ବର୍ଷା ଆକାଶର ଇନ୍ଦ୍ରଧନୁ ତୁମେ
ଶୀତୁଆ ସକାଳ ଖରା
ସୃଷ୍ଟି ସଂଗୀତର ମୂର୍ଚ୍ଛନା ତୁମେ
ପ୍ରୀତି ରାଗିଣୀର ଧାରା ।୧।
ଇନ୍ଦ୍ର ରାଇଜର ପାରିଜାତ ତୁମେ
ଭାବନା ରାଇମଜ ଉଭା
ଘୋର ଅରଣୟର ନିର୍ଝରିଣୀ ତୁମେ
ଗୋଧୂଳି ସଞ୍ଚର ଶୋଭା ।୨।
ପ୍ରଥମ ପ୍ରେମର ଅନୁଭୂତି ତୁମେ
ଲକ୍ଷେ ବୈଶାଖର ତୃଷ୍ନା
କୁଆଁରୀ ମନର ଶେଷ ଇଚ୍ଛା ତୁମେ
ଶରତ ଜହ୍ନର ଜ୍ୟୋତ୍ସ୍ନା ।୩।
କାଉଁରୀ ବିଦ୍ୟାର ସମ୍ମୋହନ ତୁମେ
ପାହାନ୍ତି ଆକାଶ ତାରା
ଖୋଜି ଖୋଜି ମନ ଥକିଯାଏ ସିନା
କେବେବି ନ ଦିଅ ଧରା ।୪।
