ଏଥର ନୂଆବର୍ଷରେ
ଶୀତ ଆସିଲାନି
ମାଳ ମାଳ କମ୍ୱଳ ବଣ୍ଟାଗଲା
ହସିଲେ ବୁଢ଼ାବୁଢ଼ୀ. . .
ରାସନ୍ କାର୍ଡରେ ଆସିଲା ନୂଆବର୍ଷ
କେତେ ଆସନ ନେଲା
ପଦପଦବୀ ଲୁଟିଲା ହୋହାଲ୍ଲା କଲା. . .
ବାସ୍ନାହୀନ ଫୁଲରେ ଆସିଲା ନୂଆବର୍ଷ
ଆଉ ଶ୍ରଦ୍ଧାହୀନ ମନ ନେଇ
କଲବଲ କଲା. . .
ପଠାଣକୋଟରେ ଆକ୍ରମଣ କଲା
ଶାନ୍ତି ଯାତ୍ରୀକୁ ନକ୍ସଲ୍ ନେଲା
ପାଣିରେ ବୁଡ଼ିଲେ କେତେ
ନିଆଁରେ ପୋଡ଼ିଲେ କେତେ
ନିରୀହ ନିଷ୍ପାପ ପିଲା. . .
ନୂଆବର୍ଷ ଆସିଲା ଯେ ଆସିଲା ।
ପୂର୍ବରେ ଭୂମିକମ୍ପ ହେଲା
ଚାଷୀ ମଡ଼କରେ ଶାସନ କମ୍ପିଲା
ଏମିତି ଏମିତିରେ. . .
ଏଥର ନୂଆବର୍ଷ ଆସିଲା ।