କବିତା

ରକ୍ତନଦୀର ସୁଅ

Surendra Kumar Behera's odia poem Raktanadira Sua

ଇଏ କେଉଁ ପବିତ୍ର ଭୂଇଁ ?
ଯେ ସତୀ ସାଧ୍ୱୀ ସୀତାଙ୍କୁ
ଲୋକାପବାଦ ଆଉ ରାଜଧର୍ମର
ହାୟରେ. . . ବାରବାର,
କରିବାକୁ ପଡ଼େ ଉଦଗ୍ର ଅଗ୍ନିସ୍ନାନ ।।

ରକ୍ତନଦୀର ସୁଅ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଇଏ କେଉଁ ପବିତ୍ର ଭୂଇଁ ?
ଯେ ନାରୀକୁ,
ସିଂହାସନ ମୋହରେ ଉଲଙ୍ଗ କରି
ସଜାଇ ଦିଆଯାଏ ମହାମାୟା,
ଶକ୍ତି ସ୍ୱରୂପିଣୀ ଦୁର୍ଗତିନାଶିନୀ ଦୁର୍ଗା ।

ଇଏ କେଉଁ ପବିତ୍ର ଭୂଇଁ ?
ଯେ ସତୀ ସାଧ୍ୱୀ ସୀତାଙ୍କୁ
ଲୋକାପବାଦ ଆଉ ରାଜଧର୍ମର
ହାୟରେ. . . ବାରବାର,
କରିବାକୁ ପଡ଼େ ଉଦଗ୍ର ଅଗ୍ନିସ୍ନାନ ।।

ଇଏ କେଉଁ ପବିତ୍ର ଭୂଇଁ ?
ଯେ କୈବର୍ତ୍ତ କନ୍ୟାର
ଶ୍ରୀଅଙ୍ଗରେ ପାପର କଳଙ୍କ ବୋଳି
ରୂପାୟିତ କରି ଦିଆଯାଏ. . .
ମତ୍ସ୍ୟଗନ୍ଧାରୁ ଯୋଜନଗନ୍ଧା,
ଆଉ ଆର୍ଯ୍ୟତ୍ୱର ଗର୍ବ ଗରିମାରେ
ବଂଶରକ୍ଷା ପାଇଁ, ଭାଇବୋହୂର
ଦେହାଙ୍ଗନରେ ଦେଢ଼ଶୁରର
ବୀଜଲିପି, ଲେଖି ଦିଆଯାଏ. . .
ମହାପୁରାଣ. . . ମହାଭାରତ !
ପୁଣି କୁଳବଧୂ, ଦ୍ରୌପଦୀକୁ
ବିବସନା କରି, ରଚି ଦିଆଯାଏ
ନରସଂହାରର ମହାଭାରତ ଯୁଦ୍ଧ ।

ଇଏ ସେହି ପବିତ୍ର ପଲ୍ଲୀ, ପିପିଲି
ଆଉ ଦିଲ୍ଲୀ, ଯେଉଁଠି. . .
ଆର୍ଯ୍ୟତ୍ୱର ଚକ୍ରବୂ୍ୟହ ରଚି
କାମୁକ ପ୍ରବର ରଥୀ, ମହାରଥୀମାନେ
ସ୍ପଷ୍ଟ ଦିବାଲୋକେ,
ଧର୍ଷଣ ଆଉ ବଳାତ୍କାରର
ଗଦା ଗାଣ୍ଡିବ ଧରି ଚାଟି ଦିଅନ୍ତି,
ଶତସହସ୍ର ବେବିନା, ଦାମିନୀ ଭଳି
ଅବଳା ଦୁର୍ବଳା ଆଉ ନିରୀହା
ଦୁଲାଳୀଙ୍କ ଦେହ ଦେଉଳରୁ
ଦୁର୍ଲ୍ଲଭ ଜୀବନ, ବୁହାଇ ଦିଅନ୍ତି
ଏ ପବିତ୍ର ଭୂଇଁରେ. . .
ନାରୀ-ରକ୍ତ ନଦୀର ସୁଅ !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top