ଘାଟିଆ ପରି ସେ କରୁଛି ଘଟ କର୍ମ ବିବାହ ଘଟୁଅଛି ତା'ର ଇଙ୍ଗିତେ ଘଟଣାର ପ୍ରବାହ ।। ଉଣା କରି ମାୟା ଜଞ୍ଜାଳ ଭଣ୍ଡି ଉନ୍ମୁକ୍ତ ଭାବ ଉପାୟ ଖୋଜିଲେ...
କାମନା ବାସନା ନ ଥିଲା ଏବେ ଗଲାଣି ନାଶ ଲୋଭ ମୋହ ମାୟା ଛଳନା ଛାଡ଼ି ଗଲେଣି ପାଶ ।।
ମୁଖେ ଦିଅ ସଦା ସେନେହ ଶରଧା ହରଷ ବିନୟ ଶାଳୀନତା ଖଚ ମିଛ ଅରି ପରିତ୍ୟାଗ କରି ଶୁଣୁଥାଉ କାନ ହିତ କଥା ।।
ସୁଖ ଆସ ତମେ ଅତିକ୍ରମି ବନପଥ ଆଶା ବୈତରଣୀରେ ପୂରିଯାଏ ଶୁଷ୍କ ତଟ।
ଆମେ ଖଟିଖିଆ ଜାତି କେତେ କାଳ ଆଉ କାକୁତି କରିବୁ କାକର ହାତ ପାତି ?
ନିଃଶ୍ବାସ ପ୍ରଶ୍ୱାସେ ରହିଥାଏ ଆମ ସଂଗତରେ ବୃକ୍ଷ ବିନା ଚାଲିପାରିବ କେ ଜୀବ ଜଗତରେ ।।
ପୂଜ୍ୟ ପବିତ୍ର କୁମାର ଭାଇ ! ନୀଳ ଆକାଶରେ ତମେ ଧ୍ରୁବ ପ୍ରହଲ୍ଲାଦ ଜ୍ଞାନୀ ଗୁଣି ସାଧୁ ସନ୍ଥଙ୍କ ମଧ୍ୟରେ ତମ ଆତ୍ମା ଗଉରବ ।।
ହୋଇଗଲାଣି ଅତି କରିବାକୁ ଇତି ଗଣତନ୍ତ୍ରୁ ବ୍ୟଭିଚାର ନରେନ୍ଦ୍ର ମୋଦିଙ୍କୁ ସମର୍ଥନ ଦେଇ କର ଏବେ ପ୍ରତିକାର ।
ଛାଞ୍ଚୁଣିରେ - ଏଘର ପାଇଁ ମୁଁ ଦିନରାତି ହେଇ ଖଟେ କେତେ ସୁଖ ଦୁଃଖ ହାନିଲାଭ ଏଠି ଘରେ ଏଇ ଘର ପାଇଁ ସେନେହ ଦେଇ କେତେ ଲହୁ ଲୁହ...
ସେ ସାହୁକାର ବଡ଼ ଚତୁର ଝଡ଼ାଇ ନିଏ କିଛି ବଜାର ଦର କରେ ଅସ୍ଥିର ଜୀବନ ତା'ର ଛି ଛି ।
ଚଡ଼କେ ଚମକି ନ ଯାଇ ତା’ ପରି କିଏ ଧାରା ଶିରାବଣେ ଭିଜାଇ ଭିଜାଇ ଦେହ । ଗହୀର ପାଟରେ ପଖାଳ ତୋରାଣି ପିଏ ଜୀବିକାପାଇଁ ଜୀବନକୁ ମଣି ହେୟ...
ଆମେସବୁ ଚାଷୀ ଚାଷ ତ ମୂଳ ତମରି ପେଟ ପାଇଁ ଆମେ ଖଟୁଥିଲେ ଆଣ୍ଠେଇ ପେଟେଇ ତମେ ଖୋଜୁଅଛ ଛାଇ ।।
ତମେ ବସାଇବ କାରଖାନା ବୋଲି ଆମେ ହେଉ ବାସହରା ଆମ ଗାଁ ମାଟି ତା' ପାଣି ପବନ ଶସ୍ୟ ଶ୍ୟାମଳା ଧରା ।
ବନ୍ୟା, ମରୁଡ଼ି, ବତାଶ ହୋଇଲେ ବଞ୍ଚେ ଚାଷୀ ଘାତ ପ୍ରତିଘାତେ ମେ' ମାସେ ତାଙ୍କ ଫଳିଲେ ଫସଲ ହିସାବ କାହିଁକି ତମ ହାତେ ?
