ବିନିକୁ ଦ୍ୱିତୀୟ ବିବାହ କଲାପରେ, ନାରୀ ଜାତି ପ୍ରତି ମାନବ ମନରେ ଥିବା ନକାରାତ୍ମକ ଚିନ୍ତାଧାରା ବଦଳି ଗଲା । କାରଣ ବିନି ମାନବର ଆଗ ସ୍ତ୍ରୀ ମାୟା ଠାରୁ ସମ୍ପୂର୍ଣ୍ଣ ଭାବରେ ଭିନ୍ନ ଲାଗୁଥିଲା । ଯେଉଁଦିନ ମାନବର ବାପା ବୋଉ ବିନିକୁ ମାନବ ସହିତ ବିଦେଶକୁ ଯାଇ କିଛିଦିନ ବୁଲି ଆସିବାକୁ କହିଲେ, ସେଦିନ ବିନି ସ୍ପଷ୍ଟ ମନାକରି କହିଲା ଯେ “ମୋର ଏ ଘର ଛାଡ଼ି କେଉଁଠିକି ଯିବା ଦରକାର ନାହିଁ, ମୁଁ ଆପଣ ମାନଙ୍କର ସେବା କରିବାକୁ ଏ ଘରକୁ ବୋହୂ ହୋଇ ଆସିଛି”। ବାପା ମାଆଙ୍କ ପ୍ରତି ବିନିର ଅଯାଚିତ ଭକ୍ତି ଦେଖି ମାନବର ମନରେ ଅମାପମାପ ଖୁସି ଭରିଗଲା । କିନ୍ତୁ ଏ ଖୁସି ବେଶୀ ଦିନ ରହିଲାନି । ମାନବ ବିଦେଶରେ ପହଞ୍ଚିଛି କି ନାହିଁ ବିନିର ଫୋନ୍ ମାନବ ପାଖରେ ପହଞ୍ଚିଗଲା । ତୁମେ ବୋକା ମାନବ ବିଶୁଦ୍ଧ ବୋକା ମୁଁ ତୁମ ସହିତ ବିଦେଶ ଯିବିନାହିଁ ମିଛରେ ମନାକଲି ବୋଲି ତୁମେ ମୋତେ ସତରେ ତୁମ ବାପା ମା’ଙ୍କ ପାଖରେ ଛାଡି ଦେଇଗଲ । ତୁମ ସାଙ୍ଗରେ ନେବା ପାଇଁ ଟିକିଏ ଜିଦ୍ କରିଥିଲେ କଣ ହୋଇନଥାନ୍ତା ତୁମର । ଏଇ ବୋକାମି ପାଇଁ ତୁମକୁ ମାୟା ଛାଡି ଚାଲିଗଲା । ତୁମେ କଣ ଚାହଁଚ ଏ ବିନି ବି ତୁମକୁ ଛାଡି ଚାଲିଯାଉ । ଯଦି ନିଜର ମଙ୍ଗଳ ଚାହୁଁଥାଅ ମୋତେ ଆସି ଏ ନର୍କରୁ ଶିଘ୍ର ନେଇଯାଅ । ମୁଁ ଭଲ ବୋହୂର ଅଭିନୟ କରି କରି ଅଣନିଶ୍ୱାସୀ ହୋଇଗଲିଣି । ତୁମ ବାପା ମା’ଙ୍କର ଶ୍ରବଣକୁମାର ଭଳି ପୁଅ ଦରକାର ହୋଇପାରେ କିନ୍ତୁ ମୋପାଇଁ ଶ୍ରବଣକୁମାର ଭଳି ସ୍ୱାମୀ ଦରକାର ନାହିଁ । ପ୍ରଥମ ଥର ପାଇଁ ବିନିର ଏଭଳି ରୂପ ଦେଖି ମାନବର ପାଦତଳୁ ମାଟି ଅତଡ଼ା ଖସିଗଲା ପରି ମନେହେଲା। ଆଉ ସେ ଆକାଶ ପାତାଳ ଭାବିବାକୁ ଲାଗିଲା। ସତରେ “ନାରୀର କେତେ ରୂପ କେତେ କାହାଣୀ ଜଣେ ମାୟା ହେଲେ ଆଉଜଣେ ବିନି ଏଇମାନେ ମିଶି ତ ହୁଅନ୍ତି ମାୟାବିନୀ”।
ମାୟାବିନୀ
ଲେଖିଛନ୍ତି
ଏଇ ବୋକାମି ପାଇଁ ତୁମକୁ ମାୟା ଛାଡି ଚାଲିଗଲା । ତୁମେ କଣ ଚାହଁଚ ଏ ବିନି ବି ତୁମକୁ ଛାଡି ଚାଲିଯାଉ ।
