ସମ୍ପାଦକୀୟ

୯୯ ବର୍ଷ ଠିକାରେ ଭାରତ

Jyotsna's Editorial Article for July Aneshwata Barsha Thikaare Bhaarata
୯୯ ବର୍ଷ ଠିକାରେ ଭାରତ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

“ଯେବେ ୧୫ ଅଗଷ୍ଟ ୧୯୪୭ ଆସିଲା ତେବେ ଏକ ବୁଝାମଣା ହେଲା ପଣ୍ଡିତ ନେହେରୁ ଓ ମାଉଣ୍ଟ୍‌ବେଟେନ୍‌ଙ୍କ ମଧ୍ୟରେ । ସେହି ବୁଝାମଣା(ଚୁକ୍ତି)ର ନାଁ “କ୍ଷମତା ହସ୍ତାନ୍ତରର ଚୁକ୍ତି” । ସେହି ଗୋଟିଏ ଚୁକ୍ତି ତଳେ ୧୫୦୦ ଗୋଟି ଛୋଟ ଛୋଟ ବୁଝାମଣା (ସର୍ତ୍ତ) ମଧ୍ୟ ହୋଇଥିଲା । ଏହା କେବଳ ସର୍ତ୍ତାବଳୀ ଅଟେ । ଇଂରେଜ କହିଥିଲା ଆପଣ ଏହା ମାନିବେ ତ ସ୍ୱାଧୀନତା ଦେବୁ, ଏହା ମାନିବେ ତ ସ୍ୱାଧୀନତା ଦେବୁ, ଏହା ମାନିବେ ତ ସ୍ୱାଧୀନତା ଦେବୁ । ଏହି ସ୍ୱାଧୀନତା ଇଂରେଜ ଦ୍ୱାରା ଦିଆଗଲା, ଆମେ ନେଇନାହୁଁ । କାରଣ ସ୍ୱାଧୀନତା ନେଲାବାଲା ବର୍ଗ ୧୯୪୭ ଆସୁ ଆସୁ ଶେଷ ହୋଇଯାଇଥିଲା । ସ୍ୱାଧୀନତା ନେଲାବାଲା ବର୍ଗ ଥିଲା ଉଦ୍ଧାମ ସିଂଙ୍କର, ଭଗତ ସିଂଙ୍କର, ଚନ୍ଦ୍ରଶେଖର ଆଜାଦଙ୍କର, ଆସରଫ୍ ଉଲ୍ଲାଙ୍କର, ତାନ୍ତିଆ ଟୋପେଙ୍କ, ନାନା ସାହେବ ପେଶୱାଙ୍କର । ଏମାନେ ମାନୁଥିଲେ ଯେ ଆମେ ସ୍ୱାଧୀନତା ନେବୁ । ଲଢ଼ିକରି ନେବୁ, ଝଗଡ଼ା କରି ନେବୁ ଓ ଇଂରେଜଙ୍କୁ ମାରିକରି ତଡ଼ିବୁ । ଦୁର୍ଭାଗ୍ୟ ଏ ଦେଶର ଏହା ହେଲା ଯେ ୧୯୪୭ ପର୍ଯ୍ୟନ୍ତ ଏମାନଙ୍କ ମଧ୍ୟରୁ କେହି ଜୀବିତ ନଥିଲେ । ଯେଉଁମାନେ ବଞ୍ଚିଥିଲେ ସେମାନେ ଥିଲେ ମଧ୍ୟମ ଶ୍ରେଣୀର ।” (ରାଜୀବ ଦୀକ୍ଷିତ)

ମୋ ମତରେ ମହାତ୍ମା ଗାନ୍ଧୀ ତିଆରି କରିଥିବା ମଧ୍ୟମ ଶ୍ରେଣୀ- ଯେଉଁମାନଙ୍କର ନିଜସ୍ୱ କିଛି ନ ଥିଲା । ଗାନ୍ଧୀ କହିଲେ ସେମାନେ ଆନ୍ଦୋଳନ କରୁଥିଲେ ଓ ଗାନ୍ଧୀ ବାରଣ କଲେ ଚୁପଚାପ୍ ବସି ଯାଉଥିଲେ ।

