ବ୍ୟଙ୍ଗକବିତା

ନାକ ନିଶ ହେଲା ବେକର ଫାଶ

Manasa Ranjan Subudhi's odia satire poem Naaka Nisha Helaa Bekara Phaasha

ଦୁନିଆ ଦସ୍ତୁର ସଦା ପ୍ରଚଳିତ
ଅନୁକମ୍ପା ନାହିଁ ଆମରି ସହିତ
ସନ୍ଦେହ ଚକ୍ଷୁରେ ପରମାଦ ଗଣି
ପରତେ ନଯିବେ ଆମ କଥା ଶୁଣି ।

ନାକ ନିଶ ହେଲା ବେକର ଫାଶ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ବଡ଼ ହୋଇ ବାପ ନାଆଁ ରଖିବା
ଚାକିରି ବଣିଜରୁ ଘର ପୋଷିବା
ହାରିବାକୁ ନାହିଁ ଆମ୍ଭେ ଅନୁମତି
ପୁଅ ଜନ୍ମ ଆମ୍ଭେ ଦେଇଛି ନିୟତି ।

ଦୁନିଆ ଦସ୍ତୁର ସଦା ପ୍ରଚଳିତ
ଅନୁକମ୍ପା ନାହିଁ ଆମରି ସହିତ
ସନ୍ଦେହ ଚକ୍ଷୁରେ ପରମାଦ ଗଣି
ପରତେ ନଯିବେ ଆମ କଥା ଶୁଣି ।

ପୁଲିସିର ଠେଙ୍ଗା ଆଇନିର ଫନ୍ଦା
ଆମ ଲାଗି ସିନା ତତ୍ପର ସଦା
ପ୍ରଥମେ ପାହାର ତାପରେ ପଚାର
କିସ ନାଆଁ ତୋର କେଉଁଠାରେ ଘର ?

ସରକାର କଲେ ସାବତ ପୁଅ
ଦରଖାସ୍ତ ଦେଲେ କହନ୍ତି ରହ
ଟିକସ ହେଉ ଅବା ରେଳଭଡ଼ା
ରିହାତି ମିଳିବ ହୋଇଲେ ବୁଢ଼ା ।

ଫୁଲର ଜୁଲମ କଣ୍ଟାର କ୍ଷତ
ପ୍ରତିପକ୍ଷ ସାଧେ ଅନବରତ
ଆଖିରେ ପଟି ଆଉ ମୁହଁରେ ତୁଣ୍ଡି
ନଦେଲେ ଢୁକିବ ପୁଲିସି ଫାଣ୍ଡି ।

ଗାଧୋଇ ଗଲାଣି ଗେରସ୍ତଗିରି
ଡାକିଲେଣି ଏବେ ନାଆଁକୁ ଧରି
କଚେରୀ ଦୁଆରେ ଆମେ ଭିକାରୀ
କଥା କଥାକରେ ଯାଏ ଚାକିରି ।

ବାହାସ୍ପୋଟ ମାରେ କିଆଁ ପୁରୁଷ
ନାକ ନିଶ ହେଲା ବେକର ଫାଶ
କର୍କଶ ମୂର୍ଚ୍ଛନା କାହିଁ ରଚିଲୁ
ପ୍ରଭୁ! ମରଦକୁ ସିନା ବଳଦ କଲୁ !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top