ଆସୁନି ନିଦ ଆଖିକୁ ତୁମର
ଆସୁନି ମୋ ଆଖିକୁ ନିଦ ତ ଟିକିଏ
ମୋ ପାଇଁ ଅପେକ୍ଷା କରିକି ରହିଛ
ତୁମର ସୁନ୍ଦର ନରମ ଶରୀର
ଛୁଉଁଥିବ ମୋତେ
ତୁମ ଦେହରେ ଏତେ ଶିହରଣ
ରୋମାଞ୍ଚ ମୋ ପାଇଁ ଆଣିବ
ପର୍ବତରୁ ବଡ ।
ପ୍ରିୟା ମୋର
ତୁମର ବାହୁ ଅପେକ୍ଷା କରିକି ରହିଛି
ଅଧର ତୁମ ପ୍ରତୀକ୍ଷା କରିକି ରହିଛି
ତୁମ ଓଠର ମଧୁରେ
ନିଜକୁ ମୁଁ ଭୁଲିଯାଏ
ମଧୁପାନ କରି ଚାଲୁଥାଏ ।
ତୁମର ନରମ ଅଧର
ମନକୁ ଧରିକି ରଖିଛି
ରୋମାଞ୍ଚ ଭରି ତ ରହିଛି
ନିଜକୁ ମୁଁ ଭୁଲିଯାଏ
ତୁମ ଓଠ ପରଶରେ ।
ତୁମର ନରମ ବାହୁ
ଆଲିଙ୍ଗନ ମୋତେ କରୁଥାଏ
ମିଶିଯାଅ ତୁମେ ମୋର ଦେହରେ
ଏକ ଲତା ଭଳି
ତୁମ ରୋମାଞ୍ଚକୁ
ଚୋରାଇ ମୁଁ ନିଏ ।
