କବିତା

ଚଉଦିଗେ ଭାରତ

Manas Ranjan Subuddhi's odia poem Chaudige Bhaarata

ଗୁଜରାଟ, ମରାଠା ବୁଡ଼ିଲା ପ୍ରତିଷ୍ଠା
ମୁମ୍ବଈ ମାଫିଆ ପ୍ରବଳ ପରାକାଷ୍ଠା
ଗାନ୍ଧିଧାମେ ଆଜି ହିଂସାର ତାଣ୍ଡବ
କି କାର୍ଯ୍ୟ ସାଧିତ ଥାଇ ବଇଭବ ।

ଚଉଦିଗେ ଭାରତ

ଉତ୍କଳ, ବଙ୍ଗ ଜଳଧି ତରଙ୍ଗ
ବାତ୍ୟାରେ ବେରଙ୍ଗ ନିବାସୀ ପ୍ରସଙ୍ଗ
ମାଗେ ନାହିଁ ଶୁଭାଶିଷ ତବ
ମାଗେ ସହାୟତା ରୂପେ ଅର୍ଥ ।

ଗୁଜରାଟ, ମରାଠା ବୁଡ଼ିଲା ପ୍ରତିଷ୍ଠା
ମୁମ୍ବଈ ମାଫିଆ ପ୍ରବଳ ପରାକାଷ୍ଠା
ଗାନ୍ଧିଧାମେ ଆଜି ହିଂସାର ତାଣ୍ଡବ
କି କାର୍ଯ୍ୟ ସାଧିତ ଥାଇ ବଇଭବ ।

ଦୂଷିତ ହିମାଚଳ ଯମୁନା ଗଙ୍ଗା
ଆତଙ୍କେ ଭୂସ୍ୱର୍ଗ ଲୋହିତ ରଙ୍ଗା
ପୁନଃ ସଂଶୋଧିତ ବିଧାନ ପ୍ରଣିତ
ଜନ ଅଧିନାୟକ ଭାଗ୍ୟ ବିଧାତା ଭାରତ ।

କନ୍ୟାକୁମାରୀ, କାଞ୍ଚି କାବେରୀ
ଆଦି ଭାରତ ଦ୍ରାବିଡ଼ ନଗରୀ
ବିବାଦକାରୀ ସ୍ୱଭାଷା ପ୍ରୀତି
ଜଳ ଆବଣ୍ଟନ ସମସ୍ୟା ଅତି ।

କଦାପି ସମ୍ଭବ ଶାନ୍ତି, ନୀଡର, ନ୍ୟାୟ
ଚଉଦିଗେ ଭାରତ ମାତା କି ଜୟ !!

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top