କେବେ ଲୁହ ଭରା
କେବେ ହସ ଭରା
କେବେ ଲାଗେ ସତେ କି ସପନ ।।
କେବେ ଅନ୍ଧକାର
କେବେ ଆଲୋକିତ
କେବେ ବହିଯାଏ ଅଦିନିଆ ପବନ ।।
କେବେ ହୁଏ ଶୀତ
କେବେ ତ ବୈଶାଖ
ଆସେ କେବେ ପୁଣି ଶ୍ରାବଣ ।।
କେବେ ପୂର୍ଣ୍ଣୀମା
ପୁଣି କେବେ ଅମାବାସ୍ୟା
କେବେ ହୁଏ ଚନ୍ଦ୍ର ଗ୍ରହଣ ।।
ଦୁଃଖ ଆସିଲେ କେବେ
ଭାଙ୍ଗିଯାଏ କାହା ମନ
କିଏ ପୁଣି ହାରିଦିଏ ଜୀବନ ।।
କେବେ ପୁଣି ସୁଖ
ଅସୁମାରୀ ହୁଏ
ପୂରା ହୋଇଥାଏ ଅକୁହା ସପନ ।।
ଅନାହାରେ ଏଠି
କେତେ ଜୀବନ କଟେ
ଅଶାନ୍ତିରେ ଘାଣ୍ଟି ହୁଏ କେତେ ଯେ ପ୍ରାଣ ।।
ରାତି ପରେ ଦିନ
ଦିନ ପରେ ରାତି
ଏହି ତ ସୃଷ୍ଟିର ଲିଖନ ।।
ଦୁଃଖ ପରେ ସୁଖ
ସୁଖ ପରେ ଦୁଃଖ
ଏହାର ମାନେ ହିଁ ଜୀବନ ।।
