– ପୂର୍ବରୁ –
ସମୟ:- ସକାଳ
ରାମ୍:-
ରାଜେଶ:-
ମା’:-
( ଏ ଅଦିନିଆ ଝଡର ଛିଟା କୁ ସାଉଁଟି ନେଇ ଚାଲୁଥାଏ ଶ୍ରାବଣୀ….
ଏ ପଟେ ରାମ୍ ଭାଙ୍ଗି ପଡ଼ିଛି ଦାୟିତ୍ଵ ର ଭାରରେ…
ସୁରୂଜ ର ସୁନେଲି କିରଣଟା ଅଭିମାନ କରି ଟେବୁଲ୍ ଉପରେ ପଡୁଥାଏ.. ହଠାତ୍ ଫୋନ ଟା ଟ୍ରୀଙ୍ଗ ଟ୍ରୀଙ୍ଗ କଲା…
ଏଇ ଭିତରେ ରାମ୍ ର ନିଦଟା ଭାଙ୍ଗି ଗଲା….
ଫୋନ ର ଚାର୍ଜ ପାଖାପାଖି ୨%ଥିଲା…)
ରାମ୍:- ହାଲୋ, ହଁ ରାଜେଶ
ରାଜେଶ:- ଆରେ ରାମ୍ ନୋଟିଫିକେସନ ଟା ଦେଖିଲୁଣି ନା ୟୁ.ପି.ଏସ.ସି . ପି.ଜି.ଟି. ର ରେଜଲ୍ଟ ବାହାରି ସାରିଲାଣି ତୋର କଣ ହେଇଛି… ରାମ୍
ରାମ୍:- ସବୁଥର ପରି ସେଇ ଗୋଟେ କଥା…. ତୋର କଣ ହେଲା.. ରାଜେଶ ?
ରାଜେଶ:- ହଁ ମୋର ଅଲ ଓଡ଼ିଶା ରାଙ୍କ ୫ ରେ ହେଇଗଲା…
ରାମ୍:- କଙ୍ଗ୍ରାଜୁଲେସନ ରାଜେଶ
ରାଜେଶ:- ତୁ ଟେନ୍ସନ ନେନି “ବି.ଜେ .ବି. ଅଟୋନମସ କଲେଜ ” ରେ ଗେଷ୍ଟ ଫାକଲ୍ଟି ଇଣ୍ଟରଭିୟୁ” ପାଇଁ ବାହାରିଛି ତୁ ଯାଇ ଇଣ୍ଟରଭିୟୁ ଟା ଦେଇ ଦେବୁ ରାମ୍…
ରାମ୍:- ହଁ ଦେଖିବା ( ଏଇ ଭିତରେ ମା ‘ ଙ୍କ କଲ ଆସି ପହଞ୍ଚିଯାଇଛି )
ରାମ୍:- ହଉତେବେ ରାଜେଶ ଘରୁ କଲ ଆସିଲାଣି ପରେ କଥା ହେବା
ରାମ୍:- ହେଲୋ ମା ‘ , ଘରେ ସମସ୍ତେ ଭଲ ଅଛନ୍ତି ନା , ବାପାଙ୍କ ଦେହ କିପରି , ଠିକ୍ ଟାଇମ ରେ ଔଷଧ ଖାଉଛନ୍ତି ନା… ତୋ ଦେହ ଭଲ ଅଛି ନା ….
ମା:- ହଁ ବାପା ଘରେ ସମସ୍ତେ ଭଲ ଅଛନ୍ତି… ତୁ କେମିତି ଅଛୁ ଭଲ ଅଛୁ ନା…. ବାପାରେ ରେଜଲ୍ଟ ବାହାରିଲାଣି ? ତୋର କଣ ହେଲା ?
ରାମ୍: (କିଛି ମୁହୂର୍ତ୍ତ ଚୁପ୍…) ନା ମା… ଏଥର ମଧ୍ୟ ହେଲା ନାହିଁ ।
ମା: ଚିନ୍ତା କରନି ବାପା… ଜୀବନରେ ସଫଳତା ଡେରିରେ ଆସିଲେ ମଧ୍ୟ ଆସେ।
(କଲ ଶେଷ ହେଇଗଲା ରାମ୍ ଚେୟାର ରେ ବସି ନିଜକୁ ନିଜେ କହିଲା)
ରାମ୍ (ମନରେ): ସ୍ଵପ୍ନ ଦେଖିବା ସହଜ… କିନ୍ତୁ ସେଇ ସ୍ଵପ୍ନକୁ ବଞ୍ଚାଇ ରଖିବା ବହୁତ କଷ୍ଟ…
– ତା’ପରେ –
