ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
।। ବର୍ଷା ।।
ବର୍ଷା ଆସେ,
ରିମ୍ ଝିମ୍ ପାଉଁଜୀ ପିନ୍ଧି
ଯେମିତି ସତେ କି
ନାୟିକା ମୋର
ପ୍ରେମ କବିତା’ର ।।
ବର୍ଷା ବରଷେ
ଝର୍ ଝର୍ ଝରଣାର ତାନରେ
ଯେମିତି ସତେ କି
ପ୍ରେମିକାର ଆଶ୍ଳେଷ
ବାହୁ ବନ୍ଧନରେ ।।
।। ନଈ ।।
ନଈଟା’
କେମିତି ଯେ
ଶୁଖିଯାଇଥିଲା
ଖରାମାଡରେ
ଝୁରିଝୁରି ଶ୍ରାବଣକୁ ।।
ଏବେ
ଶ୍ରାବଣ ଢାଳି ଦେଉଛି
ଏତେ ପରଶ
ତା’ଦେହରେ ଯେ
ଉଛୁଳି ପଡିଛି ସେ
କୂଳ ଲଙ୍ଗିବାକୁ ।।
