ତୁମେ ହିଁ ବାଳିକାକୁ
ନାରୀ ବନାଅ,
ପ୍ରକୃତିର ସ୍ନିଗ୍ଧ ସିଞ୍ଚି
ଆସ୍ତେ ଆସ୍ତେ କରି ।
ତୁମେ ହିଁ
ବନିଯାଅ ସୌନ୍ଦର୍ଯ୍ୟର ମାପକାଠି
ଆକର୍ଷଣର କେନ୍ଦ୍ରବିନ୍ଦୁ ।
ତୁମ ଅଞ୍ଚଳ ତଳେ
ଲୀନ ହୁଏ, କେବେ
କାହାର ପ୍ରକୃତ ସ୍ୱରୂପ
ମନର ସୁନ୍ଦରତା ଆଉ ବାକି ଅଙ୍ଗର କୋମଳତା ।
କେବଳ ତୁମରି ପାଇଁ
ବେଳେ ବେଳେ ପୁରା ଦେହ
ହୁଏ ପାଶବିକତାର ଶିକାର ।
ତୁମେ କିନ୍ତୁ,
ଜୀବନର ଧାରା
ଯାହା ବରଷା ଏ
ଅମୃତ ପିଆଲା,
ଭରି ଦେଇ ଜୀବନ ପ୍ରତିଟି କୋଷରେ
ପାରି କରେ ଶୈଶବର ନାଆ ।
ତୁମେ କିନ୍ତୁ
ରୋଗାକ୍ରାନ୍ତ ହେଲେ,
ହଜିଯାଏ ଜୀବନ ପରିଧିର ମାନ,
ନିଜର ପରିଚୟ ।
ଖିନଭିନ ହୁଅ
କେମୋର ତୀକ୍ଷ୍ଣ ରଶ୍ମି ତଳେ,
କେଉଁଠି ବଳି ପଡ଼
ଜୀବନ ବଞ୍ଚାଇବା ପାଇଁ ।