ବ୍ୟଙ୍ଗକବିତା

ସନ୍ଧ୍ୟା ଓ ସୁନ୍ଦରୀ

Dibyajyoti Mohanty's odia satire poem Sandhya O Sundari

ତାଙ୍କୁ ଦେଖି ଦୁର୍ଘଟଣା ହୁଅନ୍ତି କେତେ ଯେ ବାଟୋଇ
ଷ୍ଟାଇଲ୍‌ରେ କଥାବାର୍ତା କରନ୍ତି ଦେଖେଇ ହୋଇ ପାଠୋଇ
ବଡ ଅଜବ ତାଙ୍କର ଚାଲିଚଳନ ଆଚାର ବ୍ୟବହାର

ସନ୍ଧ୍ୟା ଓ ସୁନ୍ଦରୀ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ରାଜଧାନୀରେ ସନ୍ଧ୍ୟା ଆସିଲେ ଜମେ ସୁନ୍ଦରୀ ମାନଙ୍କ ଭିଡ
ପ୍ରେମ ପରଷରେ ଭାଙ୍ଗନ୍ତି ସବୁ ବନ୍ଧ ବାଡ
ଗାଲରେ ମାଖନ୍ତି ଯେତିକି ବହଳର ମେକ୍ଅପ
ତାଠୁ ଅଧିକ ଲମ୍ବା ଲିଷ୍ଟ ତାଙ୍କର ବ୍ରେକ୍ଅପ
ତାଙ୍କୁ ଦେଖି ଦୁର୍ଘଟଣା ହୁଅନ୍ତି କେତେ ଯେ ବାଟୋଇ
ଷ୍ଟାଇଲ୍‌ରେ କଥାବାର୍ତା କରନ୍ତି ଦେଖେଇ ହୋଇ ପାଠୋଇ
ବଡ ଅଜବ ତାଙ୍କର ଚାଲିଚଳନ ଆଚାର ବ୍ୟବହାର
ଟୋକାକୁ ପଟେଇ ଖୋଜନ୍ତି ନୂଆ ନୂଆ ଉପହାର
ସନ୍ଧ୍ୟାବେଳେ ଥାନ୍ତି ମନ୍ଦିରରେ କମ୍ ପାର୍କରେ ବେଶୀ
କଥା କହି ଚୋରେଇ ନିଅନ୍ତି ହୃଦୟକୁ ହସି ହସି
ଜାଣନ୍ତି ନାହିଁ ଓଡିଆ ଘରର କିଛି ବ୍ରତ କି ଓଷା
ସଦା ତାଙ୍କ ଲୋଡା ଚିକେନ୍ ଚାଓମିନ୍ ମଟନ୍ କଷା
ମାର୍କେଟ ବିଲ୍ଡିଂ ରୁ ବାଣୀବିହାର ବୁଲନ୍ତି ହୋଇ ମାଳ ମାଳ
ପୁଣି କେତେ ଟୋକାଙ୍କ ହୃଦୟକୁ କରନ୍ତି ଫାଳ ଫାଳ
ଯାହା ବି ହେଉ ରାଜଧାନୀ ଝିଅ ସବୁ ବଡ ଚତୁରି
ଲାଗନ୍ତି ସଭିଙ୍କଠୁଁ ଭାରି ସେ ସୁନ୍ଦରୀ…
ଦିବ୍ୟଜ୍ୟୋତି ମହାନ୍ତି

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top