କବିତା

ପକ୍ଷୀକୁ ପ୍ରଶ୍ନ

Jachindra Kumar Rout's odia poem Pakshiku Prashna

ତୋ ଚେନାଏ ରାବରେ
ବଢ଼ିଯାଏ ପବନରେ ତାତି
ପଚାଶ ଡିଗ୍ରୀ ଉତ୍ତାପ
ଚହଲିଗଲେ ତୋ ପର
ଲହରୀ ଭାଙ୍ଗୁଚି ଝାଞ୍ଜି
କବି ହେଉଚି ଚନ୍ଦା
ଠିକ୍ ମାଟି ପରି !

ପକ୍ଷୀକୁ ପ୍ରଶ୍ନ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ତୁ କ’ଣ ଫେରାଇ ଆଣିପାରିବୁ ଶାନ୍ତି
ତୋ ଯୁଦ୍ଧ ଡାକରାରେ ମାଓବାଦୀ !
ତୁ କ’ଣ ବଜେଇ ପାରିବୁ
ବିଗୁଲରେ ବାଉଲ
ଚିତ୍କାରରେ ଆଙ୍କି ପାରିବୁ
ସାମ୍ୟବାଦ, ସମାଜତନ୍ତ୍ର
ଗଣତନ୍ତ୍ର ଖତିୟାନ୍‌ରେ ?

ତୋ ଚେନାଏ ରାବରେ
ବଢ଼ିଯାଏ ପବନରେ ତାତି
ପଚାଶ ଡିଗ୍ରୀ ଉତ୍ତାପ
ଚହଲିଗଲେ ତୋ ପର
ଲହରୀ ଭାଙ୍ଗୁଚି ଝାଞ୍ଜି
କବି ହେଉଚି ଚନ୍ଦା
ଠିକ୍ ମାଟି ପରି !

କଳାହାଣ୍ଡି ତିରିଲା ପରି
ନଈ ଶୋଇଚି ପେଟ ଖାଙ୍କି
ମୋବାଇଲ୍‌ର ମାଇକ୍ରୋୱେଭ୍‌
ମନ୍ଥନ କରୁଚି ଆକାଶ
ଗଡ଼ିଆ ପରି ଗୋଳିଆ ହେଉଚି ପବନ ।

ଏବେ ତୋ ଘରକୁ ଫେରୁନି ନା
ଖାଦ୍ୟର ଖବର
ଭୁଲ୍ ହେଇ ଯାଉଚି
ମହୁମାଛିର ହିସାବ
ବାଟ ମାପିବାର ଅଙ୍କକଷା !

ତୋ ଆକାଶଟା ଏବେ
ଖୁବ୍ ଗହଳ ଚହଳ
ଖୁବ୍ ବାଟବଣା
ତୋ ଚଞ୍ଚୁରୁ ଗଜୁରୁ ନାହିଁ ଶିହରଣ
ରମଣ ଋତୁରେ ରୁଚୁନାହିଁ ରତି
ଆଖିରୁ ନିଗୁଡୁଚି ଥପଥପ ତାତି
ତୋ ଶିତଳ ରକ୍ତ ଉଠିଚି ମାତି
ମଣିଷଙ୍କ ପାଇଁ ସଜଉଚୁ
ଲ୍ୟାଣ୍ଡମାଇନ୍ସର ରାତି !

ପକ୍ଷୀ !
ତୋ ଯୁଦ୍ଧ ଡାକରାରେ
ତୁ ମାଓବାଦୀ ହେବାରେ
ତୁ କ’ଣ ଫେରାଇ ଆଣିପାରିବୁ
ଏ ମାଟିକୁ ଶାନ୍ତି ?

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top