କବିତା

ହୃଦୟର ଗୀତ

ଶୁଆଶାରୀ ପରି କାହାଣୀ ଆମର
କରିଦିଅ ତୁମେ ମୋତେ ଆପଣାର
ଇଚ୍ଛା ହୁଏ ଚାଲିବାକୁ ହାତ ଧରି ତମର

ହୃଦୟର ଗୀତ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

କେମିତି କହିବି କଥା ଏ ହୃଦୟର
ପ୍ରେମ ମୋ ଅସରନ୍ତି ବାଲି ଏ ମରୁଭୂମିର
ରାଜକୁମାରୀ ତମେ ମୋ ସପନର
କେବେ ହୋଇଯାଏ ନାୟିକା ମୋ କବିତାର
କାହାଣୀ ଆମର ବର୍ଷା ଆଉ ମୟୂରୀର
ସତେ ଯେମିତି କୋଇଲି ଆଉ ବସନ୍ତର
ଶୁଆଶାରୀ ପରି କାହାଣୀ ଆମର
କରିଦିଅ ତୁମେ ମୋତେ ଆପଣାର
ଇଚ୍ଛା ହୁଏ ଚାଲିବାକୁ ହାତ ଧରି ତମର
ତରିଯିବି, ଲଙ୍ଘିଯିବି ଏ ଜୀବନ ଉପତ୍ୟାକାର
ହୃଦୟ ଉଦ୍ୟାନରେ ଫୁଲ ତମେ ଗୋଲାପର
ଆଉ କାକର ତମେ ସେଇ କଅଁଳ ଖରାର ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top