କବିତା

ଓଡ଼ିଶା ଛବି

Bidyadhara Panda's odia poem Odisha Chhabi

ମହୋଦଧି କୂଳ ଜଗନ୍ନାଥ ଧାମ
ଆନନ୍ଦ ବଜାର ଅନ୍ନ
ପାପ ଛାଡ଼ିଯାଏ ସଂସ୍କାର ବଦଳେ
ମନଟି ହୁଏ ପ୍ରସନ୍ନ

ଓଡ଼ିଶା ଛବି

ଓଡ଼ିଶା ଶବଦଓଡ଼ିଆ ଆଖିରେ
କେତେ ଛବି ଆଙ୍କିଦିଏ
ସୁରୁଜ ମନ୍ଦିରକୋଣାରକ ଚକ
ଆଖି ଆଗେ ନାଚି ଯାଏ । (୧)

ବିଶୁମହାରଣାଜାତିପ୍ରିତି ସଙ୍ଗେ
କିଏ ହେବ ସତେ ସରି?
ବାରସ ବଢେ଼ଇଜୀବନ ରଖିଲା
ନିଜ ପୁଅ ମୋହ ଛାଡ଼ି । (୨)

ମହୋଦଧି କୂଳଜଗନ୍ନାଥ ଧାମ
ଆନନ୍ଦ ବଜାର ଅନ୍ନ
ପାପ ଛାଡ଼ିଯାଏସଂସ୍କାର ବଦଳେ
ମନଟି ହୁଏ ପ୍ରସନ୍ନ । (୩)

ଅଇଁଠା କୋଢ଼ୁଆପାଇକିି ଭାବନ୍ତି
ଆଜି ବଡ଼ ଅହୋଭାଗ୍ୟ
ଓଠରେ ଲଗାଇମୁଣ୍ଡରେ ପୋଛନ୍ତି
ସତେକି ମିଳିଲା ସ୍ୱର୍ଗ । (୪)

ଓଡ଼ିଶାର ବନ୍ଧୁପୂଜ୍ୟ ଗୋପବନ୍ଧୁ
ଶିଖାଇ ଗଲେ ପିରତି
ରୋଗିଣା ପୁଅକୁଅଣ୍ଟିଲାନି ବେଳ
ଜାତିର ସେବାରେ ମାତି । (୫)

ଫକୀର ମୋହନକରିଗଲେ ଦାନ
ଓଡ଼ିଆରେ ବହୁ ଗଲ୍ପ
ବାଜିଆ ରାଉତସହିଦ ହୋଇଲା
ବୟସ ତା’ ଥିଲା ଅଲ୍ପ । (୬)

ଲକ୍ଷ୍ମଣ ନାୟକସୁରେନ୍ଦ୍ର ସାଇର
ନିସ୍ୱାର୍ଥପର ଜୀବନ
ପଠାଣି ସାମନ୍ତବିଶ୍ୱକୁ ଅର୍ପଣ
କଲେ ସିଦ୍ଧାନ୍ତ ଦର୍ପଣ । (୭)

ହରେକୃଷ୍ନ ରାଧାନାଥ ଗଙ୍ଗାଧର
ମେହେର ପରିକା ରଥି
କେତେ ମହାରାଜାକେତେ ଗଜପତି
ସଂଗ୍ରାମେ ଦେଲେ ଆହୁତି । (୮)

ଏବେକା ନେତାଙ୍କଭିତରେ ଦିଶୁନି
ସେଭଳି ତ୍ୟାଗର ଭାବ
ଦୁର୍ନ୍ନିତି ପଥକୁସୁଯୋଗ ମଣନ୍ତି
ସମ୍ୟକ ଜ୍ଞାନ ଅଭାବ । (୯)

ତମରି ହାତରେଓଡ଼ିଶାର ଭାଗ୍ୟ
ଚଳାନ୍ତୁ ଏ କଥା ଭାବି
ଆଚରଣ ମନସୁଦ୍ଧ କରି ଚାଲ
ବଦଳୁ ଓଡ଼ିଶା ଛବି । (୧୦)

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top