ଇତିହାସ

ସଂଗ୍ରାମୀଙ୍କ ଦ୍ୱାରା ଜେଲ୍ ଭରପୁର ହେଲା

Balaram Mohanty'd Odisha History

କଟକ ଜେଲ୍‌ରେ ଥିଲାବେଳେ ରାଜବନ୍ଦୀମାନେ ଥରେ ଆନ୍ଦୋଳନ କରି ଲାଠି ମାଡ଼ିର ସମ୍ମୁଖୀନ ହୋଇଥିଲେ ମାତ୍ର ସଫଳ ହୋଇଥିଲେ

ସଂଗ୍ରାମୀଙ୍କ ଦ୍ୱାରା ଜେଲ୍ ଭରପୁର ହେଲା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

୧୯୩୦ ଆଇନ୍ ଅମାନ୍ୟ ସଂଗ୍ରାମରେ ସହର ତଥା ଓଡ଼ିଶାର ଗାଁ ଗହଳିର ଶହ ଶହ ଲୋକ ଆସି କାରାବରଣ କରିଥିବା ଯୋଗୁଁ ଓଡ଼ିଶାର କୌଣସି ଜେଲ୍‌ରେ ଆଉ ଜାଗା ନଥିଲା କି ବିହାର ଜେଲ୍‌ରେ ମଧ୍ୟ ଜାଗା ନଥିଲା । ଜେଲ୍‌ରେ ରହିବା ଓ ଖାଦ୍ୟ ବ୍ୟବସ୍ଥା ଥିଲା ଶୋଚନୀୟ । ରାଜବନ୍ଦୀମାନଙ୍କ ଖାଦ୍ୟ ବାବଦରେ ଜେଲ୍ କୋର୍ଡରେ ଯାହା ସବୁ ବ୍ୟବସ୍ଥା ଥିଲା ତାହା ମଧ୍ୟ ସେମାନଙ୍କୁ ମିଳୁନଥିଲା । ଜେଲ କର୍ତ୍ତୃପକ୍ଷଙ୍କ ବାଟମାରଣା ଯୋଗୁଁ ଏହା ଘଟୁଥିଲା । ବନ୍ଦୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ “କ”, “ଖ” ଓ “ଗ” ଶ୍ରେଣୀରେ ବ୍ୟବସ୍ଥା ଥାଏ ମାତ୍ର ଅଧିକାଂଶ ଥାଆନ୍ତି “ଗ” ଶ୍ରେଣୀରେ । ସେମାନଙ୍କ ଖାଇବା ପାଇଁ ଦୁଇଟା ଲୁହାଥାଳି । ତାକୁ ମାଜି ମାଜି ବହୁ ସମୟ ଯାଏ । ଶୋଇବାକୁ ତିନିଫୁଟ ଓସାରର ଗୋଟିଏ ଗୋଟିଏ ମାଟିର ପିଣ୍ଡି, ଖଣ୍ଡିଏ ମଶିଣା ଓ ଦୁଇଟି ଚମ ଉକୁଣି ଓ ଛାରପୋକ ଭର୍ତ୍ତି କମ୍ୱଳ । କଟକ ଜେଲ୍‌ରେ ଥିଲାବେଳେ ରାଜବନ୍ଦୀମାନେ ଥରେ ଆନ୍ଦୋଳନ କରି ଲାଠି ମାଡ଼ିର ସମ୍ମୁଖୀନ ହୋଇଥିଲେ ମାତ୍ର ସଫଳ ହୋଇଥିଲେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top