ହେ ମହାତ୍ମା ତୁମେ ସୁଯୋଗ୍ୟ ସନ୍ତାନ
ଭାରତ ମାତାର କୋଳେ,
ସ୍ୱାଧୀନତା ଲାଗି ଜାଗି ଉଠିଥିଲ
ଅସୀମ ସାହାସ ବଳେ ।
ଶାନ୍ତିପୁତ ଭାବେ କଲ ସମାବେଶ
ଅହିଂସାକୁ କରି ଅସ୍ତ୍ର,
ମହାନ୍ ବାରତା ବାଣ୍ଟି ଦେଇଗଲ
କାଟି ପିନ୍ଧିବାକୁ ବସ୍ତ୍ର ।
କେତେ ମୁନି ଜନ ତାରକା ହୋଇଗଲେ
ତୁମେ ଏ ଧରାରେ ଚାନ୍ଦ,
ତୁମ ଉକ୍ତି ଆଜି ନୀତିଶ୍ଳୋକ ଅଟେ
କିଛି ନାହିଁ ଭଲ ମନ୍ଦ ।
ଜାତିର ଜନକ ତୁମେ ରହିଥିବ
ସୂର୍ଯ୍ୟ ଚନ୍ଦ୍ର ଥିବା ଯାଏଁ,
ତୁମ ଗୁଣ ଗାନ ଭାରତ ଜନତା
କରୁଥିବେ ଶେଷ ଯାଏଁ ।
ପରାଧୀନ ଏଇ ଭାରତ ଭୂଇଁରୁ
ଫିରଙ୍ଗୀ ଦଳକୁ ତଡ଼ି,
ଗଢ଼ିଥିଲ ପରା ସ୍ୱାଧୀନ ଭାରତ ।
ପ୍ରତିବର୍ଷ ତୁମ ଜୟନ୍ତୀ ଦିବସ
ମୁଁ ତ ଚାହିଁ ରହିଥାଏ,
ସ୍ୱାଧୀନ ଦେଶରେ ମୁଁ ଗାନ୍ଧୀର ନାତି
ସାରା ଦିନ କହୁଥାଏ ।