକପ୍ରିୟ ଲେଖା

To Top