ବିଦ୍ୟାଳୟ ଅଟେ ଜ୍ଞାନର ମନ୍ଦିର
ଘର ତା’ର ପରା ଗ୍ରାମ କି ସହର ।
ଶିକ୍ଷାର୍ଥୀ ମାନଙ୍କୁ ଗଢ଼ି ତୋଳେ ସିଏ
ଜୀବନ ବଞ୍ଚିବା ରାହାଟି ଦେଖାଏ ।
ଶାନ୍ତି, ମୈତ୍ରୀ ବାର୍ତ୍ତା ମନେ ଦିଏ ବୁଣି
ସବୁରି ମନକୁ ନେଇଥାଏ କିଣି ।
ଦିଅଁ ରୂପେ ସେଠି ଥାଆନ୍ତି, ଯେ ଗୁରୁ
ଆମେ ତାଙ୍କ ନୀତି ଆଦର୍ଶକୁ ଝୁରୁ ।
ତାଙ୍କ ଆଶିଷରେ ଶିଶୁ ହୁଏ ବଡ଼
ବଡ଼ ହୋଇ ଜିତେ କେତେ କେତେ ଗଡ଼ ।
ଜୀବନ ଜିଇଁବା କୌଶଳ ଶିଖାନ୍ତି
ଅଜ୍ଞାନ ଅନ୍ଧାର ହରି ସେ ନିଅନ୍ତି ।
ଆମ ଗୁରୁ ଆଉ ଆମ ବିଦ୍ୟାଳୟ
କରିଥାନ୍ତି ଜ୍ଞାନ ସୂର୍ଯ୍ୟକୁ ଉଦୟ ।