ନାଟକ

ସ୍ଵପ୍ନ, ସଂଘର୍ଷ, ଆଉ ପ୍ରେମ

Rukmani Palei Odia Play Swapna Sangharsha, aau Prema

ତୁ ଟେନ୍ସନ ନେନି “ବି.ଜେ .ବି. ଅଟୋନମସ କଲେଜ ” ରେ ଗେଷ୍ଟ ଫାକଲ୍ଟି ଇଣ୍ଟରଭିୟୁ” ପାଇଁ ବାହାରିଛି ତୁ ଯାଇ ଇଣ୍ଟରଭିୟୁ ଟା ଦେଇ ଦେବୁ ରାମ୍…

ପୂର୍ବରୁ

ସମୟ:- ସକାଳ
ରାମ୍:-
ରାଜେଶ:-
ମା’:-

( ଏ ଅଦିନିଆ ଝଡର ଛିଟା କୁ ସାଉଁଟି ନେଇ ଚାଲୁଥାଏ ଶ୍ରାବଣୀ….
ଏ ପଟେ ରାମ୍ ଭାଙ୍ଗି ପଡ଼ିଛି ଦାୟିତ୍ଵ ର ଭାରରେ…
ସୁରୂଜ ର ସୁନେଲି କିରଣଟା ଅଭିମାନ କରି ଟେବୁଲ୍ ଉପରେ ପଡୁଥାଏ.. ହଠାତ୍ ଫୋନ ଟା ଟ୍ରୀଙ୍ଗ ଟ୍ରୀଙ୍ଗ କଲା…
ଏଇ ଭିତରେ ରାମ୍ ର ନିଦଟା ଭାଙ୍ଗି ଗଲା….
ଫୋନ ର ଚାର୍ଜ ପାଖାପାଖି ୨%ଥିଲା…)

ରାମ୍:- ହାଲୋ, ହଁ ରାଜେଶ

ରାଜେଶ:- ଆରେ ରାମ୍ ନୋଟିଫିକେସନ ଟା ଦେଖିଲୁଣି ନା ୟୁ.ପି.ଏସ.ସି . ପି.ଜି.ଟି. ର ରେଜଲ୍ଟ ବାହାରି ସାରିଲାଣି ତୋର କଣ ହେଇଛି… ରାମ୍

ରାମ୍:- ସବୁଥର ପରି ସେଇ ଗୋଟେ କଥା…. ତୋର କଣ ହେଲା.. ରାଜେଶ ?

ରାଜେଶ:- ହଁ ମୋର ଅଲ ଓଡ଼ିଶା ରାଙ୍କ ୫ ରେ ହେଇଗଲା…

ରାମ୍:- କଙ୍ଗ୍ରାଜୁଲେସନ ରାଜେଶ

ରାଜେଶ:- ତୁ ଟେନ୍ସନ ନେନି “ବି.ଜେ .ବି. ଅଟୋନମସ କଲେଜ ” ରେ ଗେଷ୍ଟ ଫାକଲ୍ଟି ଇଣ୍ଟରଭିୟୁ” ପାଇଁ ବାହାରିଛି ତୁ ଯାଇ ଇଣ୍ଟରଭିୟୁ ଟା ଦେଇ ଦେବୁ ରାମ୍…

ରାମ୍:- ହଁ ଦେଖିବା ( ଏଇ ଭିତରେ ମା ‘ ଙ୍କ କଲ ଆସି ପହଞ୍ଚିଯାଇଛି )

ରାମ୍:- ହଉତେବେ ରାଜେଶ ଘରୁ କଲ ଆସିଲାଣି ପରେ କଥା ହେବା

ରାମ୍:- ହେଲୋ ମା ‘ , ଘରେ ସମସ୍ତେ ଭଲ ଅଛନ୍ତି ନା , ବାପାଙ୍କ ଦେହ କିପରି , ଠିକ୍ ଟାଇମ ରେ ଔଷଧ ଖାଉଛନ୍ତି ନା… ତୋ ଦେହ ଭଲ ଅଛି ନା ….

ମା:- ହଁ ବାପା ଘରେ ସମସ୍ତେ ଭଲ ଅଛନ୍ତି… ତୁ କେମିତି ଅଛୁ ଭଲ ଅଛୁ ନା…. ବାପାରେ ରେଜଲ୍ଟ ବାହାରିଲାଣି ? ତୋର କଣ ହେଲା ?

ରାମ୍: (କିଛି ମୁହୂର୍ତ୍ତ ଚୁପ୍…) ନା ମା… ଏଥର ମଧ୍ୟ ହେଲା ନାହିଁ ।

ମା: ଚିନ୍ତା କରନି ବାପା… ଜୀବନରେ ସଫଳତା ଡେରିରେ ଆସିଲେ ମଧ୍ୟ ଆସେ।

(କଲ ଶେଷ ହେଇଗଲା ରାମ୍ ଚେୟାର ରେ ବସି ନିଜକୁ ନିଜେ କହିଲା)

ରାମ୍ (ମନରେ): ସ୍ଵପ୍ନ ଦେଖିବା ସହଜ… କିନ୍ତୁ ସେଇ ସ୍ଵପ୍ନକୁ ବଞ୍ଚାଇ ରଖିବା ବହୁତ କଷ୍ଟ…

– ତା’ପରେ –

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top