ଜୀବନକୁ ଜିତିବା ବାଜିଟା
ପରାଜିତ ହେଲାପରେ..
ସ୍ୱପ୍ନସବୁ ବିଭାଜିତ ଅସଂଖ୍ୟ ଭାଗରେ !
ତେବେ ବି ସେ ନୃଶଂସ ଆଖି ଖୋଜେ
କିଛି ଦୁର୍ବଳ ଅଂଶ ପୁଣି ଯୋଉଠୁ କଣା କରି
ପହଂଚିହେବ ହୃଦୟରେ !
ସେଇଠୁ ଆରଂଭହେବ ଅତୀତର ଧାରା !
ମଣିଷ ପାଲଟିଯିବ ଛେଳି..
ସମର୍ପିଦେବ ବେକକୁ..
ଚାପଡରେ କାଟିବାକୁ ନହେଲେ
ମାଳା କରି ବେକରେ ଲମ୍ବେଇବାକୁ ।
ଜାଣିନ ବୋଧେ, ଛେଳି ଆଜିକାଲି
ଜଙ୍ଗଲରେ ବାଘ ପାଲଟିଛି !
ଶିକାରୀକୁ ପରାଜିତ କରିବାକୁ
ତା ପଞ୍ଝାକୁ ଶକ୍ତ କରିଛି !
ତାକୁ ବି ନିଜ ସୁରକ୍ଷା ନିଜେ କରିବାକୁ ହେବ ।
ମଥା ଉପର ଆକାଶରେ
ଘଡଘଡି ପରି ଚମକାଇ ଦେବାକୁ ହେବ
ଅବା ଭୂମିକମ୍ପ ହୋଇ ପାଦତଳୁ
ମାଟି ଘୋଷାରି ନେବାକୁ ପଡିବ !
କହିବାକୁ ହେବ ଛେଳିମାନେ ବି
ରୋକିପାରନ୍ତି କଂସେଇ ହାତକୁ ।
ଖାଲି କିଛି ସମୟ ବାକି !
ପାଣିର ସ୍ରୋତରେ ଭଉଁରି ପଡିବାକୁ
ବେଶୀ ଡେରି ନାହିଁ !
