କେରାଏ ଦୁବପରି
ଚେନାଏ ବିଶ୍ୱାସ ନେଇ
କଅଁଳ ଛନଛନ ହୋଇ
ବଦଳୁଚି ନାରୀର ଭାଗ୍ୟ ।
ମୁଠାଏ ଆଶା ,ଆଉ ସମର୍ପିତ
କର୍ତ୍ତବ୍ୟ ପରାୟଣତାର
ମନ୍ମୟ ମୁହୂର୍ତ୍ତ ସବୁ
ଏବେ….ଖେଦି ଯାଉଛନ୍ତି
ପ୍ରଭାତଫେରୀ ସୈନିକପରି
ସଂସାରର ଚୈାହଦୀରୁ
ସମାଜର ପ୍ରତ୍ୟେକ
ଅନାହୁତ ଗଳିଉପଗଳିର
ବାସ୍ନାମୟ , ବିମୁଗ୍ଧ
ମହମହ ମାଟିଉପରେ ।
ପ୍ରତିପଦାର କ୍ଷୟୀଷ୍ନୁ ଚନ୍ଦ୍ରମା
ଧିରେଧିରେ ବିଛୁରିତ କଲାପରି
ଆକାଶର ବିସ୍ତ୍ରୁତ ଛାତିରେ
ତା’ର…
ଶୀତଳ ଜୋସ୍ନାର ପଦପଲ୍ଲବ ,
ପ୍ରେତ୍ୟେକ ବ୍ୟକ୍ତିର ହ୍ରୁଦୟରେ
ମନରେ, ଭାବନାରେ
ସେ ବିରାଜମାନ ଦେବୀଟିଏ ପରି ।
ଦପ୍ ଦପ୍ ସ୍ନିଗ୍ଧ ଆଲୋକରେ
ଆଲୋକିତ ହେଉଚି
ଅନ୍ଧଗଳିର ଅନ୍ଧକାର
ଅନ୍ଧାରି ମନର ବାତାୟନ
ଆଉ…
ଅମନଯୋଗି ମଣିଷର
ଅଂହଙ୍କାର, ଦର୍ପସବୁ ।
ନାରୀ ନଗଣ୍ୟ ନୁହେଁ
ସେ ସର୍ବଦା ନମସ୍ୟ, ସର୍ବସଂହା
ମା ରୂପରେ, ପତ୍ନୀ ରୂପରେ
କନ୍ୟା ରୂପରେ, ବାନ୍ଧବୀ ରୂପରେ
ଏସବୁ ସ୍ଵୀକାର କରେ ସମାଜ, ସଂସାର
ତା’ କୁ ମାନିବାକୁ ବାଧ୍ୟକରେ
ଦେବୀରୂପି ନାରୀର ସଂସ୍କାର
ଦେବୀରୂପି ନାରୀର ସଂସ୍କାର ।