ନେହେରୁ କିପରି ଠିକାରେ ଭାରତକୁ ଇଂରେଜଠାରୁ ଧରିଥିଲେ ସେହି ବିଷୟରେ ବେଶ୍ ସୁନ୍ଦର ଓ ସରଳ ଭାବରେ ବୁଝାଇ କୁହନ୍ତି ଭାରତମାତାଙ୍କର ଯୋଗ୍ୟତମ ସନ୍ତାନ ସ୍ୱର୍ଗତ ରାଜୀବ ଦୀକ୍ଷିତ :-

“ମୁଁ ଏବେ ଗୋଟିଏ ଘଟଣା ଶୁଣାଉଛି ଇନ୍ଦର୍ କୁମାର ଗୁଜରାଲ୍ ଏ ଦେଶର ପ୍ରଧାନମନ୍ତ୍ରୀ ଥିଲେ ଓ ଜାଲିୱାନାୱାଲାବାଗ୍ ହତ୍ୟାକାଣ୍ଡ (୧୯୧୯)ର ଏକ ମହତ୍ତ୍ୱପୂର୍ଣ୍ଣ ବର୍ଷ ଥିଲା ସେ ସମୟରେ । ସେହି ସମୟରେ ରାଣୀ ଭାରତ ସରକାରଙ୍କୁ ଜଣାଇଲେ ଯେ ମୁଁ ଆସିବାକୁ ଚାହୁଁଛି । ସେହି ସମୟରେ ମୁଁ ଏହ୍ଲାବାଦ୍‌ରେ ରହୁଥିଲି । ଇନ୍ଦର୍ କୁମାର ଗୁଜରାଲ୍‌ଙ୍କ ଉପରେ ଚାପ ପକାଇବାକୁ ମୁଁ ଓ ମୋ ସହ ବହୁତ ଲୋକ ଦିଲ୍ଲୀ ଯାଇଥିଲେ କହିବାକୁ ଯେ ଆସିବାକୁ ଦିଅନାହିଁ । ଇଏ ସେହି ଲୋକ ଯିଏ ଜାଲିୱାନାୱାଲା ହତ୍ୟାକାଣ୍ଡ କରାଇଥିଲା । ଏହି ରାଣୀର ଆଦେଶରେ ଗୁଳି ଚାଲିଥିଲା ଓ ଡାୟାର୍ ହଜାର ହଜାର ଲୋକଙ୍କ ଉପରେ ଗୁଳି ଚଳାଇଥିଲା । ଯଦ୍ୱାରା ଅନେକ ଲୋକ ମୃତ୍ୟୁ ବରଣ କରିଥିଲେ । ଇନ୍ଦର୍ କୁମାର୍ ଗୁଜରାଲ୍ ଜବାବ୍ ଦେଇଥିଲେ- ମୁଁ ଅଟକାଇ ପାରିବି ନାହିଁ । ସେ ଆସିବେ ଓ ସ୍ୱାଗତ୍ କରିବାକୁ ହିଁ ପଡ଼ିବ । ସେ ଆସିଲେ ପୁରା ଭାରତ ସରକାର ତାଙ୍କ ସ୍ୱାଗତ୍‌ରେ ଲାଗିପଡ଼ିଲା । ସେ ରାଣୀ ଅମୃତସର ଗଲେ ସେଠାରେ ଆମ ଖଣ୍ଡିଆକୁ ଉଖାରି ଥିଲେ ଓ ଖବର କାଗଜରେ ମନ୍ତବ୍ୟ ଦେଲେ ଯେ ମତେ ଲାଗୁନାହିଁ ଯେ ଜାଲିୱାନାୱାଲାବାଗ୍‌ରେ କିଛି ଭୁଲ୍ ହେଇଥିଲା ? ଯେବେ କିଏ ରାଜା ହୁଏ ଓ କେହି ପ୍ରଜା ହୁଏ । କେତେଥର ପ୍ରଜାଙ୍କ ଉପରେ ଦଣ୍ଡ ଦେବାକୁ ପଡ଼ିଥାଏ, ତାହା ଆମେ କରିଥିଲୁ । କଥା ସରିଲା । ଆପଣମାନେ ସବୁବେଳେ ଏହାକୁ ମନେ ପକାଇବେ । ଏହା ଆପଣଙ୍କ ସମସ୍ୟା ମୋର ନୁହେଁ । ଏହା ଥିଲା ରାଣୀଙ୍କର ଅମୃତସର ପତ୍ରକାରଙ୍କୁ ଦିଆଯାଇଥିବା ମନ୍ତବ୍ୟ । ଏହା ଖବର କାଗଜରେ ଛପାଯାଇଥିଲା । ଆମମାନଙ୍କୁ ଏତେ ରାଗ ଲାଗିଲା ଯେ ଆମେ କହିଲୁ ଇନ୍ଦର୍ କୁମାର ଗୁଜରାଲ୍‌ଙ୍କ ହଁ କଳା କରିବୁ । ପୋଲିସ୍‌କୁ ଏ ଖବର ଲାଗିଗଲା ଓ ଆମେମାନେ ଆରେଷ୍ଟ୍ ହୋଇଗଲୁ । ନ ହେଲେ ମୁହଁ କଳା କରିବା ପାଇଁ ହିଁ ଯାଇଥିଲୁ ଆମେମାନେ, ଯେ ଏପରି ହାରାମଖୋର୍ ପ୍ରଧାନମନ୍ତ୍ରୀ ଏ ଦେଶରେ ଅଛି । ଇଜ୍ଜତ ଓ ସମ୍ମାନକୁ ବାଜି ଲଗାଇ ଦେଉଛି । ଏବେ ଇନ୍ଦର୍ କୁମାର୍ ଗୁଜରାଲ୍ ଅବସରପ୍ରାପ୍ତ ଆମେ ତାଙ୍କୁ ଦିଲ୍ଲୀରେ କେବେ ବି ଭେଟୁ । ଏବେ ସେ ମତେ କୁହନ୍ତି ଯେ ଆପଣ ବି ପ୍ରଧାନମନ୍ତ୍ରୀ ହେଇଯିବେ ତ ଏହା ହିଁ କରିବେ । ଆପଣ ବି କିଛି କରିପାରିବେ ନାହିଁ । କାରଣ ନିୟମ ଦ୍ୱାରା ଆମେ ବାନ୍ଧି ହେଇଅଛୁ । ଆଇନ୍ ସେହି “ଭାରତ ଠିକାରେ” । ମୁଁ କହେ ଖୋଲା ଖୋଲି କୁହ ଏ ଦେଶରେ । ସେ କୁହନ୍ତି କହି ପାରିବୁ ନାହିଁ । କାହିଁକି କହିପାରିବ ନାହିଁ ? ସେ- ବିଦ୍ରୋହ ହୋଇଯିବ । ବିଦ୍ରୋହ ହେଇଯିବାକୁ ଦିଅ । ୧୮୫୭ରେ ହେଇଥିଲା ଆଉ ଥରେ ହେଇଯିବ । ଅତି କମ୍‌ରେ କ୍ଷୀରକୁ କ୍ଷୀର ପାଣିକୁ ପାଣି ତ ହେଇଯିବ । ଅଧାରେ ତ ଆମେ ଝୁଲି ରହିବୁନି ଆଉ । ସେ କୁହନ୍ତି- ଏତେ ସାହସ କାହା ପାଖରେ ଆଜି ଅଛି ?

