ସାହିତ୍ୟ ଖବର

ସୃଜନଶୀଳତାର ପୃଥକ୍ ହସ୍ତାକ୍ଷର – ‘ପ୍ରତିବେଶୀ’ ପ୍ରକାଶିତ

Sanatan Mahakud's literature news Srujanasheelatara Pruthak Hastakshyaara - Pratibeshi prakashita

ପାଠକ-ପାଠିକାଙ୍କ ପାଇଁ ନିଶ୍ଚିତ ଏହା ଏକ ସଂଗ୍ରହଣୀୟ ସଂଖ୍ୟା ।

ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

କଲିକତା (୨୮/୧୨): ପଶ୍ଚିମବଙ୍ଗର କଲିକତା ମହାନଗରୀରୁ ଉତ୍କଳ ଶିକ୍ଷା ସଂସଦ ଦ୍ଵାରା ୪୨ ବର୍ଷ ଧରି ପ୍ରକାଶ ପାଇଆସୁଥିବା ସୃଜନଶୀଳତାର ପୃଥକ୍ ହସ୍ତାକ୍ଷର – ପ୍ରତିଷ୍ଠିତ ଓ ସମ୍ଭ୍ରାନ୍ତ ଓଡ଼ିଆ ପତ୍ରିକା ‘ପ୍ରତିବେଶୀ’ ୪୫୨ ପୃଷ୍ଠା (ମୂଲ୍ୟ: ୨୦୦/-) ସମ୍ବଳିତ ଏବର୍ଷ ପୂଜାସଂଖ୍ୟା ପତ୍ରିକା ମାନଙ୍କ ମଧ୍ୟରେ ଏକ ବିସ୍ଫୋରଣ । ପୀତାମ୍ବର ବାରିକଙ୍କ ବଳିଷ୍ଠ ସଂପାଦନା ଏବଂ ଅତୁଲ ବଳଙ୍କ ସୃଜନଶୀଳ ଓ ଅର୍ଥବହ ପ୍ରଚ୍ଛଦ ସହିତ ଶ୍ରୀନିବାସ ଉଦଗାତା, ରାମଚନ୍ଦ୍ର ବେହେରା, ନାରୁ ମହାନ୍ତି, ଦାଶ ବେନହୁର, ବୈଷ୍ଣବ ଚରଣ ସାମଲ, ହରପ୍ରସାଦ ଦାସ, ଫନୀ ମହାନ୍ତି, ନିଖିଳାନନ୍ଦ ପାଣିଗ୍ରାହୀ, ପ୍ରତିଭା ଶତପଥୀ, ବାବାଜୀ ଚରଣ ପଟ୍ଟନାୟକ, ଦେବଦାସ ଛୋଟରାୟ, ଗୁରୁ କଲ୍ୟାଣ ମହାପାତ୍ର, ଶୈଳଜ ରବି, ହୃଷିକେଶ ମଲ୍ଲିକ, ପ୍ରକାଶ କୁମାର ପରିଡ଼ା, ଉଦୟନାଥ ସାହୁ, କଇଳାଶ ପଟ୍ଟନାୟକ, ଅସିତ ମହାନ୍ତି, ଗିରିବାଳା ମହାନ୍ତି, ରଶ୍ମୀ ରାଉଳ, ଗାୟତ୍ରୀ ସରାଫ, ପ୍ରବାସିନୀ ମହାକୁଡ଼, ଗାୟତ୍ରୀବାଳା ପଣ୍ଡା, ବିଭୁ ପାଢ଼ି, ନୀଳାଦ୍ରିଭୂଷଣ ହରିଚନ୍ଦନ, ଅମରେଶ ପଟନାୟକ, ନୃସିଂହ ତ୍ରିପାଠୀ, ଅଧ୍ୟାପକ ବିଶ୍ବ ରଞ୍ଜନ, ରଜନୀକାନ୍ତ ମହାନ୍ତି, କୃପାସାଗର ସାହୁ, ଭୀମ ପୃଷ୍ଟି, ଆଦିକନ୍ଦ ସାହୁ, ଗୈ।ରହରି ଦାସ, ଭାଗ୍ୟଲିପି ମଲ୍ଲ, ଶ୍ରୀଦେବ, ଆଲୋକ କୁମାର ବରାଳ, ଦିଲୀପ କୁମାର ସ୍ୱାଇଁ, ମୃଣାଳ ପ୍ରଭୃତି ବହୁ ବରିଷ୍ଠ ଓ ତରୁଣ ଲେଖକ-ଲେଖିକାଙ୍କର ୧୫ଟି ଉପାଦେୟ ପ୍ରବନ୍ଧ, ୫୦ଟି ଗଳ୍ପ, ଶତାଧିକ କବିତା ସାଙ୍ଗରେ ସୃଜନ ଆଳାପ, ଫିଚର, ଅନୁବାଦ ଓ ପ୍ରତିବେଶୀ ସାହିତ୍ୟ, ଶ୍ରଦ୍ଧାଞ୍ଜଳି, ରମ୍ୟ, ବ୍ୟଙ୍ଗ, ପୁସ୍ତକ ସମୀକ୍ଷା ଆଦିକୁ ନେଇ ସାହିତ୍ୟ କ୍ଷେତ୍ରରେ ଏହି ସଂଖ୍ୟାଟି ଏକ ଲଳିତ ଉଚ୍ଚାରଣ ହୋଇପାରିଛି । ପାଠକ-ପାଠିକାଙ୍କ ପାଇଁ ନିଶ୍ଚିତ ଏହା ଏକ ସଂଗ୍ରହଣୀୟ ସଂଖ୍ୟା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top