ବ୍ୟଙ୍ଗକବିତା

ଦେହକୁ ନେବେନୀ

Mohan Chandra Bisoi's odia satire poem Dehaku Nebeni

ବିଦେଶରେ ତ ପାଠ ପଢିବେ,
ନେତା ମନ୍ତ୍ରୀଙ୍କର ଛୁଆ ।
ଦେଶର ଶିକ୍ଷା ବ୍ୟବସ୍ଥା ପାଇଁକି,
ସେ ଧ୍ୟାନ ଦେବେ ଅବା କିଆଁ ।

ଦେହକୁ ନେବେନୀ

ଭାବିଲେ ଲାଗଇ ଛାନିଆ।
ଆଜି କେଉଁଠୀ ପହଞ୍ଚିଲା ଦୁନିଆଁ,
ମରୁ ଭୂଇଁରେ ପଦ୍ମ ଫୁଟୁଅଛି,
ସମୁଦ୍ରରେ ଲାଗେ ନିଆଁ ।

ଭେଣ୍ଡିଆ ବରକୁ ଝିଅ ମିଳୁନାହିଁ,
ବୁଢ଼ା ଖୋଜେ କଶୀ କନିଆ ।
ବାଳୁଆ ମୁଣ୍ଡଟି ନିଖୁରା ପଢ଼ିଛି,
ଚନ୍ଦା ଧରି ବୁଲେ ପାନିଆ ।

ଚାଷୀ ଭାବୁଚି କି ଚାଷ କରିବ,
ଧାନ, ଗହମ ନା ମାଣ୍ଡିଆ ।
ଟଙ୍କାକରେ କିଲେ ଚାଉଳ ମିଳୁଛି,
ପାଞ୍ଚ ଟଙ୍କା କପେ ଚାହା ।

ଗ୍ରୀଷ୍ମ ରେ ଏଠି କୁହୁଡି ପଡୁଛି
ଶ୍ରାବଣେ ବରଷେ ନିଆଁ ।
ଜ୍ଞାନର ପୁସ୍ତକ ରାସ୍ତା କଡେ ଆଜି
ଜୋତା କାଚ ମହଲରେ ଥୁଆ ।

ଅପାଠୁଆ ଯେତେ ରାଜନୀତିରେ,
ପାଠୁଆ ବିଦେଶ ମୁହାଁ ।
ଅର୍ଦ୍ଧ ପାଠୁଆଏ ଦାଦନ ଗଲେଣି,
ଏବେ ଦେଶକୁ ଦଇବ ସାହା ।

ରାଜରାସ୍ତାରେ ତ ଖେଳନ୍ତି ଶିକ୍ଷକ,
ସ୍କୁଲ ପଡିଆରେ ଛୁଆ ।
ଅଙ୍ଗନୱାଡି ଦିଦିଙ୍କ ଧାରଣା ସରୁନି,
ପୋଚିଯାଏ ଅଣ୍ଡା, ଛତୁଆ ।

ବିଦେଶରେ ତ ପାଠ ପଢିବେ,
ନେତା ମନ୍ତ୍ରୀଙ୍କର ଛୁଆ ।
ଦେଶର ଶିକ୍ଷା ବ୍ୟବସ୍ଥା ପାଇଁକି,
ସେ ଧ୍ୟାନ ଦେବେ ଅବା କିଆଁ ।

କୁଜିନେତା ସବୁ ଆବାସ ପାଇଲେ,
ଗରିବଙ୍କୁ ନାହିଁ ରାହା ।
ଚାରି ଚକିଆ ବାଲା ରାସନ ପାଉଛି,
ଦିନମଜୁରିଆଙ୍କ ନାହିଁ ନାଆ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top