କବିତା

ହୁସିଆର୍

Dibakar Sahoo's odia poem Husiaar

ବନ୍ୟା, ମରୁଡ଼ି, ବତାଶ ହୋଇଲେ
ବଞ୍ଚେ ଚାଷୀ ଘାତ ପ୍ରତିଘାତେ
ମେ’ ମାସେ ତାଙ୍କ ଫଳିଲେ ଫସଲ
ହିସାବ କାହିଁକି ତମ ହାତେ ?

ହୁସିଆର୍
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

କୈଫିୟତ ଦିଅ ସରକାର
କୃଷକ ମାଗିଲେ ନିଜର ହକ୍
ପ୍ରତିକାର ନା କାରାଗାର
ବନ୍ୟା, ମରୁଡ଼ି, ବତାଶ ହୋଇଲେ
ବଞ୍ଚେ ଚାଷୀ ଘାତ ପ୍ରତିଘାତେ
ମେ’ ମାସେ ତାଙ୍କ ଫଳିଲେ ଫସଲ
ହିସାବ କାହିଁକି ତମ ହାତେ ?
କୃଷି କର୍ମଣ ପୁରସ୍କାର
ପାଇଁ ବଢ଼ାଉଛ ପତିଆର

ଦଲାଲ୍ ନେଉଛି ଚାଷୀ ଧାନ ଅଧେ
ଶୋଷିତ ଚିନ୍ତା ତା’ ପରିବାର
ଅକୁରିତ ହେଲେ ଚାଷୀ ସଂଗଠନ
କର କାହିଁ ତାଙ୍କୁ ବାଟବଣା
କୃଷକ ପାଇଁ କୁମ୍ଭୀର କାନ୍ଦଣା
ବାଟଘାଟେ ପଡ଼ିଯାଏ ଜଣା
ଲଗାଇ ପୁଲିସ କଳବଳ
ବାନ୍ଧି ନିଅ ଚାଷୀ ଦଳଦଳ
ବନ୍ଧୁକ ଲାଠିରେ ନେବାକୁ ଭାବିଛ

ଚାଷୀର ମୌଳିକ ଅଧିକାର
ଜାଣିଥା’ ଘାତ ଭୋଟ ଅଟଇ
ଖଟିଖିଆର ବଡ଼ପଣ ।
ମୁରଖ ଭାବିକି ହଳଉଛ ହଳ
ସେମାନଙ୍କୁ ତମେ କେତେଜଣ ?
ବ୍ରିଟିଶଙ୍କଠାରୁ ଗଲ ବଳି
ଚାଷୀଙ୍କୁ କ୍ଷେତରେ ଦେଇ ବଳୀ ।
ଆଗାମୀ ସମୟ ଖଟିଖିଆର
ହୁସିଆର ଥାଅ. . . ହୁସିଆର. . . !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top