କବିତା

ମା ଆଗମନେ ହସିଲା ଧରା

Puspanjali Patel's odia poem Maa Aagamane Hasilaa Dharaa

ହେ ମାଁ ଖଡ୍ଗ ହସ୍ତା ମନୋହର ରୁପଯୁକ୍ତା
ସର୍ବ ଶକ୍ତିମୟୀ ତୁମେ ସର୍ବକ୍ଷେତ୍ରେ ଅଲକ୍ଷା

ମା ଆଗମନେ ହସିଲା ଧରା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଆଶ୍ୱିନ ଆସିଲା ଆଜି ଧରା ହସିଲା
କାଶତଣ୍ଡୀ ଫୁଲ ସଜେଇ ହେଲା
ମର୍ତ୍ତେ ଅବତୀର୍ଣ୍ଣ ଆଜି ମହିଷା ମର୍ଦିନୀ
ପୂଜା ମଣ୍ଡପ କମ୍ପୁଛି, କମ୍ପୁଛି ମେଦିନି
ଭଗବତୀ ଭାରତୀ ସେ ଶିତି କଣ୍ଠି
ଭକ୍ତ ଜଣେ ଆଶୀର୍ବାଦ ଦେବେ ବାଣ୍ଟି
ତ୍ରିଶୁଳ ଧାରିଣୀ ସେ ବିଶ୍ୱ ବିନୋଦିନୀ
ଜଗତ ହିତେ ଅବତୀର୍ଣ୍ଣ ସୃଷ୍ଟିର ଜନନୀ
ମହିଷାସୁର ମର୍ଦିନୀ ଦୁର୍ଦର ଧର୍ଷିଣୀ
ତ୍ରିଭୁବନ ପୋଷିଣୀ ଶଙ୍କର ତୋଷିଣୀ
ହେ ମାଁ ଖଡ୍ଗ ହସ୍ତା ମନୋହର ରୁପଯୁକ୍ତା
ସର୍ବ ଶକ୍ତିମୟୀ ତୁମେ ସର୍ବକ୍ଷେତ୍ରେ ଅଲକ୍ଷା

ସୁଢଳ ନୟନୀ ମାଁ ଗୋ ତାଣ୍ଡବ ନର୍ତ୍ତନୀ
ଦୁଃଖ ହାରିଣୀ ତାରିଣୀ ରମ୍ୟକ ପର୍ଦ୍ଦିନୀ
ସର୍ବ କ୍ଷେତ୍ରେ ବିଦ୍ୟମାନ ମାଁ ମାହେଶ୍ୱରୀ
ବିପତ୍ତି ଭଞ୍ଜନୀ ମା ଗୋ ତୁ ଯୋଗେଶ୍ୱରୀ
ଆଜି ଧାରା ଧାମେ ମା ଗୋ ତୋହରି ପୂଜା
ସର୍ବ ଶକ୍ତି ମା ଗୋ ତୁ ହିଁ ଦେବୀ ବରପ୍ରଦା
ଢୋଲ ମାଦଳ ର ତାଳେ ଉଛୁଳେ ଧରା
ଆଶୀର୍ବାଦ ଢାଳି ଦେ ମାଁ ଜଗତ ସାରା
ମାଁ ଆଗମନେ ଆଜି ହସିଲା ଧରା
କାଶତଣ୍ଡୀ ସଜାଇଛି ମେଲି ପସରା

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top