ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ପ୍ରେମ – ସାହିତ୍ୟର ଏକ ଶବ୍ଦ ମାତ୍ର ଥିଲା ତା’ ପାଇଁ
ସେଇ ଶବ୍ଦର ପରିଭାଷା ଦେଲ ତୁମେ
ତା’ ହୃଦୟର ଗଭୀରତାରେ ପ୍ରେମର ମଞ୍ଜି ବୁଣିଲ ତୁମେ
ତୁମ ଆବେଗକୁ ସମ୍ମାନ ଦେଲା ସେ
ମରୁଭୂମିରେ ନିର୍ଝରିଣୀର ସ୍ଵପ୍ନ ଦେଖିଲ ତୁମେ
ମରୀଚିକା ସନ୍ଧାନରେ ଅସ୍ତ -ବ୍ୟସ୍ତ ହେଲା ସେ
ତା’ ସ୍ଵପ୍ନର କୋଣାର୍କ କୁ କ୍ଷତ -ବିକ୍ଷତ କଲ ତୁମେ
ଆଉ ସେଇ ଭଗ୍ନାବଶେଷ ମଧ୍ୟରେ ବି ତୁମକୁ ଦେବତା ଭଳି ପୂଜିଲା ସେ
ଏକ ନୂତନ ତାଜମହଲ ର ସନ୍ଧାନ ରେ ଥିଲ ବୋଧେ ତୁମେ
ସମୟର ସାୟାହ୍ନରେ କୋଉଠି ଅଦୃଶ୍ୟ ହେଇଗଲ ତୁମେ
ଆଉ ସେଇ ଭଗ୍ନ କୋଣାର୍କର ଅନ୍ତରାଳେ କୋଉଠି ଲୀନ ହେଇଗଲା ସେ ……..॥

sammer kumar
June 11, 2016 at 6:19 pm
chamatkar
aravinda das
June 11, 2016 at 12:03 pm
good one