କେତେବେଳେ ପ୍ରେମିକାର ପ୍ରେମମୟ ସ୍ପର୍ଶ
ତ କେତେବେଳେ ବିଷମ ଝଡ଼,
କେତେବେଳେ ସାଗରର ଲୁଣି ପାଣି
ତ କେତେବେଳେ ନିର୍ଝରିଣୀର ମଧୁର ଜଳ । ।
ଦୁଖୀ ଟିଏ ପାଇଁ ବର୍ଷା ଘରଭଙ୍ଗା
ସୁଖୀ ଟିଏ ପାଇଁ କପେ ଚାହା ଓ ଗରମ ପକୁଡିର ଆସର,
ପ୍ରେମିକ ପ୍ରେମିକା ପାଇଁ ଖାଲି ସ୍ୱପ୍ନର ଆଞ୍ଜୁଳା । ।
କେବେ ସିଏ ଆଖିର ଅଶ୍ରୁ ଓ ମନର ବେଦନା ଲୁଚାଏ,
ତ କେବେ ସେଇ ମନରେ ଖୁସି ଭରିଦିଏ,
ତୃଷ୍ଣା ମେଣ୍ଟାଇ ଥାଏ । ।
ଚାତକ ଚାହିଁ ରହିଥାଏ
ପିଇବ ବରଷା ପାଣି,
ଚାଷୀ ଚାହିଁ ଥାଏ ଖେତ ହସି ଉଠିବ ଜାଣି । ।
ବର୍ଷା ର ପରିଭାଷା ସିଏ ହିଁ ବୁଝେ,
ଯିଏ ମନ ହୃଦୟ ଖୋଲି ବର୍ଷାରେ ଭିଜେ । ।