ଆମର ଏଠାରେ ଏତେ ଖରାପ ଅଛି, ଏହି ସ୍ତରରେ ଯେ ସୁପ୍ରିମ କୋର୍ଟର କୌଣସି ଜଜ୍‌ , ହାଇକୋର୍ଟର କୌଣସି ଜଜ୍‌ ଏପରି କୌଣସି ଶୁଣାଣି ଦିଅନ୍ତୁ ଯାହାର ଆଇନ୍ ଭାରତରେ ନ ଥିବ ତା’ହେଲେ ସବୁବେଳେ ସେ ଲଣ୍ଡନର ଶୁଣାଣିକୁ ହିଁ ଆଧାର କରି ଦେଇଥାନ୍ତି । ମାନେ ସେ କୋର୍ଟ (ଲଣ୍ଡନ୍ କୋର୍ଟ) ଏହା ଉପରେ ଯେଉଁ ଶୁଣାଣି ଦେଇଥାଏ ତାହାକୁ ମଗାଇ, ତାହା ଆଧାରରେ ଶୁଣାଣି କରାଯାଇଥାଏ । ଏହି କାରଣରୁ କୌଣସି ବି କୋର୍ଟ ରାୟ ଇଂରାଜୀରେ ହିଁ ଦେଇଥାଏ । ଏହା ଗୁଜରାଟ୍‌ରେ ଚାଲିଥାଉ କି କେରଳରେ ଚାଲିଥାଉ । . . . ଯାହା ବ୍ରିଟିଶ୍ ଚାହୁଁଛି ତାହା ଏ ଦେଶରେ ଚାଲୁଅଛି ।

