କବିତା

ତଥାପି ମୁଁ ସ୍ୱପ୍ନ ଦେଖେ

Pranakrishna Mahatar's odia poem Tathaapi Mun Swapna Dekhe

କେହି କେବେ ବୁଲି ଯାଇଛକି
ଏହି ଅଳ୍ପାୟୁ ମାନବର ସୁନେଲି ସ୍ୱପ୍ନ ରାଇଜକୁ
କେହି କେବେ ଦେଖିଛକି
ଏହି କ୍ଷଣଭଙ୍ଗୁର ସଂସାରର ବାସ୍ତବିକ ସୁଖକୁ

ତଥାପି ମୁଁ ସ୍ୱପ୍ନ ଦେଖେ

କେହି କେବେ ବୁଲି ଯାଇଛକି
ଏହି ଅଳ୍ପାୟୁ ମାନବର ସୁନେଲି ସ୍ୱପ୍ନ ରାଇଜକୁ
କେହି କେବେ ଦେଖିଛକି
ଏହି କ୍ଷଣଭଙ୍ଗୁର ସଂସାରର ବାସ୍ତବିକ ସୁଖକୁ

ହେଲେ ଏଠୁଁ ଧାଇଁଚାଲେ
ସେି ଅଜଣା ରାଇଜର ସନ୍ଧାନରେ
ଯେମିତି ନଦୀ ଧାଇଁଚାଲେ
ମିଶିବାକୁ ସମୁଦ୍ର ଗର୍ଭରେ

ହେଲେ ନଦୀ ତ ଜାଣିଚି ତା ସମୁଦ୍ରର ଠିକଣା
ପକ୍ଷୀ ବି ଜାଣିଛି ତା ନିଡର ଠିକଣା
ହେଲେ କାହିଁକି କେଜାଣି ମୋ ପ୍ରତିଛବି ମୋତେ
ପ୍ରତିମୁହୂର୍ତ୍ତରେ ତାତ୍ସଲ୍ୟ କରେ
କାଳେ ମୁଁ ଗୋଟେ ବାଟବଣା

ମୁଁ ଥକିପଡେ
ଶୋଇଯାଏ ଅଳସି ଆଖିରେ ପୁଞ୍ଜାଏ ସ୍ୱପ୍ନ ନେଇ
ମାଆର ଉଷୁମ ପଣତରେ ଢାଙ୍କି ହୋଇ
ଅଚାନକ ମୁଁ ଅନୁଭବ କରେ
ମୋର ବାସ୍ତବିକ ସୁଖକୁ
ଆଉ ପାଦଥାପିଥିବା ଅର୍ଦ୍ଧନଗ୍ନ ନୈସର୍ଗିକ ସ୍ୱପ୍ନ ରାଇଜକୁ

ମାଆ କହେ ଧନ ଏଠି ଅନ୍ଧାର ପକ୍ଷେକୁ ଆଲୁଅ ପକ୍ଷେ
ତଥାପି ମୁଁ ସ୍ୱପ୍ନ ଦେଖେ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top