ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ତୁମେ ହିଁ ବାଳିକାକୁ
ନାରୀ ବନାଅ,
ପ୍ରକୃତିର ସ୍ନିଗ୍ଧ ସିଞ୍ଚି
ଆସ୍ତେ ଆସ୍ତେ କରି ।
ତୁମେ ହିଁ
ବନିଯାଅ ସୌନ୍ଦର୍ଯ୍ୟର ମାପକାଠି
ଆକର୍ଷଣର କେନ୍ଦ୍ରବିନ୍ଦୁ ।
ତୁମ ଅଞ୍ଚଳ ତଳେ
ଲୀନ ହୁଏ, କେବେ
କାହାର ପ୍ରକୃତ ସ୍ୱରୂପ
ମନର ସୁନ୍ଦରତା ଆଉ ବାକି ଅଙ୍ଗର କୋମଳତା ।
କେବଳ ତୁମରି ପାଇଁ
ବେଳେ ବେଳେ ପୁରା ଦେହ
ହୁଏ ପାଶବିକତାର ଶିକାର ।
ତୁମେ କିନ୍ତୁ,
ଜୀବନର ଧାରା
ଯାହା ବରଷା ଏ
ଅମୃତ ପିଆଲା,
ଭରି ଦେଇ ଜୀବନ ପ୍ରତିଟି କୋଷରେ
ପାରି କରେ ଶୈଶବର ନାଆ ।
ତୁମେ କିନ୍ତୁ
ରୋଗାକ୍ରାନ୍ତ ହେଲେ,
ହଜିଯାଏ ଜୀବନ ପରିଧିର ମାନ,
ନିଜର ପରିଚୟ ।
ଖିନଭିନ ହୁଅ
କେମୋର ତୀକ୍ଷ୍ଣ ରଶ୍ମି ତଳେ,
କେଉଁଠି ବଳି ପଡ଼
ଜୀବନ ବଞ୍ଚାଇବା ପାଇଁ ।

Ajit
March 13, 2018 at 5:32 am
ଅଦ୍ଭୂତ ପରିକଳ୍ପନା, ସରଳ ଏବଂ ବ୍ୟାବହାରିକ ବ୍ୟାଖ୍ୟାର ଏ’ କବିତାଟି, ଏକ ଭିର୍ନତା ଶ୍ବର! ଆପଣଙ୍କ ଏ’ ସୁନ୍ଦର ରଚନାଟି, ହଜାର-ହଜାର ମାଇଲ୍ ର ଦୁରତା କୁ ପାରିକରି, ଆମ ପାଖରେ ପହନ୍ଚିଚି; ମନକୁ ଛୁଈଂଚି. ସେଥିପାଇଁ, ଅନେକ ସୁଭଛା!
ଅଜିତ
ଫ୍ଲୋରୀଡା,ଅମେରିକା.
Minati pradhan
March 20, 2018 at 8:03 pm
Thanks
Binay Mohapatra
March 9, 2018 at 6:27 pm
ଖୁବ୍ ସୁନ୍ଦର ରଚନା
Minati pradhan
March 13, 2018 at 7:27 pm
Thank you.
Manoj
February 28, 2018 at 3:33 pm
Nice mam.