ସ୍ୱାଧୀନତା ଦିବସକୁ ଧୁମ୍‌ଧାମ୍‌ରେ ପାଳନ କରୁଛୁ, କିନ୍ତୁ ଏପରି କିଛି ସ୍ୱାଧୀନର କାର୍ଯ୍ୟ ଗୋଟିଏ ମଧ୍ୟ କରିପାରିନାହୁଁ । ଇଂରେଜ ଯେଉଁ ଚୁକ୍ତି କରି ଦେଇଗଲା ତାକୁ ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଜଳାଇ ଫୋପାଡ଼ି ପାରିନାହୁଁ । ଆଉ କ’ଣ କରିବୁ ?

୧୯୪୭ ମସିହାରେ ଭାରତ ଛାଡ଼ିଗଲା ଏଥିପାଇଁ ନୁହେଁ ଯେ ତା’ ହୃଦୟରେ ଆମ ପ୍ରତି ସଦ୍ଭାବନା ଥିଲା । ଏଥିପାଇଁ ଛାଡ଼ିଲା ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସେମାନଙ୍କର ଆର୍ଥିକ ଦୁର୍ବଳତା ଆସିଯାଇଥିଲା । ଭାରତକୁ ନିଜ ସହ ରଖିବା ସେମାନଙ୍କ ପାଇଁ ସମ୍ଭବ ନଥିଲା ।

ଜଣଙ୍କ ପ୍ରଶ୍ନରେ ରାଜୀବ ଦୀକ୍ଷିତ ଉତ୍ତର ଦେଲେ :-

୧୯୪୩ ମସିହାରେ ଆମର ମଧ୍ୟ ଏଠାରେ ଆରମ୍ଭ ହେଇଯାଇଥିଲା ଯେ, ଭାରତ ସ୍ୱାଧୀନ ହେବ ତ କେଉଁ ସର୍ତ୍ତ ଆଧାରରେ ହେବ ? ଭାରତରେ କ’ଣ ରହିବ, କ’ଣ ନ ରହିବ ? ପୁଣି ଏକ ପ୍ରଶ୍ନର ଉତ୍ତରରେ କହିଲେ :-

“ଆମର ୯୯ ବର୍ଷ ପୁରା ହେବ ଓ ତେବେ ଯାଇ କୌଣସି ଫଇସଲା ହେବ ସେ ପର୍ଯ୍ୟନ୍ତ ତ ପର୍ଦ୍ଦା ପଡ଼ିରହିବ । ଭାରତର ନେତା କଥା ହେବାକୁ ଚାହାନ୍ତି ନାହିଁ ଏ ବିଷୟରେ ।”

ଏଠାରେ ଆମେ ଓଡ଼ିଆର ଏକ ପ୍ରଶ୍ନ- ଆମର ଯେଉଁ ନିର୍ବାଚନ ହୁଏ ତା’ହେଲେ ତାହାର କିଛି ଅର୍ଥ ନାହିଁ । ଅଯଥାରେ ଏସବୁ ପ୍ରହସନ କାହିଁକି ? ମତଦାନ ଆମେ କରିବୁ, ନେତା ବାଛିବୁ, ଧନ ଆମର ଖର୍ଚ୍ଚ ହେବ, କିନ୍ତୁ ପରିଣାମ କେବଳ ଯନ୍ତ୍ରଣା ଆଉ ଯନ୍ତ୍ରଣା । ଆମେ ହରାଇ ଚାଲିବୁ, ପାଇବାର କିଛି ମଧ୍ୟ ନାହିଁ, କାହିଁକି ନା “ଭାରତ ଠିକାରେ” । ଆମ ପ୍ରଧାନମନ୍ତ୍ରୀ ଆମର ହିଁ ନୁହଁନ୍ତି । କୌଣସି ପ୍ରଧାନମନ୍ତ୍ରୀ ନିକଟରେ ଏତେ ସାହସ ନାହିଁ ଯେ ସାଧାରଣ ଜନତାଙ୍କ ନିକଟରେ ସତକୁ ଖୋଲି ରଖିଦେବେ । ବୁଝନ୍ତୁ କେତେ ଭୟଙ୍କର ଓ ଯନ୍ତ୍ରଣାଦାୟକ ସ୍ଥିତି ଆମର ।

