କୋଡ଼ିଏ ରୁ ବେଶି ଶିଶୁସମାଧିରେ ଗଢ଼ିଲା ନଗଡ଼ା ଗାଁ
ରାସ୍ତାଘାଟ ସ୍ୱାସ୍ଥ୍ୟ ଦୁରୁସ୍ତ ହୋଇଲା ଛାଇଗଲା ତାର ନାଁ
ସ୍ତ୍ରୀ’ର ଶବକୁ କାନ୍ଧରେ ବୁହାଇ ଦାନ ମାଝୀ ହେଲା ଧନୀ
ଦାନ ଟଙ୍କା ଥଳି ବହୁଛି ଉଜାଣି ନ’ ପାରୁଛି ସିଏ ଗଣି
ନଗଡ଼ା ପରିକା ଅନେକ ଜାଗାର ପରେ ଖବର ଛପିଲା
କିଛି ବି ଉନ୍ନତି କେଉଁଠି ହେଲାନି ସବୁ ଫସର ଫାଟିଲା
କାନ୍ଧଭାର ବୁହା ପ୍ରତିସ୍ପର୍ବ୍ଦା ଖାଲି ଦାନମାଝୀ ଦେଖାଦେଖି
ବାହୁଙ୍ଗି ଖଟିଆ ଉପରେ ବୁହାନ୍ତି ମେଡ଼ିଆ ଭାଇଙ୍କୁ ଡ଼ାକି
ସାମ୍ବାଦିକ ଭାଇ ସଅଳ ପହଞ୍ଚି ଉଠାନ୍ତି ସାଇଜ୍ ଫଟ
ବିଶ୍ୱାସ କାହାର ତିଳେ ହୁଏ ନାହିଁ ଲାଗେ ପ୍ରହସନ ନାଟ
ଦାନମାଝୀ ଆଉ ନଗଡ଼ା ପରିକା ନିଇତି ଖବର ଦେଲେ
ବଦନାମି ବୋଝ ମୁଣ୍ଡାଇ ଚାଲିବା ବାହାର ରାଇଜ ଗଲେ
ତୁମ ଦାନ ମାଝୀ ତୁମରି ନଗଡ଼ା ସତ୍ୟ ପ୍ରରିଶ୍ରମ ଫଳ
ନେତା ପ୍ରଶାସନ ଆଖି ଖୋଲିଦେଲ ବାଛିବାଛି କାଳବେଳ
ପେଚା ପରି ଆଜି ମେଡ଼ିଆ ଜଗିଛି ଶାସନ କଳକୁ ଫନ୍ଦା
ଧଳାହାତୀ ସବୁ ହତାସିଆ ଏବେ ଆଦାୟ ହେଉନି ଚାନ୍ଦା
ଏହି ଭଳି ଭଲ କାମ ଜାରି ରହୁ କୃପା କର ଜଗନ୍ନାଥ
ସୁ ଶାସନ ଫେରୁ ଓଡ଼ିଶା ରାଇଜେ ଗଢ଼ୁ ବିକାଶର ରଥ