ନିଦୁଆ ନିଦୁଆ ଆଖିରେ ବିଛଣା ଛାଡ଼ି ମାର୍ଗଶୀର ପୁଷ ନିଶାନ୍ତେ ପଡ଼ି ଉଠି । ବହଳ ଅନ୍ଧାରେ ବିଷମ ପଥ ମାଡ଼ି ନିର୍ଭୟେ ଯାଏ ସେ କର୍ମକ୍ଷେତ୍ରକୁ ଛୁଟି ।।
ହସ ବାଣ୍ଟୁଥିଲେ ସରେ ନାହିଁ ହସ ଆକାଶର ତାରା ପରି, ଚେନା ଚେନା ହସ ମନ ମୋହିନିଏ ଆତ୍ମୀୟତା ଯାଏ ଭରି ।।
ଆମ ଦେଶ ଚାହେଁ ଶାନ୍ତି ଓ ସଂହତି ଜଗତ କଲ୍ୟାଣ ପାଇଁରେ । ଫରଫର ଉଡ଼େ ତ୍ରିରଙ୍ଗା ଆମରି ମା'ର ପଣତ ପରି ।
ସାର ଅଉଷଧ କିରୋସିନ ସହ ଡିଜେଲ ହେଲାଣି କେତେ ମହଙ୍ଗା ଚାଷୀ ଧାନ ହୁଏ ଅଭାବି ବିକ୍ରି ବେକରେ ତାହାର ଲାଗିଛି ପଘା ।
କରମ ଫଳ ନିୟତି ହାତେ ବନ୍ଧା କି ହେବ ସାରା ବରଷ କଲେ ଫନ୍ଦା ।।
ପଢ଼ିବା ପାଠ ଲଗାଇ ମନ ନ କରି ବହି ଅପରିଚ୍ଛନ୍ନ କରିବେ ସ୍ନେହ ସପରିଜନ ଗୁରୁଜୀ ଗୁରୁମା କହିବେ ଧନ ବଢ଼ିଆ ପିଲା ରଖିବ ଦେଶ ନାଁ ।।
ଗୁରୁ ଗୁରୁଜନ ପଦେ ଭକତି ଦେଶ ସେବା ପାଇଁ ଦିଅ ଶକତି ।
ବଇଶାଖର ଦି'ପ୍ରହର ଖରା ନୁହେଁ ସେ ସତେ ଜହର ।।
ଆସିଲା ଦାରୁଣ କାଳବଢ଼ି ଶ୍ୟାମଳ କ୍ଷେତରେ ଗଲା ଚଢ଼ି । ବରଷଟା ତା'ର ହୋଇଲା ବେକାର ଦୁଃଖ ଦୁର୍ଦ୍ଦିନରେ ସଢ଼ି ସଢ଼ି ।।
ହିସାବ କରି ଦେଖିଛୁ । କେବଳ ସରଳ ବିଶ୍ୱାସ ଯାହା ମଣିଷ ଉପରେ ରଖିଛୁ ।
କୃଷକର ଧାନ ଊଣାକର ଦର ରୋକିବାକୁ ସିନା ମୁଦ୍ରାସ୍ଫୀତି କହିକି ପାରିବ ଗୋଟିଏ ଶସ୍ୟରେ ରହିଅଛି କେତେ ମେହନତୀ ।
ଡାହା ମିଛ ଏହା ଚାଷୀ ମରୁନି କେବେ ବିରୋଧୀଙ୍କ ବିଧିବଦ୍ଧ ଚାଲବାଜି । ଚାଷୀ ମରୁଥିଲେ ଓଡ଼ିଶା କିପରି ତେବେ କୃଷି କର୍ମଣ ପୁରସ୍କାର ପାଏ ଆଜି ।।
ବାହା ସରିଗଲେ ବେଦୀ ମୁହଁ ପୋଡ଼ା ନୀତି ଏବେ ନେତା ଛାଡ଼ । ଆପଣା ଶିଙ୍ଗରେ ମାଟି ତାଡୁ ଚଷା ଦୃଢ଼ କର ବନ୍ଧ ବାଡ଼ ।
ଜେଜ ହେ ଜେଜ କୁଆଡ଼େ ଯାଅ ନେବକି ମୋତେ ସାଥେ, ତମ ସହ ମୁଁ ବୁଲନ୍ତି ଗ୍ରାମ ସହର ବନ ପ୍ରାନ୍ତେ ।।
ତୋ ପୁତ୍ର ବୀର ସାମନ୍ତ ଧୈର୍ଯ୍ୟ ବଳ ଅପ୍ରମିତ ସ୍ୱାଭିମାନ ରକ୍ଷା ପାଇଁ କରିଛି ପଣ ସିଆଚୀନ ତୁଷାରରେ କାରଗିଲ ସୀମାନ୍ତରେ ଶତ୍ରୁ ସହ ଲଢ଼ି ଦର୍ପ କରନ୍ତି ଚୂର୍ଣ୍ଣ...
ମୂଲିଆ ମଜୁରି ବଢ଼ିଲାଣି କେତେ କାହିଁ ମାଗିଲେଣି ମଦ ପାଣି କର୍ମେ ନିଷ୍ଠା ନାହିଁ ।।
ବାଟକୁ ସୁନ୍ଦର କୁନି କୁନି ପିଲା ପାଠପଢି ଯାଉଥିଲେ କାନ୍ଧରେ ବସ୍ତାନି ହାତେ ଧରି ଛତା ଚଗଲା ଟିକିଏ ହେଲେ ।।
ଅଗୋଚରେ ତମେ କରିଛ ମହାମେଣ୍ଟ ପାଇବାକୁ ସିନା ସୁଲଭ ମୂଲ୍ୟେ ଦାନା । ବାରମାସ ପୂରି ନ ପୂରଇ ମୋର ପେଟ କଷ୍ଟେ ପିନ୍ଧଇ ସାତସିଆଁ ଛିଣ୍ଡା କନା ।।
ଝୁପୁରୁ ଝୁପୁରୁ ବରଷା ଝରେ ବାଦଲ ଛାତି ଚିରି । ପୂବେଇ କୋଣୁ ଶୀତଳ ବାଆ ବହୁଛି ଶିରି ଶିରି ।।
ସେହି ମୋ ମା' ସାନବେଳୁ ମୋତେ ହୋଇଛି ସାହା ପଡ଼ିଗଲେ ତଳେ କାଖେଇ କୋଳେଇ ଝାଡ଼ିଝୁଡ଼ି ଦେଇ କହିଛି ଆହା ।।
ଆପଣଙ୍କ ମତାମତ