କାହା ଆଖି ଚାନ୍ଦ ହେଇପାର ତୁମେ
କାହା ପାଇଁ ଟାଣ ଖରା
ମୁ ତ କହିବି ଛୋଟ ହେଲେ ହଉ
ତୁମେ ମୋ ଆଖିର ତାରା ।।
ଛୁଇଁ ସିନା ହବ ନାହିଁ କିନ୍ତୁ
ଦୂରରୁ ହବ ତ ଦେଖି
ହାତ ସିନା ମାନିଯାଏ କିନ୍ତୁ
ଝୁରୁଥାଏ ମୋର ଆଖି ।।
ମନ ତଳ ଏଇ ଛୋଟିଆ ଯାଗାରେ
ବିଛେଇ ହେଇଚ ତୁମେ
ଶୀତଳ ଭାବନା ସ୍ପର୍ଶରେ ତୁମରି
ମନର ଦରଜ କମେ ।।
