ମୁଦ୍ରାମାନଙ୍କ ଭିତରୁ ଏହି ମୁଦ୍ରା ପ୍ରଧାନ । ହଜାର ହଜାର ବର୍ଷ ଧରି ଯୋଗୀ ମୁନି ମାନଙ୍କ ଦ୍ୱାରା ଏହି ମୁଦ୍ରାକୁ ଧ୍ୟାନ, ତପସ୍ୟା କଲାବେଳେ ଶାନ୍ତି, ଆଧ୍ୟାତ୍ମିକତାର ପ୍ରଗତି ନିମିତ୍ତ କରାଯାଇଥାଏ ।
ନିଜକୁ ଶାନ୍ତ ସରଳ ଭାବେ ଗଢ଼ି ତୋଳିବାରେ ଏହି ମୁଦ୍ରା ସାହାଯ୍ୟ କରିଥାଏ ।
ଏହି ଜ୍ଞାନ ମୁଦ୍ରାର ଅଭ୍ୟାସ ଯିଏ କରେ ତାହାର ଜ୍ଞାନ ସହ ଆଧ୍ୟାତ୍ମିକତାର ବିକାଶ ଘଟେ । ଏହି ମୁଦ୍ରାଟି ମୁଦ୍ରାମାନଙ୍କ ଭିତରେ ପ୍ରଧାନ । ଏହା ମସ୍ତିସ୍କ ଏବଂ ଜ୍ଞାନର ବିକାଶ ପାଇଁ ବ୍ୟବାହାର କରାଯାଏ । ଏହି ଜ୍ଞାନ ମୁଦ୍ରାର ଅଭ୍ୟାସରେ ଶରୀରର ପବନ ଏବଂ ବାତ ପ୍ରକୃତିର ବର୍ଦ୍ଧନ ଘଟିଥାଏ ।
ଜ୍ଞାନ ମୁଦ୍ରାର ଅନ୍ୟ ନାମ
ବାୟୁ ବର୍ଦ୍ଧକ ମୁଦ୍ରା
ଧ୍ୟାନ ମୁଦ୍ରା
କିପରି କରିବା
ତର୍ଜନୀ ଅଙ୍ଗୁଳି ଏବଂ ବୃଦ୍ଧାଙ୍ଗୁଳିର ଅଗ୍ରଭାଗର ସଂଯୋଗ କରିବା ସହିତ ସ୍ୱଳ୍ପ ମାତ୍ରାରେ ଚାପ ପ୍ରଦାନ କରିବା ଦ୍ୱାରା ଏହି ମୁଦ୍ରା ସମ୍ପାଦିତ ହୋଇଥାଏ । ହସ୍ତର ଅବସ୍ଥାନ ଏହି ମୁଦ୍ରାର ନାମକୁ ବଦଳାଇଥାଏ । ଯଦି ହସ୍ତର ମୁଦ୍ରା ଜଙ୍ଘ ଉପରେ ରଖାଯାଇ ଧ୍ୟାନ କରା ଯାଏ ତା ହେଲେ ଏହାକୁ ଜ୍ଞାନ ମୁଦ୍ରା କୁହା ଯାଏ । ଯଦି ଏହାକୁ ଚିକିତ୍ସା ପାଇଁ ବ୍ୟବହାର କରା ଯାଏ ତା ହେଲେ ଏହାକୁ ବାୟୁ ବର୍ଦ୍ଧକ ମୁଦ୍ରା କୁହା ଯାଏ । ଏହି ମୁଦ୍ରାର ଅଭ୍ୟାସରେ ନାଡୀଗୁଡିକ ସକ୍ରିୟ ହୋଇଥାନ୍ତି । ଶରୀରର ପ୍ରେତ୍ୟେକ ମାଂସପେଶୀକୁ ସୁଦୃଢ଼ କରିବାରେ ସାହାଯ୍ୟ କରିଥାଏ । ଏହାର ନିୟମିତ ଅଭ୍ୟାସ ଶରୀରର ବାତ ପ୍ରକୃତିକୁ ବୃଦ୍ଧି କରେ ।
ଜ୍ଞାନ ମୁଦ୍ରାର ଚିକିତ୍ସା ଗୁଣ ଏବଂ ଉପାଦେୟତା
ମନର ସୁସ୍ତି, ରଚନାତ୍ମକ ଉତ୍ସାହର ଅଭାବ, ବେପରୱା, loss of memory, ମସ୍ତିଷ୍କର ଶକ୍ତିରେ ଅଭାବ ପ୍ରଭୃତି ପାଇଁ ଏକ ପ୍ରାକୃତିକ ଚିକିତ୍ସା । ମାନସିକ ମାନ୍ଦତା, ହତୋତ୍ସାହ କଲାଭଳି ଯେ କୌଣସି ରୋଗ, Alzheimer ରୋଗର ଉପଚାରରେ ଏହି ମୁଦ୍ରା ବ୍ୟବହାର କରାଯାଏ । ଏହି ମୁଦ୍ରା Hypopituitarism, Hypothyroidism, Hypoparathyroidism, Hypoadrenalism ଭଳି ରୋଗକୁ ସଠିକ ଭାବେ ଉପଚାର କରିଥାଏ ।
ମାଂସପେଶୀୟ ବିକାର ଯେପରି myopathies, myasthenia gravies, paresis, ପକ୍ଷାଘାତ ଯାହାକି paralysis (viz paralytic squint, ptosis, facial palsy, vocal paralysis, respiratory paralysis, monoplane, paraplegia, hemiplegia, quadriplegia ପ୍ରଭୃତି)ର ସଠିକ ଚିକିତ୍ସା ।
ଜ୍ଞାନ ମୁଦ୍ରାର ସମୟସୀମା
ନିୟମିତ ୩୦-୪୫ ମିନିଟର ଅଭ୍ୟାସ ଭଲ ଲାଭପ୍ରଦ ହୋଇଥାଏ । ଯଦିଓ ଏହାକୁ ଯେ କୌଣସି ଠାରେ ଏବଂ ଯେ କୌଣସି ସମୟରେ କରାଯାଇପାରେ କିନ୍ତୁ ପ୍ରାତଃ ସମୟ ଅଥବା ଯେତେବେଳେ ଆପଣ ଧ୍ୟାନ କରନ୍ତି ସେ ସମୟରେ ଜ୍ଞାନ ମୁଦ୍ରା ଅଧିକ ଫଳପ୍ରଦ । ଏହି ମୁଦ୍ରାର ନିୟମିତ ଅଭ୍ୟାସ ଶୀଘ୍ର ଏବଂ ଅଧିକ ଫଳପ୍ରଦ ହୋଇଥାଏ ।
ସାବଧାନ
ଯଦି ଆପଣ ବାତ ସମ୍ବିଧାନର ତା ହେଲେ ସ୍ୱଳ୍ପ ମାତ୍ରାରେ ଜ୍ଞାନ ମୁଦ୍ରା ଅଭ୍ୟାସ କରନ୍ତୁ ।