ଧନ୍ୟ ତୁ ସନ୍ତାନଧନ୍ୟ ତୋ ଭାବନା
ଧନ୍ୟ ତୋରସେହି କର୍ମ
ଯେଉଁ ମାଆ ତୋତେଜନମ କରିଲା
କାନ୍ଦାଇଲୁ ତାର ମର୍ମ ।
ତୋ ପାଇଁ କେତେସେମନ୍ଦିର ଯାଇଛି
ଜାଳିଛି ତୋ ପାଇଁ ଦୀପ
ଠାକୁରଙ୍କ ପାଖେଶୁଭ ମନାସୀ ସେ
କରିଥିଲା କେଉଁ ପାପ ।
ଅଖିଆ ଅପିଆକେତେ ସେ ରହିଛି
ସହିଛି ଅଳି ଅଝଟ
ଆଜି ତୁହି ବଡହୋଇଗଲୁ ବୋଲି
କରୁଅଛୁ ଛଟ ପଟ ।
ମାର୍ ଧର୍ ଏବେକରୁଅଛୁ ତାକୁ
କେମିତି ଯାଉଛି ହାତ
ସତତୁ କହରେମୁଣ୍ଡରେ ତୋହର
ଅଛିକି ଗୋବର ଖତ ।
ମାଆ କୁ ମାରିକିଆହେ ଅମଣିଷ
କରନାହିଁ ଜମା ପାପ
ମାଆର ଆଖିରୁଲୁହ ଝରିଗଲେ
ଭୋଗିବରେ ଅଭିଶାପ ।
ମଣିଷରେ ତୋତେଗଣୁଛି କିଏରେ
ଅଟୁ ଗୋଟେ ଅମଣିଷ
ବୁଦ୍ଧି ବିବେକକୁପୋଡିକି ଖାଇଛୁ
ପଡିଛି ଖାଲି ପାଉଁଶ ।
