କବିତା

ଆଖିର ତାରା

Kalyani Dash's odia poem Aakhira Taara

ମନ ତଳ ଏଇ ଛୋଟିଆ ଯାଗାରେ
ବିଛେଇ ହେଇଚ ତୁମେ
ଶୀତଳ ଭାବନା ସ୍ପର୍ଶରେ ତୁମରି
ମନର ଦରଜ କମେ ।।

ଆଖିର ତାରା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

କାହା ଆଖି ଚାନ୍ଦ ହେଇପାର ତୁମେ
କାହା ପାଇଁ ଟାଣ ଖରା
ମୁ ତ କହିବି ଛୋଟ ହେଲେ ହଉ
ତୁମେ ମୋ ଆଖିର ତାରା ।।

ଛୁଇଁ ସିନା ହବ ନାହିଁ କିନ୍ତୁ
ଦୂରରୁ ହବ ତ ଦେଖି
ହାତ ସିନା ମାନିଯାଏ କିନ୍ତୁ
ଝୁରୁଥାଏ ମୋର ଆଖି ।।

ମନ ତଳ ଏଇ ଛୋଟିଆ ଯାଗାରେ
ବିଛେଇ ହେଇଚ ତୁମେ
ଶୀତଳ ଭାବନା ସ୍ପର୍ଶରେ ତୁମରି
ମନର ଦରଜ କମେ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top