ଭାରତବର୍ଷରେ ଏମିତି ପ୍ରଧାନମନ୍ତ୍ରୀ ଆସୁଥିବେ ଆଉ ଯାଉଥିବେ । ଏମିତି ଆମେ ନିର୍ଲଜଙ୍କ ପରି ଗଣତନ୍ତ୍ର ଦିବସର ପାଳନ କରିଚାଲିଥିବୁ ଓ ଜନ-ଗଣ-ମନ-ଅଧିନାୟକ ଜୟ ହେ. . . ଗାଇ ଇଂରେଜ ଶାସକଙ୍କ ପଦବନ୍ଦନା କରୁଥିବୁ । ଆମ ଭିତରେ ଶୋଇ ରହିଥିବା ସ୍ୱାଭିମାନ ଟିକକ କେବେ ଜାଗି ଉଠିବ ? କେବେ ଆମେ ଏହି ସବୁକୁ ମାନିବାକୁ ପ୍ରସ୍ତୁତ ନୋହୁଁ ବୋଲି ଚିତ୍କାର କରି କହିପାରିବୁ ?

ସବୁ କିଛି ବୁଝିସାରିଲା ପରେ ଆପଣ କ’ଣ ଚାହାଁନ୍ତି ? ଆପଣଙ୍କ ସହ କରାଯାଇଥିବା ଛଳନାପୂର୍ଣ୍ଣ ସ୍ୱାଧୀନତା ଦିବସ ଅଗଷ୍ଟ ୧୫କୁ ଚିରାଚରିତ ଢଙ୍ଗରେ ପାଳନ କରିବାକୁ ନା ପ୍ରତିବାଦ କରିବାକୁ ? ଆପଣଙ୍କ ଭିତରେ ସ୍ୱାଭିମାନ ଟିକକ ଯଦି ଅଛି ଏଥିପାଇଁ ପ୍ରତିବାଦ କରନ୍ତୁ । କହି ଉଠନ୍ତୁ “ବନ୍ଦେ ମାତରମ୍” ଯାହା ଆପଣମାନଙ୍କୁ ପୁଣି ଥରେ ସେହି ବିପ୍ଳବର ଧାରକୁ ବାହିନେବ । ସ୍ୱାଧୀନତା ପାଇଁ ପୁଣି ଏକ ବିପ୍ଳବ ନିହାତି ଦରକାର ।

“ଜୟ ହିନ୍ଦ୍ !”

3 Comments

3 Comments

  1. ଶ୍ରୀ ଅରବିନ୍ଦ ଦାସ

    ARAVINDA DAS

    August 11, 2016 at 4:04 pm

    Reality bites…..wonderful thoughts madam. You have a point….

  2. ବାସନ୍ତୀ ଦାସ

    Basanti das

    August 10, 2016 at 12:34 pm

    Mahashaya.sampadakiya prusta bastabik chamatkar.abe samayaaasichhi pratibadara swara utheibaku.ketedina aame punigote paradhintara shrunkhalare aabadhha thiba? Samajogu jeunmane netaheuchhanti semanehin aamaku bibhinna upayare shoshana karuchhanti .durbhagya. .aame Abe Madhya boka banuchhu.dhanyabada .Basanti das.

    • ଜ୍ୟୋତ୍ସ୍ନା

      ଜ୍ୟୋତ୍ସ୍ନା

      August 11, 2016 at 9:50 pm

      ଆପଣ ପଢ଼ିଥିବାରୁ ଧନ୍ୟବାଦ । ଆପଣ ଏହି ତଥ୍ୟକୁ ଅଧିକରୁ ଅଧିକ ଲୋକଙ୍କୁ ଜଣାଇଲେ ଆମର ଲେଖା ସାର୍ଥକ ହେବ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top