କବିତା

ହେ ବିଜ୍ଞାନୀ, ଘେନ କୋଟି ସଲାମୀ

Himanshu Bhushan Jena's odia poem Hey Bigyaanee, Ghen Koti Salaam

କଳାଗର୍ତ୍ତର ଅନୁସନ୍ଧାନ
ସନ୍ଧାନୀ ମନ ଖୋଜିଛି ବିଜ୍ଞାନର ଚେତନା
କେବେ ପରାଜିତ କରିପାରିଛି କି ତୁମ ଅଦମ୍ୟ ଇଚ୍ଛାଶକ୍ତିକୁ
ଏ କ୍ଷୀଣ ଶରୀର !

ହେ ବିଜ୍ଞାନୀ, ଘେନ କୋଟି ସଲାମୀ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ହେ ଦିବ୍ୟଦ୍ରଷ୍ଟା, ଯୁଗସ୍ରଷ୍ଟା, ମହାବିଜ୍ଞାନୀ ଷ୍ଟିଫେନ୍
ଘେନ ଆମ କୋଟି ସଲାମୀ
ଆଯୁବା ରୋଗଗ୍ରସ୍ତ ତୁମ ଶରୀର
ବିଜ୍ଞାନୀ ପ୍ରବୃତ୍ତିର ପ୍ରୟୋଗଶାଳା ତୁମ ଜୀବନ ଯୌବନ
ଗବେଷଣାରେ ଆଜୀବନ ନିମଗ୍ନ କରି କେତେ ଯେ ଉପହାର
ଦେଇଛ ଏ ମାନବ ଜାତିକୁ
ତିଳତିଳ କରି ଦଗ୍ଧ ହେବା ପର୍ଯ୍ୟନ୍ତ ତୁମ ଶରୀର
ଦିବ୍ୟାଙ୍ଗକୁ ଦେଇଛି ଆକାଶ ଛୁଇଁବାର ମହତାକାଂକ୍ଷା
ସୃଷ୍ଟିର ରହସ୍ୟ ଖୋଜିବାକୁ କରିଛ
କଳାଗର୍ତ୍ତର ଅନୁସନ୍ଧାନ
ସନ୍ଧାନୀ ମନ ଖୋଜିଛି ବିଜ୍ଞାନର ଚେତନା
କେବେ ପରାଜିତ କରିପାରିଛି କି ତୁମ ଅଦମ୍ୟ ଇଚ୍ଛାଶକ୍ତିକୁ
ଏ କ୍ଷୀଣ ଶରୀର !

କୃତଘ୍ନ ନୁହେଁ ଏ ମାନବଜାତି
କୋଟି କୋଟି ସଲାମ ଜଣାଏ ମଥାପାତି
ପାଉ ଏ ଆତ୍ମା ମହାଗତି
ହେଉ ବିଜ୍ଞାନର ଜୟ
ହେଉ ବିଜ୍ଞାନୀର ଜୟ !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top