ବନ୍ଧୁତ୍ୱର ବୀଣାରେ
ଭାବେ ତୋଳିଦେବି ପ୍ରେମର ସଙ୍ଗୀତ
ହେଲେ ଶରୀରେ ଖେଳିଯାଏ
ଭୟର ଶିହରଣ,
କାଳେ ଅହେତୁକ ଭାବନାର ଅନ୍ତରାଳେ
ଭାଙ୍ଗି ନୀଡ଼ ବନ୍ଧୁତ୍ୱର
ଧୃଷ୍ଟତା କରି ବସିଚି ମୁଁ
କରି ପ୍ରେମ ନିବେଦନ ।
ମୋ ଅହେତୁରେ
ସାଜିଲ ବାନ୍ଧବୀରୁ ପ୍ରେମିକା
ହେଲେ ଜାଣିବନି କେବେ ବୋଧ
ମୋ ହୃଦେ ଜାଗୃତ
ପ୍ରେମ ଆନ୍ଦୋଳନ,
କିନ୍ତୁ ସେଦିନକୁ କରିଛି ଅପେକ୍ଷା
ଯେବେ ତୁମ ଇଂଗୀତ, ସାଜି ପ୍ରେମ ବାର୍ତ୍ତାବହ
ଅଚିରେ ଭରିଦେବ
ଆମ ଦୁହିଁଙ୍କ ଜୀବନେ ଚିର ଫଗୁଣ ।
