କେଉଁ ବାଟେ ଆସିଥିଲା ସେ
ମୁଁ ଆଜିବି ଜାଣେନା,
ପ୍ରଥମେ ସ୍ୱପ୍ନରେ
ନା ଭାବନାରେ
ଦିନରେ ନା ଜହ୍ନରାତିରେ,
ଯାହା ବି ହେଉ, ଯେମିତି ବି ହେଉ
ଆସିଥିଲା ତ !
କେମିତି ବା ପୋଛିଦେବି
ଫେରିବାର ବାଟ ତାକୁ ଦେଖାଇ ଦେବି
ହୃଦୟରୁ ମୋର,
ଭଲ ହେଉ ଅବା ମନ୍ଦଟିଏ
ମୋ ସ୍ମୃତିର ଆଲବମ୍ରେ
ଏବେ ସେ ଚିତ୍ରଟିଏ ।
