ଇତିହାସ

ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କ ଅଧ୍ୟକ୍ଷତାରେ ପୁଣି କଂଗ୍ରେସ କ୍ଷମତାସୀନ

Balaram Mohanty'd Odisha History

ନନ୍ଦିନୀ ଶତପଥୀ ମନ୍ତ୍ରୀମଣ୍ଡଳ ୧୯୭୩ ମସିହା ଫେବୃୟାରୀ ମାସରେ ଇସ୍ତଫା ଦେବା ପରେ ୧୯୭୪ ଫେବୃଆରୀ ଏକ ବର୍ଷ ପର୍ଯ୍ୟନ୍ତ ଓଡ଼ିଶା ରାଷ୍ଟ୍ରପତି ଶାସନାଧୀନ ହେଇ ରହିଥିଲା ।

ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କ ଅଧ୍ୟକ୍ଷତାରେ ପୁଣି କଂଗ୍ରେସ କ୍ଷମତାସୀନ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ବିଶ୍ୱନାଥ ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ମିଳିତ ମନ୍ତ୍ରୀମଣ୍ଡଳରୁ ଗଣତନ୍ତ୍ର ପରିଷଦ ଓ ଉତ୍କଳ କଂଗ୍ରେସର ସଭ୍ୟମାନେ ସମର୍ଥନ ପ୍ରତ୍ୟାଗର କରିନେଇ କଂଗ୍ରେସ ଦଳରେ ଯୋଗ ଦେବାରୁ ଏହି ମନ୍ତ୍ରୀମଣ୍ଡଳର ପତନ ଘଟିଥିଲା । ସେତେବେଳେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଥିବା ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କ ଅଧ୍ୟକ୍ଷତାରେ ନୂତନ କଂଗ୍ରେସ ମନ୍ତ୍ରୀମଣ୍ଡଳ ୧୯୭୨ ମସିହା ଜୁନ୍ ମାସରେ ଶାସନ ଦାୟିତ୍ୱ ଗ୍ରହଣ କଲେ ଓ ଏହି ମନ୍ତ୍ରୀମଣ୍ଡଳ ୧୯୭୩ ମସିହା ଫେବୃୟାରୀ ମାସ ପର୍ଯ୍ୟନ୍ତ ଚାଲିଥିଲା । ଏହି ସମୟ ଭିତରେ କେନ୍ଦୁପତ୍ର ଜାତୀୟ କରଣ ଥିଲା ସର୍ବୋପେକ୍ଷା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । କେନ୍ଦୁପତ୍ର ନିଲାମ ବ୍ୟବସ୍ଥା ସେତେବେଳେ ଶାସନ ଓ ରାଜନୀତିଜ୍ଞମାନଙ୍କୁ କଳୁଷିତ କରୁଥିବାର ଗୁରୁତର ଅଭିଯୋଗ ହେଉଥିଲା । ଏହାଛଡ଼ା ଭୂସଂସ୍କାର ଆଇନ୍‌ର କେତେକ ପ୍ରଗତି ମୂଳକ ବ୍ୟବସ୍ଥା ଯୋଗ କରାଯାଇଥିଲା ।

ନନ୍ଦିନୀ ଶତପଥୀ ମନ୍ତ୍ରୀମଣ୍ଡଳ ୧୯୭୩ ମସିହା ଫେବୃୟାରୀ ମାସରେ ଇସ୍ତଫା ଦେବା ପରେ ୧୯୭୪ ଫେବୃଆରୀ ଏକ ବର୍ଷ ପର୍ଯ୍ୟନ୍ତ ଓଡ଼ିଶା ରାଷ୍ଟ୍ରପତି ଶାସନାଧୀନ ହେଇ ରହିଥିଲା । ଏହି ସମୟ ଭିତରେ ରେଙ୍ଗାଲି ବନ୍ଧ ନିର୍ମାଣ ପାଇଁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଥିଲେ ଓ ଓଡ଼ିଶାରେ ଚକବନ୍ଦୀ ଆଇନ୍ କାର୍ଯ୍ୟକାରୀ ହୋଇଥିଲା ।

୧୯୭୪ ମସିହା ଫେବୃଆରୀ ମାସରେ ଓଡ଼ିଶାରେ ପୁଣି ଏକ ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନ ହେଲା ଏବଂ ଏଥିରେ କଂଗ୍ରେସ ଦଳ ପୂର୍ଣ୍ଣ ସଂଖ୍ୟାଗରିଷ୍ଠ ଦଳ ନ ହେଲେ ମଧ୍ୟ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବରେ ପୁଣି ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ମନ୍ତ୍ରୀମଣ୍ଡଳ ଗଠନ କଲେ । ଏହି ମନ୍ତ୍ରୀମଣ୍ଡଳ କାର୍ଯ୍ୟ କରିବାର ପନ୍ଦର ମାସ ପରେ ୧୯୭୫ ମସିହା ଜୁନ୍ ମାସରେ ଭାରତରେ ଜରୁରୀକାଳୀନ ଅବସ୍ଥା ଜାରି ହେଲା ଏବଂ ସେତେବେଳେ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରାଗାନ୍ଧୀ ୨୦ ଦଫା କାର୍ଯ୍ୟକ୍ରମ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମ ଅନୁସାରେ ଓଡ଼ିଶାର ୪ଟି ଜିଲ୍ଲାରେ ଭୂମିହୀନ ଲୋକଙ୍କୁ ଘରଡ଼ିହ ବଣ୍ଟନ କରାଯାଇଥିଲା ଓ ଏକ ଗୃହ ନିର୍ମାଣ ପରିକଳ୍ପନା କାର୍ଯ୍ୟକାରୀ ହୋଇଥିଲା । ଏହି ସମୟରେ ଗୋତି ପ୍ରଥା ଉଠାଇ ଦିଆଯାଇ କେତେକ ଗୋତି ଶ୍ରମିକଙ୍କୁ ଥଇଥାନ କରାଯାଇଥିଲା । ବୃଦ୍ଧମାନଙ୍କ ପାଇଁ ମାସିକ ଟ.୨୫.୦୦ ପେନସନ୍ ବ୍ୟବସ୍ଥା ଆରମ୍ଭ ହୋଇଥିଲା ଏହା ଛଡ଼ା ମହାଜନୀ ଆଇନ୍‌ର ସଂଶୋଧନ କରାଯାଇ ସୁଧ ହାରକୁ ସୀମିତ କରାଯାଇଥିଲା ଓ ଗରିବ ଛାତ୍ରଙ୍କ ପାଇଁ ପୁସ୍ତକ ବ୍ୟାଙ୍କ ପ୍ରତିଷ୍ଠା କରାଯାଇଥିଲା । ଏହି ମନ୍ତ୍ରୀମଣ୍ଡଳର କାର୍ଯ୍ୟକାଳ ଶେଷ ଭାଗରେ କଂଗ୍ରେସ ଦଳ ଭିତରେ ଆଭ୍ୟନ୍ତରୀଣ ବିବାଦ ଯୋଗୁ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀ ୧୯୭୬ ମସିହା ଶେଷ ଭାଗରେ ଇସ୍ତଫା ଦେଲେ ଓ ତାଙ୍କ ସ୍ଥାନରେ ବିନାୟକ ଆଚାର୍ଯ୍ୟ ୧୯୭୭ ଜୁନ୍ ମାସ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top