ଅଜା ପାଖେ ବସିପଚାରିଲା କୁନା
ମୋତେତ ଦିଅ ବୁଝାଇ
ଠିକ୍ ସମୟରେବରଷାକି ଖରା
ହେଉନାହିଁ ଏବେ କାହିଁ ।
ବୁଝାଇଲେ ଅଜାଶୁଣୁ ଆରେ କୁନା
କରିଛୁ ଯଦି ତୁ ମନ
କହୁଅଛି ତୋତେକାରଣ ତାହାର
ରଖିଥିବୁ ତୁହି ଧ୍ୟାନ ।
ଜଙ୍ଗଲ କାଟିକିମଣିଷ ସମାଜ
କଂକ୍ରିଟ ସଡକ କଲା
ନିଜ ବଡପଣଦେଖାଇବା ପାଇଁ
ବଡ କୋଠା ତୋଳିଦେଲା ।
ଗଛ ସବୁ କାଟିନଣ୍ଡା କରିଦେଲା
ଭାବିଲନି ଜମା ଥରେ
ଭାବିଲା ମନରେଏସି ହାୱା ଖାଇ
ରହିବାକୁ ନିଜ ଘରେ ।
ଗଛର ଅଭାବେବରଷାକି ଖରା
ସମୟେ ହୋଇବ ନାହିଁ
ବେଳ ଥାଉଁ ଥାଉଁସଜାଗ ହୋଇକି
ଗଛ ଲଗାଇବା ପାଇଁ ।
ଧଡପଡ ହୋଇଉଠିଗଲା କୁନା
କହିଲା ଅଜାକୁ ତାର
ଗଛ ପରି ଆଉକିଏବା ଆମର
କରିବଯେ ଉପକାର ।
ସେହି ଦିନ ଠାରୁଅଜା ନାତି ମିଶି
ଗଛ ଲଗାଇଲେ କେତେ
ଫୁଲ ଫଳ ସାଥେଉପକାରୀ ଗଛ
ପାଇଲେ ଯେଉଁଠି ଯେତେ ।
ସୁନ୍ଦର ଦିଶିଲାସବୁଜ ବନାନୀ
ଛୁଟିଲା ଖୁସିର ସିନ୍ଧୁ
କୁନାର ନାମଟିସମସ୍ତେ ଜାଣିଲେ
ସିଏତ ପ୍ରକୃତି ବନ୍ଧୁ ।