କବିତା

ନବ ବର୍ଷ ସଖି ବନ୍ଦନା

Prasanta Kumar Behera's odia poem Naba Barsha Sakhi Bandana

ଆଗୋ ବିଭାସିନୀ
ବିରହିଣୀ ମୃଗାକ୍ଷୀ
ସଖି ମୋର

ତମେ ମନାସିବ
ମୋ ପାଇଁ
ମଧୁ ପ୍ରୀତି ଝର ।

ଆଜିର ଏ ସନ୍ଧ୍ୟା
ଧୀରେ ଯେବେ ମଉଳିବ
ଆସନ୍ତା ପ୍ରଭାତ ପାଇଁ

ତେବେ ଯେବେ
ଏ ରାତି ଲୁଚିଯିବ
ଆସନ୍ତା ଦିବସ ବିଭାରେ ।

ଆଗୋ ବିଭାସିନୀ
ବିରହିଣୀ ମୃଗାକ୍ଷୀ
ସଖି ମୋର

ତମେ ମନାସିବ
ମୋ ପାଇଁ
ମଧୁ ପ୍ରୀତି ଝର ।

ଆଗୋ ସଖି
ତମ ସେଇ ତନୁଶେଯ
ଫୁଲ ଦୋଳାରେ

ଗତ କାଲି ଥିଲା
ଆମ ପ୍ରେମ ସିନା
ପ୍ରେମ ପାଇଁ ଅଧୁରା ।

ଆସନ୍ତା କାଲି
ଆମେ ଭରିଦେବା
ପ୍ରୀତି ରତି ଅବିର

ଆଙ୍କି ଦେବା
ଦେହ ଅଙ୍ଗନରେ
ଠୋପା ଠୋପା ମନସିଜ ଗାର ।

ଆଗୋ ସଖି,
ଏବେ ତମ ଜବା ଓଠ
ଦେଉ ମତେ ଛୁଇଁ

ଆଜିର ଏ ସନ୍ଧ୍ୟା
ଦେଖ ଏବେ ସଖି
ଧୀରେ ଯାଏ ନଇଁ ।

 

 

 

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top