କବିତା

ଲାଜେଇ ସେ ଲାଜକୁଳୀ ଲତା . . .

Debendra Dhinda's odia poem Laajei se Laajakuli Lataa

ଲାଜକୁ ସଜେଇ ଗହଣା ଟିଏ
ଯେବେ ସେ ମୋ ସାମ୍ନାରେ ଛିଡାହୋଇଯାଏ
ମୋ ମନର ଯେତେ ସବୁ ରାଗ ରୋଷ
ତା ଲାଜ ସାମ୍ନାରେ ହାରିଯାଏ ।।(୨)

ଲାଜେଇ ସେ ଲାଜକୁଳୀ ଲତା . . .
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଲାଜେଇ ସେ ଲାଜକୁଳୀ ଲତା
ହସରୁ ତା ସତେ ଝୁରେ ମୁକୁତା
ଜହ୍ନ ରାଇଜର ସତେ ପରୀଟିଏ ସିଏ
ତା ଓଠର ସେଇ ନାଲି ନାଲି ଦାଗ ଆଉ ସେଇ ନୀଳ ନୀଳ ଆଖି
ମୋ ମନକୁ ମୋହି ନିଏ ।।(୧)

ଲାଜକୁ ସଜେଇ ଗହଣା ଟିଏ
ଯେବେ ସେ ମୋ ସାମ୍ନାରେ ଛିଡାହୋଇଯାଏ
ମୋ ମନର ଯେତେ ସବୁ ରାଗ ରୋଷ
ତା ଲାଜ ସାମ୍ନାରେ ହାରିଯାଏ ।।(୨)

ସ୍ମିତ ହାସ୍ୟ ଦେଇ କରିଲ ନିଜର
ପାରୁ ନାହିଁ ଯେ ତୁମକୁ ଭୁଲି
ମୋ ହୃଦୟର ବନ୍ଦ କୋଠରୀକୁ
ତୁମ ଆଗମନେ ଦେଲି ଖୋଲି ।।(୩)

ଲାଜେଇ ଯେ ତୁମେ ଲାଜକୁଳୀ ଲତା
ମୋ ମନକୁ ଚୋରି କଲ
ପ୍ରଥମ ଦେଖାରେ ଆଖି ପଲକରେ
ବ୍ୟଥା ରାଗିଣୀରୁ ଭାବନା ମୋ ଚୋରି କରିନେଲ ।।(୪)

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top